ପୁରୀ (ଓଡ଼ିଶା ରିପୋର୍ଟର): ପୁରୀରେ ପୁଣି ଘର ଭାଙ୍ଗୁଛି ପ୍ରଶାସନ। ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ କାମ। ଶ୍ରୀମନ୍ଦିରର ୭୫ମିଟର ବଳୟରେ ଥିବା ଅବଶିଷ୍ଟ ଘରକୁ ଉଚ୍ଛେଦ କରାଯାଇଛି। ବାସେଲିସାହି ମନ୍ଦିର ପାଖରେ ୩ଟି ଘର ଉଚ୍ଛେଦ କାମ ଚାଲିଛି।
ସେପଟେ ଏହି ଉଚ୍ଛେଦକୁ ନେଇ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଯେଉଁମାନଙ୍କ ଘର ଭଙ୍ଗା ଚାଲିଛି ସେମାନେ ଟଙ୍କା ନୁହେଁ ଘର ବଦଳରେ ଘର ଡିମାଣ୍ଡ କରିଛନ୍ତି। ଶ୍ରୀମନ୍ଦିର ପାଖରେ ଘର ଖଣ୍ଡେ ଦେବାକୁ ପ୍ରଶସନ ନିକଟରେ ଲିଖିତ ଦାବି କରିଛନ୍ତି। ଦାବି ପୂରଣ ହେବା ପରେ ଯାଇ ଆମେ ଘର ଛାଡିବୁ ବୋଲି ସେମାନେ କହିଛନ୍ତି।
କରୋନା ସ୍ଥିତି ଉପୁଜିବା ପରେ ଦେଶରେ ଲକ୍ଡାଉନ୍ ଆରମ୍ଭ ହୋଇଯାଇଥିଲା । ଫଳରେ ସବୁ ଉନ୍ନୟନ କାମ ବନ୍ଦ ରହିଥିଲା। ହେଲେ ଦୀର୍ଘ ଦିନ ପରେ ଅଟକି ରହିଥିବା ଉଚ୍ଛେଦ କାମ ପୁଣି ଥରେ ଆରମ୍ଭ ହୋଇଛି।
The post ପୁରୀରେ ପୁଣି ଘର ଭାଙ୍ଗୁଛି ପ୍ରଶାସନ appeared first on Odisha Reporter.
from Odisha Reporter https://ift.tt/3AkUNs9
No comments:
Post a Comment