ରାଜଗାଙ୍ଗପୁର(ଓଡ଼ିଶା ରିପୋର୍ଟର): ‘କୌଣସି ଜମି ଦେବୁନି କି କଥାବାର୍ତ୍ତା କରିବୁ ନାହିଁ।’ ଏକ କମ୍ପାନୀର ଖଣି ସମ୍ପ୍ରସାରଣକୁ ନେଇ ଆଜି ହେବାକୁ ଥିବା ଜନ ଶୁଣାଣିକୁ ବିରୋଧ କରି ଏପରି ସଫା ସଫା ଶୁଣାଇ ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର କୁକୁଡ଼ା ପଞ୍ଚାୟତବାସୀ। ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ପ୍ରଶାସନିକ ଅଧିକାରୀ ଓ କୁକୁଡ଼ା ପଞ୍ଚାୟତବାସୀ।
ଏପରିକି ଏହି ଜନ ଶୁଣାଣିକୁ ବିରୋଧ କରି ଆଜି ଘଟଣାସ୍ଥଳକୁ ଯାଇଥିବା ପ୍ରଶାସନିକ ଅଧିକାରୀଙ୍କୁ ଛାଡ଼ୁ ନାହାନ୍ତି ଗାଁ ଲୋକେ । ପ୍ରତିବାଦରେ ସେମାନେ ରାସ୍ତା ଅବରୋଧ କରିଛନ୍ତି। ସ୍ଥିତିକୁ ଦେଖି ଘଟଣାସ୍ଥଳରେ ୪ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ତହସିଲଦାର, ଅତିରିକ୍ତ ଏସ୍ପି ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ମଧ୍ୟ ଉତ୍ତେଜନା ଲାଗି ରହିଛି।
ଏନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିବାକୁ ସବକଲେକ୍ଟର ପ୍ରସ୍ତାବ ଦେଇଥିବା ବେଳେ ଏହାକୁ ଗ୍ରାମବାସୀ ପ୍ରତ୍ୟାଖାନ କରିଛନ୍ତି। କୌଣସି ଜମି ଦେବେନି କି କଥାବାର୍ତ୍ତା କରିବେନି ବୋଲି ଗ୍ରାମବାସୀ ସଫାସଫା ଶୁଣାଇ ଦେଇଥିବା ବେଳେ ଆଲୋଚନା ହୋଇପାରିନି। ସବକଲେକ୍ଟର ଓ ଆଡିସନାଲ ତହସିଲଦାର ଘଟଣାସ୍ଥଳକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରିବାକୁ ଉଦ୍ୟମ କରିବାରୁ ତାହା ଫଳପ୍ରଦ ହୋଇପାରିନି।
ପୂର୍ବରୁ ମଧ୍ୟ ଥରେ ଜନଶୁଣାଣି ହେବା ନିମନ୍ତେ ଦିନ ଧାର୍ଯ୍ୟ ହୋଇଥିବା ବେଳେ ତାହାକୁ ଗ୍ରାମବାସୀ ତୀବ୍ର ବିରୋଧ କରିଥିଲେ। ଫଳରେ ଖାଲି ହାତରେ ଫେରି ଯାଇଥିଲା ପ୍ରଶାସନ ।
ଜଙ୍ଗଲ ଜମିରେ ଚାଷବାସ କରି ପରିବାର ଚଳାଉଛୁ। ତାହାକୁ ଦେଇଦେଲେ ଆମେ କିପରି ବଞ୍ଚିବୁ ବୋଲି କହିବା ସହ କୌଣସି ପ୍ରକାର ଆଲୋଚନା ପାଇଁ ପ୍ରସ୍ତୁତ ହେଉ ନାହାନ୍ତି ଗ୍ରାମବାସୀ।
The post ‘କୌଣସି ଜମି ଦେବୁନି କି କଥାବାର୍ତ୍ତା କରିବୁ ନାହିଁ’ appeared first on Odisha Reporter.
from Odisha Reporter https://ift.tt/3goQFjq
No comments:
Post a Comment