ନୂଆଦିଲ୍ଲୀ: ଫସିବେ କି ବର୍ତ୍ତମାନର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ସାଂସଦ ଓ ବିଧାୟକ? ମୁଖ୍ୟମନ୍ତ୍ରୀଙ୍କ ସମେତ ଏକାଧିକ ନେତାଙ୍କ ନାଁରେ ଏବେ ଦେଶରେ ୧୨୨ଟି ମନିଲଣ୍ଡ୍ରିଂ ମାମଲା ଚାଲିଛି। ଏନେଇ ସୁପ୍ରିମକୋର୍ଟଙ୍କୁ ଆଜି ପୂରା ତାଲିକା ପ୍ରଦାନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)।
ଇଡି ସୁପ୍ରିମକୋର୍ଟଙ୍କୁ ଦେଇଥିବା ଏହି ତାଲିକାରେ ବହୁ ବିରୋଧୀଦଳଙ୍କ ସମେତ ରାଜନୈତିକ ଜଗତର ହାଇ-ପ୍ରୋଫାଇଲ୍ ନାଁ ସାମିଲ ଅଛି। ସୁପ୍ରିମକୋର୍ଟରେ ଇଡି ଦାଖଲ କରିଥିବା ଲିଷ୍ଟରେ ପ୍ରଥୋମ ଏ.ରାଜା ଏବଂ କାନିମୋଝିଙ୍କ ନାଁ ଠାରୁ ଆରମ୍ଭ ହୋଇଛି।
ଟୁ-ଜି ସ୍ପେକ୍ଟ୍ରମ ଦୁର୍ନୀତିରେ ସିବିଆଇ ଚାର୍ଜସିଟ୍ ପରେ ୨୦୧୦ରେ ଏମାନେ ମନିଲଣ୍ଡ୍ରିଂ ମାମଲାର ସମ୍ମୁଖୀନ ହୋଇଥିଲେ। ତେବେ ପରେ ଉଭୟ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ଏବେ ଦିଲ୍ଲୀ ହାଇକୋର୍ଟରେ ସିବିଆଇର ଆବେଦନ ବିଚାରାଧୀନ ଅଛି।
ସେହିପରି ଏହି ତାଲିକାରେ ଦ୍ୱିତୀୟ ନମ୍ବରରେ ରହିଛି ବାପା-ପୁଅଙ୍କ ଯୋଡି ପି ଚିଦାମ୍ବରମ୍ ଏବଂ କାର୍ତି ଚିଦାମ୍ବରମ୍। ଏହି ବାପା-ପୁଅ ଯୋଡିଙ୍କ ନାଁରେ ଦୁଇଟି ମାମଲା ରହିଛି। ଏୟାରସେଲ-ମ୍ୟାକ୍ସିସ୍ ଚୁକ୍ତିରେ ଅନିୟମିତତା ସମ୍ବନ୍ଧରେ ୨୦୧୨ରେ ପ୍ରଥମ ମାମଲା ରୁଜୁ ହୋଇଥିଲା। ୨୦୧୭ ଗଣମାଧ୍ୟମରେ ଏଫଡିଆଇ ଅନୁମୋଦନ ସମ୍ବନ୍ଧରେ ଦ୍ୱିତୀୟ ମାମଲା ପଞ୍ଜିକୃତ ହୋଇଥିଲା।
ସେହିପରି ଏହି ତାଲିକାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଏଥିମଧ୍ୟରେ ବିଜେପିର ବିଏସ୍ ୟେଡିୟୁରପ୍ପା, କଂଗ୍ରେସର ବିଏସ୍ ହୁଡା, ବିରଭଦ୍ରା ସିଂ (ମୃତ୍ୟୁ ପରେ), ଓ ଇବୋବି ସିଂ, ଜେଡିଏସର ଗେଗୋଙ୍ଗ ଅପାଙ୍ଗ, କଂଗ୍ରେସର ନାବମ ତୁକି, INLD ର ଓପି ଚାଉଟାଲା, ଏନସିପିର ଚର୍ଚ୍ଚିଲ ଆଲେମାଓ ଏବଂ କଂଗ୍ରେସର ଦିଗମ୍ବର କାମାଟ ଏବଂ ଅଶୋକ ଚାଭାନ୍ଙ୍କ ନାଁ ସାମିଲ ଅଛି।
ଶୁଭେନ୍ଦୁ ଅଧିକାରୀ, ମୁକୁଲ ରୟ, ଫାରୁକ୍ ଅବଦୁଲ୍ଲା, ଲାଲୁ ପ୍ରସାଦ ଯାଦବ ନାଁ ମଧ୍ୟ ଇଡି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ଏହି ତାଲିକାରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସିଏମ୍ ଅମରିନ୍ଦର ସିଂ (ପଞ୍ଜାବ) ଏବଂ ୱାଇଏସ୍ ଜଗନ୍ ମୋହନ ରେଡ୍ଡୀ ମଧ୍ୟ ଅଛନ୍ତି।
The post ମୁଖ୍ୟମନ୍ତ୍ରୀଙ୍କ ସମେତ ଏକାଧିକ ନେତାଙ୍କ ନାଁରେ ୧୨୨ ମନିଲଣ୍ଡ୍ରିଂ ମାମଲା appeared first on Odisha Reporter.
from Odisha Reporter https://ift.tt/3jD4zzb
No comments:
Post a Comment