ନୂଆଦିଲ୍ଲୀ: ଆଫଗାନିସ୍ତାନରେ ୧୫୦ ଭାରତୀୟଙ୍କୁ ତାଲିବାନ ଅଟକ ରଖିଥିବା ସୂଚନା ରହିଛି। ତାଲିବାନ ମିଡିଆରେ ଏହି ରିପୋର୍ଟ ପ୍ରକାଶ ପାଇଛି। ତେବେ ତାଲିବାନ ଏପରି ଖବରକୁ ଖାରଜ କରିଛି। ୧୫୦ ଜଣଙ୍କୁ ଅଟକ ରଖାଯାଇଥିବା ଖବର କାବୁଲରେ ଥିବା ନ୍ୟୁୟର୍କ ଟାଇମ୍ସର ପ୍ରତିନିଧି ସରିଫ୍ ହାସନ ଟ୍ୱିଟ୍ କରି କହିଥିଲେ। ସେ ତାଲିବାନ ମୁଖପାତ୍ରଙ୍କୁ ପାଖରୁ ଖବର ପାଇ ଏହି ସୂଚନା ଦେଇଛନ୍ତି ବୋଲି କହିଛନ୍ତି। ବୈଦେଶିକ ମନ୍ତ୍ରାଳୟ ଏ ନେଇ କୌଣସି ପ୍ରତିକ୍ରିୟା ରଖି ନାହିଁ। ହେଲେ ମିଳିଥିବା ସୂଚନା ଅନୁଯାୟୀ ଅଟକ ଥିବା ସମସ୍ତ ଭାରତୀୟ ସୁରକ୍ଷିତ ରହିଛନ୍ତି।
ଏହି ଖବର ପ୍ରକାଶିତ ହେବାର କିଛି ସମୟ ପୂର୍ବରୁ କିନ୍ତୁ ଭାରତୀୟ ବାୟୁସେନାର C-130J ବିମାନ କାବୁଲରୁ ପ୍ରାୟ ୮୫ ଜଣ ଭାରତୀୟଙ୍କୁ ସ୍ଥାନାନ୍ତର କରିବାରେ ସଫଳ ହୋଇଛି। ସେମାନେ ଏବେ ଭାରତ ଅଭିମୁଖେ ଯାତ୍ରା କରୁଛନ୍ତି। ବିମାନଟି ତାଜିକିସ୍ତାନରେ ନିରାପଦରେ ଅବତରଣ କରିଛି ବୋଲି ସୂତ୍ରରୁ ପ୍ରକାଶ। ଏବେ ଆଉ ଏକ ବିମାନ C-17 କାବୁଲରେ ରହିଛି ଯେକୌଣସି ସମୟରେ ଭାରତୀୟଙ୍କୁ ଆଣିବା ପାଇଁ।
ଆଜି ସକାଳ ପାଖରୁ ଆଫଗାନିସ୍ତାନରେ ଥିବା ଅଧିକରୁ ଅଧିକ ଭାରତୀୟଙ୍କୁ କାବୁଲର ବିମାନବନ୍ଦରକୁ ଆଣିବାକୁ ଚେଷ୍ଟା କରାଯାଉଛି। ଏଥିପାଇଁ ଏକ ନିରାପଦ ଯାତ୍ରା ବ୍ୟବସ୍ଥା ହୋଇଥିବା ସୂଚନା ରହିଛି। ଆସନ୍ତାକାଲି (ରବିବାର) ତାଲିବାନ ତାର ସରକାର ଗଢ଼ିବା ନେଇ ଘୋଷଣା କରିବାର ସମ୍ଭାବନା ରହିଛି। ଏହା ପୂର୍ବରୁ ଯଥାସଂଖ୍ୟକ ଭାରତୀୟଙ୍କୁ କାବୁଲ ବିମାନବନ୍ଦରରେ ଆଣି ସୁରକ୍ଷିତ ରଖିବାକୁ ପ୍ରୟାସ କରୁଛି ଭାରତ।
ମିଳିଥିବା ସୂଚନା ଅନୁଯାୟୀ ଆଫଗାନିସ୍ତାନରେ ଥିବା ଭାରତୀୟ ଦୂତାବାସ ଅନେକ ଭାରତୀୟଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତରିତ କରି ସାରିଛି। ହେଲେ ଏବେ ବି ଆଫଗାନିସ୍ତାନରେ ୧୦୦୦ରୁ ଅଧିକ ଭାରତୀୟ ରହିଛନ୍ତି। ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବାକୁ ପ୍ରୟାସ ଚାଲିଛି। ବିଭିନ୍ନ ସହରର ତାଲିବାନୀ ବନ୍ଧୁକ ଧରି ଆତଙ୍କ ଖେଳାଉଥିବାରୁ ନାଗରିକଙ୍କୁ ଉଦ୍ଧାର କରିବା ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇଛି।
ଅନ୍ୟପଟେ ଆଉ ଏକ ଖବର ଆସିଛି ଯେଉଁଥିରେ ଉଲ୍ଲେଖ ରହିଛି ଆଫଗାନିସ୍ତାନରେ ଥିବା ଭାରତୀୟ ସୁରକ୍ଷିତ। ଆଫଗାନିସ୍ତାନ ମିଡିଆରେ ଏହି ଖବର ପ୍ରକାଶିତ ହୋଇଥିବା ସୂଚନା ରହିଛି।
The post ୧୫୦ ଭାରତୀୟଙ୍କୁ ଉଠାଇ ନେଲା ତାଲିବାନ ! appeared first on Odisha Reporter.
from Odisha Reporter https://ift.tt/3D5FJAV
No comments:
Post a Comment