କାବୁଲ: ଆଫଗାନିସ୍ତାନ ଛାଡ଼ି ୟୁଏଇ ପଳାଇଥିବା ରାଷ୍ଟ୍ରପତି ଅସରଫ ଘନିଙ୍କ ଭାଇ ଏବେ ତାଲିବାନଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି। ଯାହାକି ଅସରଫଙ୍କ ପାଇଁ ବଡ଼ ଝଟକା ସାବ୍ୟସ୍ତ ହୋଇଛି। ତାଲିବାନର ହିଂସା ଏବଂ ଅତ୍ୟାଚାର ଭୟରେ ଦେଶ ଛାଡ଼ି ପଳାଇଥିବା ଅସରଫ ଘନି ତାଲିବାନଙ୍କ ପ୍ରମୁଖ ବିରୋଧୀ ହୋଇଥିବା ବେଳେ ତାଙ୍କ ଭାଇ ତାଲିବାନଙ୍କୁ ସମର୍ଥନ କରିବା କଟା ଘା’ରେ ଚୁନ ମାରିବା ସଦୃଶ ହୋଇଛି।
ଅସରଫ ଘନିଙ୍କ ଭାଇ ହାଶମତ ଘନି ଅହମ୍ମଦଜାଇ ବର୍ତ୍ତମାନ ତାଲିବାନକୁ ସମର୍ଥନ କରିଛନ୍ତି। ଅସରଫ ଘନିଙ୍କ ଭାଇ ହାଶମତ ଘନି ତାଲିବାନ ସହ ମିଶି ଆତଙ୍କବାଦୀ ସଂଗଠନକୁ ସମସ୍ତ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। କୁଚିସର ଗ୍ରାଣ୍ଡ କାଉନସିଲର ମୁଖ୍ୟ ହାଶମତ ଘନି ଅହମ୍ମଦଜାଇ ତାଲିବାନ ନେତା ଖଲିଲ-ଉର-ରହମାନ ଏବଂ ଇସଲାମର ଧର୍ମଗୁରୁ ମୁଫତି ମହମୁଦ ଜାକିରଙ୍କ ଉପସ୍ଥିତିରେ ସେ ତାଲିବାନକୁ ସମର୍ଥନ କରିଛନ୍ତି। ରବିବାର ସୁଦ୍ଧା ତାଲିବାନ ଆଫଗାନିସ୍ତାନରେ ସରକାର ଗଢ଼ିବେ ବୋଲି ଘୋଷଣା କରିଛି। ଏହାରି ଭିତରେ ହାଶମତ ତାଲିବାନକୁ ସମର୍ଥନ କରିବା ଅସରଫଙ୍କ ପାଇଁ ବଡ଼ ଝଟକା ସାବ୍ୟସ୍ତ ହୋଇଥିବା ବେଳେ ତାଲିବାନଙ୍କ ପାଇଁ ଭଲ ଖବର ସାବ୍ୟସ୍ତ ହୋଇଛି।
طالبان کا کہنا ہے کہ @ashrafghani کے بھائی حشمت غنی احمد زئی نے طالبان کی حمایت کا اعلان کیا ہے۔ طالبان رہنما خلیل الرحمٰن اور دینی عالم مفتی محمود ذاکری اس موقع پر موجود ہیں۔ ویڈیو مفتی ذاکری نے جاری کی ہے۔ pic.twitter.com/MmBIsRqwa4
— Tahir Khan (@taahir_khan) August 21, 2021
ସୂଚନାଯୋଗ୍ୟ, ତାଲିବାନ ଆଫଗାନିସ୍ତାନକୁ କବଜା କରିବା ପୂର୍ବରୁ ଅସରଫ ଘନି ଚାରୋଟି କାର ଏବଂ ହେଲିକପ୍ଟର ସହିତ ଗୋଟିଏ ହେଲିକପ୍ଟର ନେଇ ବିଦେଶ ପଳାଇଛନ୍ତି। ସେ ପଡ଼ୋଶୀ ଦେଶରେ ରହିବାକୁ ଇଚ୍ଛା ବ୍ୟକ୍ତ କରିଥିଲେ କିନ୍ତୁ ସୁରକ୍ଷା ଦୃଷ୍ଟିକୋଣରୁ ସେମାନେ ରାଜି ହୋଇନଥିଲେ। ତେଣୁ ଘନି ୟୁଏଇରେ ଏବେ ରହିଛନ୍ତି। ୟୁଏଇ ସରକାର ମାନବିକତା ଦୃଷ୍ଟିକୋଣରୁ ଘନିଙ୍କୁ ସୁରକ୍ଷା ଦେଇଥିବା ସୂଚନା ରହିଛି। ଘନି କହିଛନ୍ତି ଯେ ଯଦି ମୁଁ ସେଠାରେ ରହିଥାନ୍ତି ତେବେ ଆଫଗାନିସ୍ତାନର ଜଣେ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଆଖି ଆଗରେ ଫାଶୀ ଦିଆଯାଇଥାନ୍ତା। ଘନି ଏହି ସମୟରେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନଜିବୁଲ୍ଲାଙ୍କ ବିଷୟରେ କହିଥିଲେ, ଯାହାଙ୍କର ମୃତଦେହ ୨୭ ସେପ୍ଟେମ୍ବର ୧୯୯୬ରେ କାବୁଲର ଏକ ବିଦ୍ୟୁତଖୁଣ୍ଟରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ହିଂସା ଏବଂ ସୁରକ୍ଷା ଦୃଷ୍ଟିକୋଣରୁ ଅସରଫ ଦେଶ ଛାଡ଼ିଥିବା କହିଛନ୍ତି। ସେ ଏବେ ବି ଆଫଗାନିସ୍ତାନବାସୀଙ୍କ ସହ ଅଛନ୍ତି ବୋଲି କହିଛନ୍ତି।
The post ତାଲିବାନକୁ ସମର୍ଥନ ଦେଲେ ପଳାତକ ରାଷ୍ଟ୍ରପତି ଅସରଫ ଘନିଙ୍କ ଭାଇ appeared first on Odisha Reporter.
from Odisha Reporter https://ift.tt/2W4Z193
No comments:
Post a Comment