ସରି ଆସିଲାଣି ପ୍ରସ୍ତୁତି, ଆସନ୍ତା ସପ୍ତାହରୁ SCBରେ ଇକମୋ ଚିକିତ୍ସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 7, 2021

ସରି ଆସିଲାଣି ପ୍ରସ୍ତୁତି, ଆସନ୍ତା ସପ୍ତାହରୁ SCBରେ ଇକମୋ ଚିକିତ୍ସା

କଟକ(ଓଡ଼ିଶା ରିପୋର୍ଟର): ସରି ଆସିଲାଣି ସମସ୍ତ ପ୍ରସ୍ତୁତି।  ଅଗଷ୍ଟ ଦ୍ୱିତୀୟ ସପ୍ତାହରୁ କଟକ SCBରେ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ଇକମୋ ଚିକିତ୍ସା । ଏହି ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସି.ବି.କେ. ମହାନ୍ତି  ।

ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ଡିଏମ୍‌ଇଟି କହିଛନ୍ତି, ଏସ୍‌ସିବିରେ ୯ଟି ଇକମୋ ମେସିନ ଇନ୍‌ଷ୍ଟଲ୍‌ ହୋଇଛି ।  ଆବଶ୍ୟକ ମାନବ ସମ୍ବଳ ମଧ୍ୟ ନିଯୁକ୍ତ ହୋଇସାରିଛନ୍ତି । ଗୋଟିଏ ବ୍ୟାଚ୍ କୋଲକାତାରୁ ପ୍ରଶିକ୍ଷଣ ନେଇ ଫେରିଛନ୍ତି । ଇକ୍‌ମୋ ପାଇଁ SCBରେ ୨ଟି ୟୁନିଟ୍ କରାଯାଇଛି ।

ପ୍ରଥମ ୟୁନିଟ୍‌ରେ ୬ଟି ଓ ଦ୍ୱିତୀୟ ୟୁନିଟ୍‌ରେ ୩ଟି ମେସିନ ରହିବ । ଦ୍ୱିତୀୟ ୟୁନିଟ୍‌ର ୩ଟି ମେସିନ କୋଭିଡ୍ ରୋଗୀଙ୍କୁ ସେବା ଯୋଗାଇବ।  ତେବେ କୋଭିଡ୍ ପରବର୍ତ୍ତୀ ଜଟିଳତା ପାଇଁ ଅନ୍ୟ ୬ଟି ମେସିନ ରହିବ ।

କୋଭିଡ୍ ସମୟରେ ଇକମୋ ମେସିନ୍ ଅଭାବରୁ ବହୁ ରୋଗୀ ରାଜ୍ୟ ବାହାରକୁ ବିଭିନ୍ନ ମେଡିକାଲକୁ ଚିକିତ୍ସା ଲାଗି ଯାଉଥିଲେ। ଏପରିକି ଇକମୋ ଅଭାବରୁ ବହୁ ରୋଗୀଙ୍କ ଜୀବନ ରକ୍ଷା ସମ୍ଭବ ହୋଇପାରୁନଥିଲା ବୋଲି ଅଭିଯୋଗ ହେଉଥିଲା । ଏହା ପରେ ରାଜ୍ୟ ସରକାର ଏସସିବିକୁ ଇକମୋ ମେସିନ୍ ଆଣିବାକୁ ନିଷ୍ପତ୍ତି ନେଇଥିଲେ ।

The post ସରି ଆସିଲାଣି ପ୍ରସ୍ତୁତି, ଆସନ୍ତା ସପ୍ତାହରୁ SCBରେ ଇକମୋ ଚିକିତ୍ସା appeared first on Odisha Reporter.



from Odisha Reporter https://ift.tt/2VEGzDh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages