ଚେନ୍ନାଇ: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଭଳି ପୋଷାକ ପରିଧାନ କରି ଜଣେ ବ୍ୟକ୍ତି ତାମିଲନାଡୁ ସରକାରଙ୍କୁ ୨.୬୩ ଲକ୍ଷର ଚେକ୍ ଦେବାକୁ ଚେଷ୍ଟା କରିଛନ୍ତି। ସେ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ଚେକ୍ ଦେବାକୁ ଚେଷ୍ଟା କରିଥିଲେ ହେଁ ଏହାକୁ ସରକାର ଗ୍ରହଣ କରିନାହାନ୍ତି।
ତେବେ କାହିଁକି ସରକାର ଏହାକୁ ଗ୍ରହଣ କଲେ ନାହିଁ ଓ କାହିଁକି ବ୍ୟକ୍ତି ଜଣଙ୍କ ଗାନ୍ଧି ପୋଷାକରେ ଏପରି ଆର୍ଥିକ ସହଯୋଗ କରିବାକୁ ଚାହୁଁଥିଲେ, ସେକଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।
ସୋମବାର ତାମିଲନାଡୁର ଅର୍ଥମନ୍ତ୍ରୀ ପି ଥିଆଗା ରଞ୍ଜନ ରାଜ୍ୟର ଆର୍ଥିକ ଅବସ୍ଥା ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରିଥିଲେ। ରାଜ୍ୟ ସରକାର କେମିତି ପୂର୍ବରୁ କ୍ଷମତାରେ ଥିବା ଏଆଇଏଡିଏମକେ ଯୋଗୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ।
ତାଙ୍କ ସୂଚନା ଅନୁଯାୟୀ, ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ଋଣଭାର ୫,୭୦,୧୮୯ କୋଟିରେ ପହଞ୍ଚି ଯିବ। ତାମିଲନାଡୁରେ ୨,୧୬,୨୪,୨୩୮ ପରିବାର ରହୁଛନ୍ତି। ଏହାର ଅର୍ଥ ପ୍ରତି ପରିବାର ମୁଣ୍ଡରେ ୨,୬୩,୯୭୬ ଟଙ୍କାରେ ଋଣ ବୋଝ ପଡ଼ିବ। ଏହି ଶ୍ୱେତପତ୍ରରେ ୧୨୨ ପର୍ଦ୍ଦ ରହିଛି। ଏଥିରେ ପୂର୍ବ ଏଆଇଏଡିଏମକେ ସରକାର ଆର୍ଥିକ ନୀତି କେତେ ଖରାପ ଥିଲା, ସେ ବିଷୟରେ ବିସ୍ତୃତ ତଥ୍ୟ ଦିଆଯାଇଥିଲା।
ବାସ୍ ଏହି ତଥ୍ୟ ପରେ ସରକାରଙ୍କ ଋଣ ପରିଷୋଧ କରିବାକୁ ଗାନ୍ଧି ରମେଶ ନାମକ ବ୍ୟକ୍ତି ଆଗେଇ ଆସିଥିଲେ। ସେ ମହାତ୍ମା ଗାନ୍ଧିଙ୍କ ଅନୁଗାମୀ। ସେ ସବୁବେଳେ ଗାନ୍ଧିଙ୍କ ଭଳି ଆଣ୍ଠୁ ଉପରକୁ ଧୋତି ଓ ଚଷାମା ପିନ୍ଧନ୍ତି। ଏହି ବେଶରେ ସେ ପରିବାର ଉପରେ ପଡ଼ିଥିବା ଋଣକୁ ପରିଷୋଧ କରିବାକୁ ଚାହୁଁଥିଲେ।
ସରକାର ପରିବାର ପିଛା ୨,୬୩,୯୭୬ ଟଙ୍କା ଋଣ ପଡ଼ୁଥିବା କହିଥିବାରୁ ଗାନ୍ଧି ରମେଶ ଉକ୍ତ ପରିମାଣର ଟଙ୍କାର ଗୋଟିଏ ବିରାଟ ଚେକ୍ ଧରି ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ। ଏହି ଚେକ୍ ଦେଇ ସେ ସରକାରଙ୍କ ଠାରୁ ଋଣମୁକ୍ତ ଟୋକନ ଆଣିବାକୁ ଚାହିଁଥିଲେ।
ତେବେ ଅଧିକାରୀମାନେ ଏହି ଚେକକୁ ଗ୍ରହଣ କରିବାକୁ ମନା କରିବା ସହ ତାଙ୍କୁ ଘରକୁ ପଠାଇ ଦେଇଥିଲେ। ରମେଶ ଏପରି କରି ଅନ୍ୟମାନଙ୍କୁ ସରକାରୀ ଋଣ ସୁଝିବାରେ ସହାୟତା କରିବାକୁ ମଧ୍ୟ କହିଛନ୍ତି।
The post ମହାତ୍ମା ଗାନ୍ଧିଙ୍କ ବେଶରେ ସରକାରଙ୍କୁ ଦେଲେ ୨.୬୩ ଲକ୍ଷର ଚେକ୍, ତା’ପରେ appeared first on Odisha Reporter.
from Odisha Reporter https://ift.tt/3CEPq9i
No comments:
Post a Comment