ମୁମ୍ବାଇ: ଡ୍ରଗ୍ସ କେସ୍ରେ ଫସିଲେ ବାହୁବଳୀର ଭଲ୍ଲାଲଦେବ ଓରଫ ସାଉଥ ସୁପରଷ୍ଟାର ରାଣା ଦଗୁବତୀ। ୪ ବର୍ଷ ପୁରୁଣା ଡ୍ରଗ୍ସ କେସ୍ରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଛି। କେବଳ ରାଣା ଦଗୁବତୀ ନୁହନ୍ତି ତାଙ୍କ ସହ ଏକାଧିକ ସାଉଥଷ୍ଟାର ମଧ୍ୟ ଫସିଛନ୍ତି। ଅଭିନେତ୍ରୀ ରକୁଲ ପ୍ରିତ, ରବି ତେଜା ଓ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କୁ ମଧ୍ୟ ଇଡିରୁ ଡ଼ାକରା ଆସିଛି।
ରକୁଲ ପ୍ରୀତି ସିଂହଙ୍କୁ ସେପ୍ଟେମ୍ବର ୬ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି। ସେହିପରି ରାଣା ଦଗୁବାତୀଙ୍କୁ ସେପ୍ଟେମ୍ବର ୮, ରବି ତେଜାଙ୍କୁ ସେପ୍ଟେମ୍ବର ୯ ଏବଂ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କୁ ସେପ୍ଟେମ୍ବର ୩୧ ତାରିଖରେ ହାଜର ହେବାକୁ ଇଡି ନୋଟିସ ଜାରି କରିଛି। ଏମାନଙ୍କ ଛଡା ଚାର୍ମୀ କୌର, ମୁମୈଥ ଏବଂ ଅନ୍ୟ କିଛି ସେଲିବ୍ରିଟିଙ୍କୁ ମଧ୍ୟ ଇଡି ସମନ୍ ପଠାଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ୪ ବର୍ଷ ତଳର ଏହି ଡ୍ରଗ୍ସ ଲିଙ୍କ ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୨ଜଣଙ୍କୁ ସମନ୍ ପଠାଇସାରିଲାଣି ଇଡି। ୨୦୧୭ ମସିହାରେ ଜୁଲାଇ ମାସରେ ଏକ ବାର୍ ଉପରେ ଚଢଉ ବେଳେ ବିପୁଳ ପରିମାଣର ଡ୍ରଗ୍ସ ମିଳିଥିଲା। ଏହି ଘଟଣାରେ ୧୧ ପୃଷ୍ଠାର ଚାର୍ଜ ସିଟ୍ ଦାଖଲ କରାଯାଇଥିଲା।
ଉଲ୍ଲେଖ ଯୋଗ୍ୟ ଯେ, ରକୁଲ ପ୍ରିତ ସିଂହ ସାଉଥ ସିନେମା ବ୍ୟତୀତ ଅନେକ ହିନ୍ଦୀ ଫିଲ୍ମରେ କାମ କରିସାରିଛନ୍ତି। ତାଙ୍କୁ ୟାରିଆଁ, ଅୟାରୀ, ଦେ ଦେ ପ୍ୟାର୍ ଦେ, ସରଦାର କା ଗ୍ରାଣ୍ଡସନ ଭଳି ଫିଲ୍ମରେ ଦେଖିବାକୁ ମିଳିଛି। ସେହିପରି ବ୍ଲକବଷ୍ଟର ଫିଲ୍ମ ବାହୁବଳୀରେ ଖଳନାୟକ ଚରିତ୍ରରେ ପ୍ରସିଦ୍ଧ ଲାଭ କରିଥିବା ଭଲ୍ଲାଲଦେବ ଓରଫ ରାଣା ଦଗୁବତୀ ସାଉଥ ସିନେମାର ଜଣାଶୁଣା ଚେହେରା। ତାଙ୍କୁ ବାହୁବଳୀ ବ୍ୟତୀତ, ଗାଜି ଆଟାକ, ବେବି, ଦମ୍ ମାରୋ ଦମ୍, ହାତୀ ମେରା ସାଥୀ ଓ ହାଉସଫୁଲ-୪ରେ ଦେଖିବାକୁ ମିଳିଛି।
ସେହିପରି ରବି ତେଜା ମଧ୍ୟ ତେଲୁଗୁ ଫିଲ୍ମର ଜଣେ ଦମ୍ଦାର ଅଭିନେତା ରୂପେ ବେଶ୍ ଜଣାଶୁଣା। ସାଉଥ ଇଣ୍ଡଷ୍ଟ୍ରିକୁ ସେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ନିଜ ଅଭିନୟ ଜାଦୁରେ ଦର୍ଶକ ହୃଦୟ ମଧ୍ୟ ଜିତିଛନ୍ତି। ଅନ୍ୟ ପଟେ ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ଧର୍ମ ପ୍ରଡକ୍ସନ ସହ ମିଶି ନିଜ ଅପ୍କମିଂ ଫିଲ୍ମ ‘ଲାଇଗର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ସାଉଥ ଫିଲ୍ମ ବ୍ୟତୀତ ପୁରୀ ଜଗନ୍ନାଥ ହିନ୍ଦୀ ଫିଲ୍ମ ‘ବୁଢ଼ା ହୋଗା ତେରା ବାପ’ର ନିର୍ଦ୍ଦେଶନା ଦେଇଥିଲେ।
The post ଡ୍ରଗ୍ସ କେସ୍ରେ ଫସିଲେ ରକୁଲ ଓ ରାଣା appeared first on Odisha Reporter.
from Odisha Reporter https://ift.tt/3jj1p4F
No comments:
Post a Comment