ଅଧିକ ରୋଜଗାର କରି ପରିବାରକୁ ସୁଖଶାନ୍ତିରେ ରଖିବାକୁ ସମସ୍ତେ ସର୍ବଦା ଚେଷ୍ଟିତ ଥାଆନ୍ତି। ଏଥିପାଇଁ ଦିନରାତି ଏକ କରି ଦେଇଥାନ୍ତି। ଏହାସତ୍ତ୍ୱେ ବହୁ ପରିବାରରେ ଆର୍ଥିକ ସ୍ଥିତି ଚିନ୍ତାଜନକ ଥାଏ। ରୋଜଗାର ଅପେକ୍ଷା ଖର୍ଚ୍ଚ ଅଧିକ ରୁହେ। ଫଳରେ ହାତ ଖାଲି ରୁହେ। ଆଜି ଜାଣିବା କିପରି ବାସ୍ତୁ ଟିପ୍ସ ଆପଣାଇ ଏପରି ସମସ୍ୟା ଦୂର କରିହେବ । ଘରର ଆର୍ଥିକ ପରିସ୍ଥିତି ସୁଧୁରିବା ସହ ସବୁବେଳେ ଘରେ ହସଖୁସି ବଜାୟ ରହିବ।
–ଘର ମୁଖ୍ୟ ଦ୍ୱାରର ଇଷାଣ କୋଣରେ ତୁଳସୀ ଗଛ ଲଗାନ୍ତୁ । ପ୍ରତିଦିନ ସକାଳେ ଏହି ଗଛରେ ପାଣି ଦେବା ସହ ସନ୍ଧ୍ୟାରେ ଦୀପ ଜାଳନ୍ତୁ। ଏପରି ନିୟମିତ କରିବା ଦ୍ୱାରା ଘରେ ଧନ ବୃଦ୍ଧି ହୋଇଥାଏ।
–ଘରର ମୁଖ୍ୟ ଦ୍ୱାରର ଭିତର ଓ ବାହାର ପଟେ ପ୍ରଭୁ ଗଣେଶଙ୍କ ୨ ପ୍ରତିମୂର୍ତ୍ତି ଲଗାନ୍ତୁ । ଏହାକୁ ଏପରି ଲଗାନ୍ତୁ ଯେପରି ୨ ମୂର୍ତ୍ତିଙ୍କ ପିଠି ପରସ୍ପର ସହ ଯୋଡ଼ି ହୋଇ ରହିବ। ଏପରି କରିବା ଦ୍ୱାରା ଭଗବାନ ଗଣେଶଙ୍କ ଆର୍ଶିବାଦ ସର୍ବଦା ଆପଣଙ୍କ ପରିବାର ଉପରେ ରହିଥାଏ। ଏପରିକି ଘରୁ ସବୁ ପ୍ରକାର ବାଧା ଆପେଆପେ ଦୂର ହେବାକୁ ଲାଗିଥାଏ।
–ପୂଜା ଘରେ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ସ୍ଥାନ ପାଇଥାଏ। ହେଲେ କେବେ ବି ଜଣେ ଠାକୁରଙ୍କ ଭିନ୍ନ ଭିନ୍ନ ମୂର୍ତ୍ତି କିମ୍ବା ଫଟୋ ଘରେ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘରେ ସବୁବେଳେ କଳହ, ଅଶାନ୍ତି ଲାଗି ରୁହେ। ଏଥିଯୋଗୁ କୋର୍ଟ, କଚେରୀ ମାମଲାରେ ବି ପଡ଼ିବାର ଆଶଙ୍କା ଥାଏ।
–ଘରର ଦକ୍ଷିଣ ଦ୍ୱାରରେ କେବେ ବି ଦର୍ପଣ ଲଗାନ୍ତୁ ନାହିଁ। ଦର୍ପଣ ସବୁବେଳେ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ଲଗାନ୍ତୁ। ଘରେ ଥିବା ଆଲମାରି ମୁହଁ ସବୁବେଳେ ପୂର୍ବ କିମ୍ବା ଉତ୍ତର ଦିଗକୁ କରନ୍ତୁ। ଏପରି କରିବା ଦ୍ୱାରା ଘରେ କେବେ ବି ଧନର ଅଭାବ ରହି ନ ଥାଏ।
–ଘରେ ବାସ୍ତୁ ଦୋଷ ଥିବା ସନ୍ଦେହ ହେଲେ ଛାତ ଉପରେ ଏକ କୁଣ୍ଡରେ ତୁଳସୀ ଗଛ ଲଗାନ୍ତୁ। ଏହା ସବୁ ପ୍ରକାର ବାସ୍ତୁ ଦୋଷ ଦୂର କରିଥାଏ।
The post ସୁଧୁରୁନି ଘରର ଆର୍ଥିକ ସ୍ଥିତି, ବାସ୍ତୁ ଦୋଷ ଅଛି କି? appeared first on Odisha Reporter.
from Odisha Reporter https://ift.tt/3ksIUdk
No comments:
Post a Comment