କୋଲକାତା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ରାଜନୀତିରୁ ସନ୍ୟାସ ନେବା ସହ ସାଂସଦ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି। ସୁପ୍ରିୟୋଙ୍କ ଏପରି ନିଷ୍ପତ୍ତି ବିଜେପିକୁ ଆଗାମୀ ଦିନରେ ଅଡୁଆରେ ପକାଇବ ଯଦି ସୁପ୍ରିୟୋ ଆସାନସୋଲ ଲୋକସଭା ଆସନ ଛାଡ଼ିଦେବେ। କାରଣ ଏହି ଆସନରେ ଉପନିର୍ବାଚନ ହେଲେ ରାଜ୍ୟର ଶାସକ ଦଳ ଟିଏମସି ସହିତ ବିଜେପିର ଲଢ଼େଇ ହେବ। ଏହାକୁ ଦେଖି ବିଜେପି ଏବେ ସୁପ୍ରିୟୋଙ୍କୁ ମନାଇବା ପାଇଁ ଉଦ୍ୟମ କରୁଥିବା ସୂଚନା ରହିଛି। ରାଜ୍ୟ ବିଜେପି ପ୍ରଭାରୀ କୈଳାଶ ବିଜୟଭର୍ଗିଆ ଏବଂ ରାଜ୍ୟ ବିଜେପି ସଭାପତି ଦିଲ୍ଲୀପ ଘୋଷ ବାବୁଲଙ୍କୁ ମନାଇବାକୁ ଚେଷ୍ଟା କରୁଥିବା ସୂଚନା ରହିଛି। ଦଳ ଚାହୁଁଛି ବାବୁଲ ରାଜନୀତିରୁ ସନ୍ୟାସ ନିଅନ୍ତୁ ସେଥିରେ କୌଣସି ଆପତ୍ତି ନାହିଁ ହେଲେ ସେ ଏବେ ସାଂସଦ ପଦରୁ ଇସ୍ତଫା ନଦିଅନ୍ତୁ।
ଶନିବାର ବାବୁଲ ସୁପ୍ରିୟୋ ଫେସବୁକ ପୋଷ୍ଟ ଜରିଆରେ ରାଜନୀତିରୁ ସନ୍ୟାସ ଏବଂ ଦଳ ଛାଡ଼ିବେ ବୋଲି ଘୋଷଣା କରିଥିଲେ। ଏହାପରେ ରବିବାର ଆଉ ଏକ ପୋଷ୍ଟ କରି ଆଗାମୀ ଦିନରେ ସଙ୍ଗୀତ ପ୍ରତି ଅଧିକ ଫୋକସ କରିବେ ବୋଲି କହିଥିଲେ। ନିକଟରେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବା ପରେ ଅସନ୍ତୋଷ ପ୍ରକାଶ କରି ବାବୁଲ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ଇଙ୍ଗିତ ଦେଇ ସାରିଛନ୍ତି। ହେଲେ ଆଗାମୀ ଦିନରେ ଅନ୍ୟ କୌଣସି ଦଳରେ ସେ ସାମିଲ ହେବେ ନାହିଁ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ଆସାନସୋଲରୁ ଦ୍ୱିତୀୟ ଥର ପାଇଁ ସାଂସଦ ଭାବରେ ବାବୁଲ ସୁପ୍ରିୟୋ ସଂସଦକୁ ନିର୍ବାଚିତ ହୋଇଛନ୍ତି। ଜୁଲାଇ ୭ରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇଥିଲେ। ଏହି ସଂପ୍ରାସରଣ ବେଳେ ୧୨ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ଯେଉଁଥିରେ ବାବୁଲ ଥିଲେ। ସେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଥିଲେ।
ଚଳିତ ବର୍ଷ ବିଧାନସଭା ନିର୍ବାଚନ ବେଳେ ସେ ଟୋଲାଗଞ୍ଜ ବିଧାନସଭା ଆସନରୁ ବିଜେପିର ବିଧାୟକ ପ୍ରାର୍ଥୀ ହୋଇଥିଲେ। ହେଲେ ୫୦ ହଜାର ଭୋଟରେ ଟିଏମସିର ଅରୂପ ବିଶ୍ୱାସଙ୍କ ପାଖରୁ ସେ ପରାଜିତ ହୋଇଥିଲେ।
The post ବାବୁଲ ସୁପ୍ରିୟୋଙ୍କୁ ମନାଇବାକୁ ଉଦ୍ୟମ କରୁଛି ଦଳ, ପ୍ରଭାରୀଙ୍କୁ ଦାୟିତ୍ୱ appeared first on Odisha Reporter.
from Odisha Reporter https://ift.tt/3xhFqPs
No comments:
Post a Comment