ଆଠଗଡ଼ (ନୀଳକଣ୍ଠ ଦୋରା): ଗୁରୁଡ଼ିଝାଟିଆ ସମବାୟ ସମିତି ଋଣ ଜାଲିଆତି ମାମଲାରେ ସଂପୃକ୍ତି ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି ପୁଲିସ୍। ଚୌଦ୍ୱାର ଏସ୍ଡିପିଓ ସତ୍ୟବ୍ରତ ଲେଙ୍କା ଏହି ସୂଚନା ଦେଇଛନ୍ତି।
ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଗୁରୁଡ଼ିଝାଟିଆ ସୋସାଇଟିର ପିଅନ ପ୍ରବୋଧ ରଞ୍ଜନ ପରିଡ଼ା, ଆସିଷ୍ଟାଣ୍ଟ ସେକ୍ରେଟାରୀ ସଂଗ୍ରାମ କେଶରୀ ସାହୁ, ସେକ୍ରେଟାରୀ ବିଜୟ କୁମାର ଦାସ ଏବଂ ଆଠଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କର କାଉଣ୍ଟର କ୍ଲର୍କ ଚିତ୍ରାନନ୍ଦ ଜେନା, ସୁପରଭାଇଜର ନିରଞ୍ଜନ ପରିଡ଼ା ଓ କ୍ୟାସିଅର ବାବାଜୀ ଚରଣ ପ୍ରଧାନ।
ଦୀର୍ଘଦିନ ଧରି ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବିରେ ଚାଷୀମାନେ ଆନ୍ଦୋଳନ କରି ଆସୁଥିଲେ। ଶହ ଶହ ଚାଷୀଙ୍କ ନାଁରେ ଏମାନେ ଗୁରୁଡ଼ିଝାଟିଆ ସମବାୟ ସମିତିରୁ ଜାଲିଆତି କରି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଋଣ କରି ହଡ଼ପ କରିଥିବା ନେଇ ଗୁରୁଡୁଝାଟିଆ ଥାନାରେ ଏତଲା ହୋଇଥିଲା।
The post ସମବାୟ ସମିତି ଋଣ ଜାଲିଆତି ମାମଲାରେ ୬ ଗିରଫ appeared first on Odisha Reporter.
from Odisha Reporter https://ift.tt/3Dac2P5
No comments:
Post a Comment