`ତୃତୀୟ ଲହର ରୋକିବାକୁ ଓଡ଼ିଶା ପ୍ରସ୍ତୁତ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 4, 2021

`ତୃତୀୟ ଲହର ରୋକିବାକୁ ଓଡ଼ିଶା ପ୍ରସ୍ତୁତ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଜାରି ରହିଛି କରୋନାର ତାଣ୍ଡବ। ଦୈନିକ ସଂକ୍ରମଣ କମିଛି ସତ କିଛି ପୂରା ଯାଇନି। ପ୍ରତିଦିନ ଏକ ହଜାର ଉପରେ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ସେପଟେ ବିଶେଷଜ୍ଞମାନେ ଦ୍ୱିତୀୟ ଲହର ନଯାଉଣୁ କରୋନାର ତୃତୀୟ ଲହର ଆସିବା ସୁନିଶ୍ଚିତ ବୋଲି କହିସାରିଲେଣି। ଏହାରି ଭିତରେ ତୃତୀୟ ଲହର ରୋକିବାକୁ ରାଜ୍ୟ ପୂରା ପ୍ରସ୍ତୁତ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ସେ କହିଛନ୍ତି, ‘ରାଜ୍ୟରେ ତୃତୀୟ ଲହର ରୋକିବାକୁ ସରକାର ପର୍ଯ୍ୟାପ୍ତ ବ୍ୟବସ୍ଥା କରିଛନ୍ତି। କୌଣସି ଲହର ରୋକିବାକୁ ଦୁଇଟି ଜିନିଷ ଆବଶ୍ୟକ  ପ୍ରଥମତଃ ରୋଗୀ ଚିହ୍ନଟ, ସର୍ଭେଲାନ୍ସ ଜାରି ରଖିବା ଏବଂ  ଦ୍ୱିତୀୟରେ ଗୁରୁତରଙ୍କୁ ସଠିକ୍ ଟ୍ରିଟମେଣ୍ଟ କରିବା।  ରାଜ୍ୟ ସରକାର ଏହି ଦୁଇଟି ଦିଗ ସହ ଟିକାକରଣ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି।’

ସେହିଭଳି ରାଜ୍ୟର ବଢ଼ୁଥିବା କରୋନା ଜନିତ ମୃତ୍ୟୁକୁ ନେଇ ମଧ୍ୟ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସେ କହିଛନ୍ତି, ଏବେ ଯେଉଁ ମୃତ୍ୟୁ ରହୁଛି, ତାହା ପୁରୁଣା ତଥ୍ୟରୁ ଅଡିଟେଡ଼ ହୋଇ ଆସୁଛି।  ଯେତେବେଳେ ମହାମାରୀ ଶେଷ ହେବ, ସେତେବେଳେ ହିଁ ବାସ୍ତବ କେସ ଫାଟାଲିଟି ରେଟ ଜଣାପଡିବ। ରାଜ୍ୟରେ ଆଉ ୧୪ଟିସ୍ଥାନରେ RTPCR ଟେଷ୍ଟ ଲାବ ସ୍ଥାପନ କରାଯିବ  ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନ ଦେଇଛନ୍ତି ।

ଗତକାଲି ତୃତୀୟ ଲହରକୁ ନେଇ ମଧ୍ୟ ଡିଏମ୍‌ଇଟି ସିବିକେ ମହାନ୍ତି ଆଶ୍ୱସ୍ତିକର ସୂଚନା ଦେଇଥିଲେ। ସେପ୍ଟେମ୍ବର ଓ ଅକ୍ଟୋବରରେ କୋଭିଡର ତୃତୀୟ ଲହର ପିକ୍‌ରେ ରହିପାରେ। ତେବେ ଏହା ଦ୍ୱିତୀୟ ଲହର ଭଳି ସେତେଟା ମାରାତ୍ମକ ହେବନି। କାରଣ, ଟିକାକରଣ। ରାଜ୍ୟରେ ଟିକକରଣ ଜୋରଦାର ଚାଲିଛି। ଏହାଦ୍ୱାରା ଆଣ୍ଟିବଡି ଅଧିକାଂଶ ଲୋକଙ୍କ ଦେହରେ ବୃଦ୍ଧି ହୋଇଛି। ଏବେ ଯାହା କରୋନା ସଂକ୍ରମଣର ଚିତ୍ର ରହିଛି ସେଥିରେ କେରଳ ଏବଂ ମହାରାଷ୍ଟ୍ରରେ ସଂକ୍ରମଣ ସଂଖ୍ୟା ବଢ଼ୁଛି। ତେଣୁ ତୃତୀୟ ଲହର ଏହି ଦୁଇ ରାଜ୍ୟ ଉପରେ ଅଧିକ ପ୍ରଭାବୀ ଦେଖାଇପାରେ। ଯଦିଓ ଏହା ପ୍ରାଥମିକ ଷ୍ଟେଜରେ ରହିଛି ପରବର୍ତ୍ତୀ ସମୟରେ ତୃତୀୟ ଲହରର ପ୍ରକୃତ ଚିତ୍ର ଜଣାପଡିବ ବୋଲି ସେ କହିଥିଲେ।

The post `ତୃତୀୟ ଲହର ରୋକିବାକୁ ଓଡ଼ିଶା ପ୍ରସ୍ତୁତ’ appeared first on Odisha Reporter.



from Odisha Reporter https://ift.tt/3jlxRCf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages