ବିବାଦ ଘେରରେ ବିଏମସିର ନୂଆ କୋଠା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 11, 2021

ବିବାଦ ଘେରରେ ବିଏମସିର ନୂଆ କୋଠା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବିବାଦ ଘେରରେ ଭୁବନେଶ୍ୱର ମହାନଗର ନିଗମର ନୂଆ କୋଠା । ୧୧ ମହଲା କୋଠା ଗତ ୪ ବର୍ଷ ଧରି ନିର୍ମାଣ ହେଉଛି। ହେଲେ ବିଲ୍ଡିଂ ପ୍ଲାନକୁ ଅନୁମୋଦନ ମିଳିନି। ଖୋଦ୍ ବିଏମ୍ସି କାର୍ଯ୍ୟାଳୟକୁ ବିଡିଏର ବିନା ଅନୁମୋଦନରେ କିପରି ନିର୍ମାଣ ହେଲା ତାକୁ ନେଇ ପ୍ରଶ୍ନ ଉଠିଛି। ସେପଟେ ଅଭିଯୋଗକୁ ସ୍ୱୀକାର କରିବା ସହ ଥିବା ସମସ୍ୟାକୁ ସମାଧାନ କରାଯାଇଥିବା କହିଛନ୍ତି ବିଏମ୍ସି କମିଶନର ।

ଭୁବନେଶ୍ୱର ମହାନଗର ନିଗମର ନୂଆ ବିଲ୍ଡିଂକୁ ମିଳିନି କି ଅନୁମତି ? ବିଲ୍ଡିଂ ପ୍ଲାନକୁ ମିଳି ପାରିନି କି ଅନୁମୋଦନ ? ଭୁବନେଶ୍ୱରର ଛାତି ଉପରେ ୨୦୧୭ରୁ ନିର୍ମାଣଧୀନ ଏହି କୋଠା ବିଏମ୍ସିର ନୂଆ କାର୍ଯ୍ୟାଳୟ । ହେଲେ ଖୋଦ୍ ବିଡିଏ ନିୟମକୁ ଏଠି ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି । ୧୧ ମହଲା ବିଶିଷ୍ଟ ଏହି ବିଲ୍ଡିଂର ନିର୍ମାଣକୁ ଅନୁମତି ମିଳିନି । ପ୍ଲାନ୍‌ର ଅନୁମତି ନନେଇ ୪ ବର୍ଷ ଧରି କାମ ଚାଲିଛି। ଖାଲି ପ୍ଲାନ୍ ନୁହେଁ ସେଟବ୍ୟାକ୍ ନିୟମ ବି ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। କୋଠାର ଉଚ୍ଚତା ଦୃଷ୍ଟିରୁ ୩୦ ଫୁଟ୍‌ର ସେଟ୍‌ବ୍ୟାକ୍ ପାଇଁ ଜାଗା ଛଡ଼ାଯିବା କଥା। କିନ୍ତୁ ତାହା ବି ଉଲ୍ଲଂଘନ ହୋଇଥିବା କୁହାଯାଉଛି। ତେଣୁ ବିଏମସି କାହା ସ୍ୱାର୍ଥରେ ନିୟମ ଉଲ୍ଲଂଘନ କରିଛି ତାକୁ ନେଇ ପ୍ରଶ୍ନ ଉଠିଛି।

ଘଟଣାକୁ ସ୍ୱୀକାର କରିଛନ୍ତି ବିଏମ୍ସି କମିଶନର ସଞ୍ଜୟ ସିଂ । ବିଲ୍ଡିଂକୁ ଅନୁମତି ମିଳିପାରିନି । ନିର୍ମାଣ ଆରମ୍ଭ ବେଳେ ଜିଏ ବିଭାଗ ଅଧିନରେ ଜମି ଥିବାରୁ ଏନେଇ ସମସ୍ୟା ଦେଖାଦେଇଥିଲା । କିଛି ଯାନ୍ତ୍ରିକ ତ୍ରୁଟି ଥିଲା । ଯାହା ଫଳରେ ବିଲ୍ଡିଂ ପ୍ଲାନକୁ ଅନୁମତି ମିଳିପାରିନଥିଲା। ଏହାକୁ ସମାଧାନ କରାଯାଇ ପୁଣି ଥରେ ଅନୁମତି ମଗାଯାଇଥିବା ବିଏମ୍ସି କମିଶନର କହିଛନ୍ତି।

 

ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ୭୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଭୁବନେଶ୍ୱର ଜନପଥରେ ୧୧ ମହଲା ବିଶିଷ୍ଟ କୋଠା ନିର୍ମାଣ ହେଉଛି । ପୁରୁଣା ଅଫିସର କାର୍ଯ୍ୟ ନୂଆ ବିଏମସିର ମୁଖ୍ୟାଳୟରେ ହେବ । ଏହାଛଡ଼ା କିଛି କୋଠାକୁ ଘରୋଇ ସଂସ୍ଥାକୁ ଭଡ଼ାରେ ବି ଦିଆଯିବ ।

The post ବିବାଦ ଘେରରେ ବିଏମସିର ନୂଆ କୋଠା appeared first on Odisha Reporter.



from Odisha Reporter https://ift.tt/3iDElxa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages