ନୂଆଦିଲ୍ଲୀ: ଦେଶର ବିଭିନ୍ନ ସରକାରୀ ବ୍ୟାଙ୍କରେ କାମ କରୁଥିବା ପ୍ରାୟ ୧୦ ଲକ୍ଷ କର୍ମଚାରୀ ଓ ପେନସରଧାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର ସରକାର ବ୍ୟାଙ୍କ କର୍ମଚାରୀଙ୍କ ଫ୍ୟାମିଲି ପେନ୍ସନ୍କୁ ବୃଦ୍ଧି କରିବା ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ଅବସରପ୍ରାପ୍ତ ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ଫ୍ୟାମିଲି ପେନସନ ବୃଦ୍ଧି କରିବା ପାଇଁ ଆଇବିଏ ଦାବି କରିଥିଲା।
ଏବେ କେନ୍ଦ୍ର ସରକାର ଏହି ଦାବିକୁ ଗ୍ରହର କରିଛନ୍ତି। ଏଣିକି ପେନ୍ସନ୍ ହିତାଧିକାରୀମାନେ ଶେଷ ବେତନର ୩୦% ଯାଏ ରାଶିକୁ ପେନ୍ସନ୍ ଆକାରରେ ପାଇବେ।
ପୂର୍ବରୁ କର୍ମଚାରୀଙ୍କ ପେନ୍ସନ୍ ସର୍ବାଧିକ ୯୨୮୪ ଟଙ୍କା ରହିଥିଲା। ହେଲେ ଏବେ ଏହା ୩୦-୩୫ ହଜାର ଟଙ୍କା ଯାଏ ବୃଦ୍ଧି ହେବ। ତେବେ ସବୁ କିଛି ବ୍ୟାଙ୍କ କର୍ମଚାରୀଙ୍କ ଶେଷ ବେତନ ଉପରେ ନିର୍ଭର କରିବ।
ଅର୍ଥ ମନ୍ତ୍ରଣାଳୟ ଏହି ପ୍ରସ୍ତାବକୁ ଗ୍ରହଣ କରିଛି। ଏଥିସହ ବ୍ୟାଙ୍କ ପକ୍ଷରୁ କର୍ମଚାରୀଙ୍କ ଏନ୍ପିଏସ୍ ପାଇଁ ଯେଉଁ ଯୋଗଦାନ ଦିଆଯାଉଛି ତା’ର ପରିମାଣକୁ ୧୦%ରୁ ୧୪%କୁ ବୃଦ୍ଧି କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ପୂର୍ବରୁ ଉଭୟ ବ୍ୟାଙ୍କ ଓ କର୍ମଚାରୀ ସମାନ ଭାବେ ମୂଳ ଦରମାର ୧୦% ପେନସନ ଫଣ୍ଡକୁ ଦେଉଥିଲେ। ଏବେ ବ୍ୟାଙ୍କ ପେନସନ ଫଣ୍ଡକୁ ୧୪% ଓ କର୍ମଚାରୀ ୧୦% ଅର୍ଥ ଦେବେ।
ଆର୍ଥିକ ସେବା ବିଭାଗର ସଚିବ ଦେବଶିଷ ପଣ୍ଡା ସ୍ୱୀକାର କରିଛନ୍ତି ଯେ ବ୍ୟାଙ୍କ କର୍ମଚାରୀଙ୍କ ପରିବାର ବହୁତ କମ୍ ପେନସନ୍ ପାଉଥିଲେ। ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ପରିବାର ପ୍ରତି ମାସରେ ସର୍ବାଧିକ ୯,୨୮୪ ଟଙ୍କାର ପେନସନ ପାଉଥିଲେ। କିନ୍ତୁ ସରକାର ଏବେ ଏହି ସ୍ଲାବକୁ ସଂପୂର୍ଣ୍ଣ ଭାବେ ହଟାଇ ଦେଇଛନ୍ତି।
ବର୍ତ୍ତମାନ କର୍ମଚାରୀମାନେ ଶେଷ ବେତନ ଉପରେ ୩୦% ଯାଏ ପେନସନ ପାଇବେ। ଏହି ନିଷ୍ପତ୍ତି ପରେ ବ୍ୟାଙ୍କ କର୍ମଚାରୀଙ୍କ ପେନସନ ମାସକୁ ୩୦ରୁ ୩୫ ହଜାର ଟଙ୍କା ଯାଏ ବୃଦ୍ଧି ପାଇବ। ସେ କହିଛନ୍ତି ଯେ ୧୨ରୁ ଅଧିକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭଲ ପ୍ରଦର୍ଶନ କରୁଛନ୍ତି ଓ ଲାଭ ଦେବା ମଧ୍ୟ ଆରମ୍ଭ କରିଛନ୍ତି।
The post ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର: ୩୦ରୁ ୩୫ ହଜାର ଟଙ୍କା ଯାଏ ମିଳିବ ପେନସନ appeared first on Odisha Reporter.
from Odisha Reporter https://ift.tt/2WuJVJT
No comments:
Post a Comment