ଟୋକିଓ ପାରାଲିମ୍ପିକ୍ସ: ଅବନୀଙ୍କୁ ଐତିହାସିକ ସ୍ୱର୍ଣ୍ଣ, ଯୋଗେଶଙ୍କୁ ରୌପ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 29, 2021

ଟୋକିଓ ପାରାଲିମ୍ପିକ୍ସ: ଅବନୀଙ୍କୁ ଐତିହାସିକ ସ୍ୱର୍ଣ୍ଣ, ଯୋଗେଶଙ୍କୁ ରୌପ୍ୟ

ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ସୋମବାର ଭାରତକୁ ମିଳିଛି ପ୍ରଥମ ସ୍ୱର୍ଣ୍ଣ ପଦକ। ଦେଶ ପାଇଁ ଏହି ପଦକ ଜିତିଛନ୍ତି ଶୁଟର ଅବନୀ ଲେଖରା। ୧୦ ମିଟର ଏୟାର ରାଇଫଲ୍‌ରେ ସେ ହାସଲ କରିଛନ୍ତି ଏହି ଐତିହାସିକ ସଫଳତା।

ଏହା ସହିତ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ଅବନୀ ବନି ଯାଇଛନ୍ତି ପ୍ରଥମ ଭାରତୀୟ ମହିଳା। ସେହିପରି ମୋଟାମୋଟି ଭାବେ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ହେଉଛନ୍ତି ଚତୁର୍ଥ ଭାରତୀୟ। ଏହା ପୂର୍ବରୁ ମୁରଲୀକାନ୍ତ ପେଟକର (୧୯୭୨ରେ ସୁଇମିଂରେ),  ଦେବେନ୍ଦ୍ର ଝାଝାରିଆ (୨୦୦୪ରେ ଜାଭେଲିନ୍‌ରେ) ଓ ଥାଙ୍ଗାଭେଲୁ ମାରିୟାପ୍ପାନ (୨୦୧୬ରେ ହାଇଜମ୍ପରେ) ସ୍ୱର୍ଣ୍ଣ ପଦକ ଜିତି ଥିଲେ।

ସବୁଠୁ ବଡ଼ କଥା ହେଉଛି ଅବନୀ ଆଜି ବିଶ୍ୱ ରେକର୍ଡର ସମକକ୍ଷ ହୋଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ମୋଟ ୨୪୯.୬ ପଏଣ୍ଟ ସ୍କୋର କରିଥିଲେ। ୨୦୧୮ ଡିସେମ୍ବରରେ ଏହି ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ ୟୁକ୍ରେନ୍‌ର ଇରୟନା ସ୍ୟୁତ୍‌ନିକ୍‌।

ଅବନୀ ସପ୍ତମ ସ୍ଥାନରେ ରହି ଫାଇନାଲ୍ ରାଉଣ୍ଡରେ ପ୍ରବେଶ କରିଥିଲେ। ଯୋଗ୍ୟତା ପର୍ଯ୍ୟାୟରେ ସେ ୬୨୧.୭ ପଏଣ୍ଟ ହାସଲ କରିଥିଲେ। ତେବେ ଫାଇନାଲ୍‌ରେ ସେ ତାଙ୍କ ଖେଳରେ ବହୁତ ଉନ୍ନତି ଆଣିଥିଲେ।

ରୌପ୍ୟ ପଦକ ଜିତିଛନ୍ତି ଯୋଗେଶ କଥୁରିଆ

ସେହିପରି ଡିସ୍‌କସ୍‌ ଥ୍ରୋ (ଏଫ୍‌୫୬)ରେ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି ଯୋଗେଶ କଥୁନିଆ। ଆଜି ସେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସ୍ୱରୂପ ୪୪.୩୮ ମିଟର ପର୍ଯ୍ୟନ୍ତ ଡିସ୍‌କସ୍‌ ଫୋପାଡ଼ି ଥିଲେ। ଉଭୟ ଅବନୀ ଓ ଯୋଗେଶଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଏହି ଦୁଇ ପଦକ ସହିତ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଗତକାଲି ଟେବୁଲ୍ ଟେନିସ୍‌ରେ ବାବିନାବେନ୍ ପଟେଲ ରୌପ୍ୟ ପଦକ ଜିତିଥିବା ବେଳେ ନିଶାଦ କୁମାର ହାଇଜମ୍ପରେ ରୌପ୍ୟ ପଦକ ପାଇଥିଲେ। ସେହିପରି ବିନୋଦ କୁମାର ଡିସ୍‌କସ୍‌ ଥ୍ରୋ (ଏଫ୍‌୫୨)ରେ  ବ୍ରୋଞ୍ଜ ପଦକ ଜିତିଥିଲେ। ମାତ୍ର ଏହି ଫଳାଫଳକୁ ରିଭ୍ୟୁ ପାଇଁ ରଖାଯାଇଛି।

The post ଟୋକିଓ ପାରାଲିମ୍ପିକ୍ସ: ଅବନୀଙ୍କୁ ଐତିହାସିକ ସ୍ୱର୍ଣ୍ଣ, ଯୋଗେଶଙ୍କୁ ରୌପ୍ୟ appeared first on Odisha Reporter.



from Odisha Reporter https://ift.tt/3ktHD5S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages