ନୂଆପଡ଼ା (ମାୟାଧର ସରାଫ): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନୂଆପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ (ସିଡିଭିଓ) ତ୍ରିଲୋଚନ ଧଳ। ତାଙ୍କ ସରକାରୀ ଗାଡ଼ିରୁ ୨ ଲକ୍ଷ ୭୭ ହଜାର ଟଙ୍କା ମିଳିବା ପରେ ତାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ।
ଗତକାଲି ଠାରୁ ଭିଜିଲାନ୍ସକୁ ଖବର ମିଳି ସାରିଥିଲା ଯେ ଆଜି ସିଡିଭିଓ ଟଙ୍କା ନେଇ ନିଜ ଗାଁ କଟକ ଜିଲ୍ଲାର ନରାଜକୁ ଯିବେ। ଏହା ପରେ ଗତକାଲି ବିଳମ୍ବିତ ରାତିରୁ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଛକି ବସିଥିଲେ। ଆଜି ଭୋର ପ୍ରାୟ ୪ଟା ବେଳେ ସିଡିଭିଓ ତ୍ରିଲୋଚନ ଧଳ ସରକାରୀ ଗାଡ଼ିରେ ତାଙ୍କ ଗାଁ ଅଭିମୁଖେ ବାହାରିଥିଲେ। ତେବେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ନୂଆପଡ଼ା ତାରିଣୀ ମନ୍ଦିର ପାଖରେ ଧରିଥିଲେ।
ଗାଡ଼ିକୁ ଯାଞ୍ଚ କରିବା ପରେ ସେଥିରେ ଥିବା ଏକ କଳା ରଙ୍ଗର ବ୍ୟାଗ୍ରୁ ୨ ଲକ୍ଷ ୭୭ ଟଙ୍କା ଠାବ କରିଥିଲେ ଭିଜିଲାନ୍ସ ଅଧିକାରୀ। କିନ୍ତୁ ସିଡିଭିଓ ଏହି ଟଙ୍କାର ହିସାବ ଦେଇ ପାରି ନଥିଲେ। ଏହା ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ନୂଆପଡ଼ା ସ୍ଥିତ ସରକାରୀ ବାସଭବନ ସମେତ ଅଫିସ୍ ଓ କଟକର ନରାଜ ସ୍ଥିତ ତାଙ୍କ ପୈତୃକ ବାସଭବନରେ ଚଢ଼ାଉ କରାଯାଇଛି।
The post ସରକାରୀ ଗାଡ଼ିରୁ ୨.୭୭ ଲକ୍ଷ ଟଙ୍କା ମିଳିବା ପରେ ସିଡିଭିଓଙ୍କ ଘରେ ଭିଜିଲାନ୍ସ ରେଡ୍ appeared first on Odisha Reporter.
from Odisha Reporter https://ift.tt/37proAv
No comments:
Post a Comment