ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧,୦୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୯୮ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୪୩୪ଟି ଲୋକାଲ୍ କେସ୍। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୭ ଜଣଙ୍କ ସଂପର୍କରେ ସୂଚନା ଦେଇଛନ୍ତି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬,୦୩୩କୁ ବୃଦ୍ଧି ପାଇଛି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୭ ଜଣ ଥିବା ବେଳେ କଟକରୁ ୧୫୪, ଅନୁଗୋଳରୁ ୪୮, ବାଲେଶ୍ୱରରୁ ୩୬, ବରଗଡ଼ରୁ ୮, ଭଦ୍ରକରୁ ୪୭, ବଲାଙ୍ଗିରରୁ ୪, ବୌଦ୍ଧରୁ ୨, ଦେବଗଡ଼ରୁ ୮, ଢେଙ୍କାନାଳରୁ ୨୫, ଗଜପତିରୁ ୬, ଗଞ୍ଜାମରୁ ୮, ଜଗତସିଂହପୁରରୁ ୮୨, ଯାଜପୁରରୁ ୪୩, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୬, କନ୍ଧମାଳରୁ ୧୦, କେନ୍ଦ୍ରାପଡ଼ାରୁ ୧୮, କେନ୍ଦୁଝରରୁ ୨୩, କୋରାପୁଟରୁ ୯, ମାଲକାନଗିରିରୁ ୬, ମୟୂରଭଞ୍ଜରୁ ୨୦, ନବରଙ୍ଗପୁରରୁ ୬, ନୟାଗଡ଼ରୁ ୩୦, ନୂଆପଡ଼ାରୁ ଜଣେ, ପୁରୀରୁ ୮୨, ରାୟଗଡ଼ାରୁ ୮, ସମ୍ବଲପୁରରୁ ୧୯, ସୋନପୁରରୁ ୧୦ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍ରୁ ୫୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
୧,୦୩୨ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୯ ହଜାର ୭୩୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୫୮ ହଜାର ୬୦୧ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୫ ହଜାର ୫୦ ଜଣ ଚିକିତ୍ସାଧୀନ ଅଛନ୍ତି।
ଅନ୍ୟପକ୍ଷରେ ଯେଉଁ ୬୭ ମୃତକଙ୍କ ସଂପର୍କରେ ସୂଚନା ଦିଆଯାଇଛି, ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨ ଜଣ ଥିବା ବେଳେ ସୁନ୍ଦରଗଡ଼ରୁ ୧୧, କଟକରୁ ୧୦, ପୁରୀରୁ ୬, ଢେଙ୍କାନାଳରୁ ୫, ଗଞ୍ଜାମ ଓ ଜଗତସିଂହପୁରରୁ ୪ ଜଣ ଲେଖାଏଁ, ଅନୁଗୋଳ ଓ ଭଦ୍ରକରୁ ୩ ଜଣ ଲେଖାଏଁ, ବାଲେଶ୍ୱର, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏଁ ଏବଂ ବରଗଡ଼, ଯାଜପୁର ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।
ଏହା ସହିତ ଖୋର୍ଦ୍ଧା ଜିଲ୍ଲା କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୬୫କୁ ବୃଦ୍ଧି ପାଇଥିବା ବେଳେ ଅନୁଗୋଳରେ ୨୬୦, ବାଲେଶ୍ୱରରେ ୧୯୨, ବରଗଡ଼ରେ ୨୯୦, ଭଦ୍ରକରେ ୮୬, କଟକରେ ୩୫୭, ଢେଙ୍କାନାଳରେ ୧୨୫, ଗଞ୍ଜାମରେ ୪୪୭, ଜଗତସିଂହପୁରରେ ୧୦୩, ଯାଜପୁରରେ ୭୪, ଝାରସୁଗୁଡ଼ାରେ ୧୫୭, କେନ୍ଦ୍ରାପଡ଼ାରେ ୧୩୯, କେନ୍ଦୁଝରରେ ୧୩୦, ପୁରୀରେ ୩୬୮ ଓ ସୁନ୍ଦରଗଡ଼ରେ ୫୩୮କୁ ବୃଦ୍ଧି ପାଇଛି।
The post ରାଜ୍ୟରେ ଆଉ ୧,୦୩୨ ପଜିଟିଭ୍ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୬ ହଜାର ଡେଇଁଲା appeared first on Odisha Reporter.
from Odisha Reporter https://ift.tt/3jfJgU0
No comments:
Post a Comment