ସୁବେଦାର ନୀରଜ ଚୋପ୍ରାଙ୍କୁ ସମ୍ମାନିତ କଲେ ସେନାଧ୍ୟକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 10, 2021

ସୁବେଦାର ନୀରଜ ଚୋପ୍ରାଙ୍କୁ ସମ୍ମାନିତ କଲେ ସେନାଧ୍ୟକ୍ଷ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଐତିହାସିକ ସ୍ୱର୍ଣ୍ଣ ଜିତିଥିବା ସୁବେଦାର ନୀରଜ ଚୋପ୍ରାଙ୍କୁ ଭେଟି ସମ୍ମାନିତ କରିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ ନରଭାଣେ। ନୀରଜ ଜାଭେଲିନ ଥ୍ରୋୟର ହୋଇଥିବା ବେଳେ ଭାରତୀୟ ସେନାରେ ମଧ୍ୟ ସୁବେଦାର ଭାବେ କାର୍ଯ୍ୟକରନ୍ତି। ୨୦୧୬ରୁ ସେ ଜୁନିୟର କମିଶନଡ ଭାବେ ରାଜପୁତନା ରାଇଫଲରେ ସୁବେଦାର ଭାବେ ନିଯୁକ୍ତି ପାଇଛନ୍ତି।

ଟୋକିଓରେ ସେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ତାଙ୍କୁ ମଙ୍ଗଳବାର ରାଜପୁତନା ରାଇଫଲ ଓ ସ୍ଥଳସେନା ମୁଖ୍ୟଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଜେନେରାଲ ନରଭାଣେ ନୀରଜଙ୍କ ସହ ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଭେଟିଛନ୍ତି। ପୁଅକୁ ସ୍ୱାଗତ କରିବା ପାଇଁ ପରିବାର ଲୋକ ହରିଆଣାର ପାନିପତରୁ ଦିଲ୍ଲୀରେ ପହଞ୍ଚିଥିଲେ। ସ୍ଥଳସେନା ପକ୍ଷରୁ ନୀରଜ ଓ ତାଙ୍କ ପରିବାର ଲୋଙ୍କୁ ସେନାଧ୍ୟକ୍ଷ ଭେଟିବା ବେଳର ଫଟୋ ଶେୟାର କରାଯାଇଛି।

୨୦୧୬ ମସିହାରେ ୪ ରାଜପୁତନା ରାଇଫଲରେ ନୀରଜ ଚୋପ୍ରା ନାଏବ ସୁବେଦାର ଭାବେ ନିଯୁକ୍ତି ପାଇଥିଲେ। ତାଙ୍କୁ ପୁଣେରେ ଥିବା ମିଶନ ଅଲିମ୍ପିକ୍ସ ୱିଙ୍ଗ ଓ ସ୍ପୋର୍ଟସ ଇନଷ୍ଟିଚ୍ୟୁଟ ପାଇଁ ଚୟନ କରାଯାଇଥିଲା। ଅଗଷ୍ଟ ୭ରେ ଯେତେବେଳେ ନୀରଜ ଟୋକିଓରେ ସ୍ୱର୍ଣ୍ଣ ଜିତିଲେ ସେତେବେଳେ ରାଜପୁତନା ରାଇଫଲ ପକ୍ଷରୁ ମଧ୍ୟ ବିଜୟ ଉତ୍ସବ ପାଳନ କରାଯାଇଥିଲା।


ଅନ୍ୟପକ୍ଷରେ ରାଜପୁତନା ରାଇଫଲର କର୍ଣ୍ଣେଲ ଲ୍ୟୁଟନାଣ୍ଟ ଜେନେରାଲ କନୱାଲ ଜୀତ ସିଂହ ଢିଲନ ସୁନା ପୁଅ ନୀରଜଙ୍କୁ ୬ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାରରେ ପୁରସ୍କୃତ କରିଛନ୍ତି। ତାଙ୍କ ସହ ରେସଲିଂର ସେମି ଫାଇନାଲରେ ପରାସ୍ତ ହୋଇଥିବା ଦୀପକ ପୁନିଆଙ୍କୁ ମଧ୍ୟ ୪ ଲକ୍ଷ ଟଙ୍କା ମିଳିଛି। ଉଭୟଙ୍କ ସହ ସେ ଉଠାଇଥିବା ଫଟୋକୁ ସୋଶାଲ ମିଡିଆରେ ଶେୟାର କରାଯାଇଛି।

The post ସୁବେଦାର ନୀରଜ ଚୋପ୍ରାଙ୍କୁ ସମ୍ମାନିତ କଲେ ସେନାଧ୍ୟକ୍ଷ appeared first on Odisha Reporter.



from Odisha Reporter https://ift.tt/3fQnBkq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages