ରାଜ୍ୟରେ ଖସୁଛି ସଂକ୍ରମଣ, ଶହେରୁ କମ୍‌ ପିଲା ପଜିଟିଭ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 29, 2021

ରାଜ୍ୟରେ ଖସୁଛି ସଂକ୍ରମଣ, ଶହେରୁ କମ୍‌ ପିଲା ପଜିଟିଭ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୦୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ଗତ କିଛି ଦିନ ଧରି ଛୁଆଙ୍କ ସଂକ୍ରମଣ ଶହେ ଉପରେ ରହୁଥିବା ବେଳେ ସେଥିରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୭ ପିଲା ପଜିଟିଭ ଚିହ୍ନଟ ହୋଇଛନ୍ତି, ଯେଉଁମାନଙ୍କ ବୟସ ଶୂନରୁ ୧୮ ବର୍ଷ ମଧ୍ୟରେ।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୩୫୪ ପଜିଟିଭ ବାହାରିଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ହେଉଛି ୨୫୫ ।   ଖୋର୍ଦ୍ଧାରୁ ସର୍ବାଧିକ ୨୦୯ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏହାବାଦ କଟକରୁ ୭୧, ଯାଜପୁରରୁ ୩୬,  ଢେଙ୍କାନାଳରୁ ୨୩, ଜଗତସିଂହପୁର, ବାଲେଶ୍ୱରରୁ ୨୧, ପୁରୀରୁ ୨୦ଲେଖାଏ , ଅନୁଗୋଳ ଜିଲ୍ଲାରୁ ୧୮ ପଜିଟିଭ ଚିହ୍ନଟ ହୋଇଛନ୍ତି।

କେନ୍ଦ୍ରାପଡ଼ାରୁ ୧୯, ଦେବଗଡ଼ରୁ ୧୦, ଭଦ୍ରକ,ବୌଦ୍ଧରୁ ୯ ଜଣ ଲେଖାଏ , ବରଗଡ଼ରୁ ୪, ଗଜପତିରୁ ଜଣେ , ଗଞ୍ଜାମରୁ ୬, ଝାରସୁଗୁଡ଼ାରୁ ୩, କନ୍ଧମାଳରୁ ୫, କେନ୍ଦୁଝରରୁ ୫, କୋରାପୁଟରୁ ୩, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୨୬, ନୟାଗଡ଼ରୁ ୧୧,   ରାୟଗଡ଼ାରୁ ୫, ସମ୍ବଲପୁରରୁ ୧୬,  ସୋନପୁରରୁ ୨, ସୁନ୍ଦରଗଡ଼ରୁ ୮ ଓ ଷ୍ଟେଟ ପୁଲ୍‌ରୁ ୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ୬୦୯ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭି  ସଂଖ୍ୟା ୧୦,୦୭୧୧୨ରେ ପହଞ୍ଚିଥିବା ବେଳେ ଆକ୍ଟିଭ କେସ୍‌ ଅଛି ୭୫୨୮ । ଏହାବାଦ ରାଜ୍ୟରେ ୯୯,୧୬୩୦ଜଣ ସୁସ୍ଥ ହୋଇ ସାରିଲେଣି।

The post ରାଜ୍ୟରେ ଖସୁଛି ସଂକ୍ରମଣ, ଶହେରୁ କମ୍‌ ପିଲା ପଜିଟିଭ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/3BtwXLz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages