ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା କୋପ ଏବେ ନିୟନ୍ତ୍ରଣରେ ଥିବା ବେଳେ ଧିରେ ଧିରେ ଖୋଲୁଛି ଶିକ୍ଷାନୁଷ୍ଠାନ। ପ୍ରଥମେ ଦଶମ, ଦ୍ୱାଦଶ ଖୋଲି ସାରିଥିବା ବେଳେ ଆସନ୍ତା ୯ ତାରିଖରୁ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ। ହେଲେ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ଶିକ୍ଷାନୁଷ୍ଠାନ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୯ ତାରିଖରୁ ରାଜ୍ୟର ସମସ୍ତ ଡିପ୍ଲୋମା, ଆଇଟିଆଇ, ଡିଗ୍ରୀ, ପଲିଟେକନିକ କଲେଜ ଖୋଲିବ ବୋଲି । କରୋନା ଯୋଗୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ଏବେ କରୋନା ନିୟନ୍ତ୍ରଣରେ ଥିବାରୁ ପୁଣି ଥରେ ଶିକ୍ଷା ବ୍ୟବସ୍ଥାକୁ ଟ୍ରାକ୍କୁ ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଲେଣି ସରକାର।
ଅଗଷ୍ଟର କୋଭିଡ୍ ଗାଇଡଲାଇନ୍ ମାନି ୯ ତାରିଖରୁ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନ ତଥା ରାଜ୍ୟ ବାହାରୁ ମଧ୍ୟ ଛାତ୍ରଛାତ୍ରୀ ଆସିବାକୁ ଥିବାରୁ ବୈଷୟିକ ଶିକ୍ଷାନୁଷ୍ଠାନ ସହ ହଷ୍ଟେଲ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। କୋଭିଡ ଗାଇଡଲାଇନ୍ ଅନୁଯାୟୀ, ସିଟିଂ ଆରେଞ୍ଜମେଣ୍ଟ କରାଯିବ। ସାମାଜିକ ଦୂରତା ଅବଳମ୍ବନ କରାଯିବ। ଲାବରୋଟୋରୀକୁ ସମ୍ପୂର୍ଣ୍ଣ ବିଶୋଧନ କରାଯିବ।
ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ପିଲାଙ୍କ ପାଇଁ କଲେଜ ଖୋଲିବା ନିମନ୍ତେ ପଦକ୍ଷେପ ନିଆଯାଇପାରେ ବୋଲି ଆଲୋଚନା ହେଉଛି
The post ୯ ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ, ହେଲେ… appeared first on Odisha Reporter.
from Odisha Reporter https://ift.tt/3ltHhOT
No comments:
Post a Comment