ମଶାଣି ମଣିଷ ପଦ୍ମନାଭ, ୩୦ ବର୍ଷ ହେଲା ଶ୍ମଶାନ ପାଲଟିଛି ଠିକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 25, 2021

ମଶାଣି ମଣିଷ ପଦ୍ମନାଭ, ୩୦ ବର୍ଷ ହେଲା ଶ୍ମଶାନ ପାଲଟିଛି ଠିକଣା

ସାଲେପୁର(ମନୋଜ ଆଚାର୍ଯ୍ୟ): ମଶାଣି ନାଁ ଶୁଣିଲେ ମନରେ ଛନକା ପଶେ । ପରିସ୍ଥିତିରେ ପଡ଼ି ଥରେ ମଶାଣି ଯାଇଥିବା ବ୍ୟକ୍ତି ଜୀବନରେ ଆଉ କେବେ ସେଠାରେ ପାଦ ନ ପକାଇବାକୁ ମନେ ମନେ ଭଗବାନଙ୍କୁ ଡାକୁଥାଏ।  ହେଲେ କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ଏପରି ଜଣେ ମଣିଷ ଅଛନ୍ତି ଯିଏ ମଶାଣିକୁ ହିଁ ନିଜ ଠିକଣା କରି ଦେଇଛନ୍ତି। ସେଇଠି ତାଙ୍କ ଦିନ ଆରମ୍ଭ ହୁଏ , ରାତିବି କଟେ ସେଇଠି। ଏପରି ମଣିଷ ହେଉଛନ୍ତି କଟକ ଜିଲ୍ଲା ସାଲେପୁର ନିକଟ ସାଇଗଡା ଗାଁର ପଦ୍ମନାଭ ସାହୁ ।

୩୦ ବର୍ଷ ହେଲା ଗାଁ ମଶାଣିରେ ରୁହନ୍ତି ପଦ୍ମନାଭ । ନା ଅଛି ଭୂତ ପ୍ରେତର ଭୟ ନା ଛୁଆଁ ଅଛୁଆଁ ମନୋଭାବ । ୩୦ ବର୍ଷ ତଳେ ଜଣେ ଅତି ଅନ୍ତରଙ୍ଗ ବନ୍ଧୁଙ୍କ ମୃତ୍ୟ ପରେ ତାଙ୍କ ଜୀବନରେ ଏହି ଦର୍ଶନ ସୃଷ୍ଟି ହୋଇଛି । ବନ୍ଧୁ  ଯିବା ପରେ ଏହି ମଶାଣୀକୁ ହିଁ ଜୀବନର ଶେଷ ସ୍ଥାନ ବୋଲି ଗ୍ରହଣ କରି ସେଇଠାରେ ହିଁ ଜୀବନ କାଟୁଛନ୍ତି  ପଦ୍ମନାଭ ।

ମଶାଣିକୁ ସଫା ସୁତୁରା କରି ସେଠାରେ ବିଭିନ୍ନ ଫୁଲ ଗଛ ବି ଲଗାଇଛନ୍ତି । ମହାଦେବଙ୍କ ଫଟୋ ଲଗାଇ ପ୍ରତିଦିନ ପୂଜା ବି କରନ୍ତି ସେ । ଯେଉଁଠି ମଣିଷ ପୋଡି ପାଉଁଶ ହୁଏ ସେଇଠି ସେ ଶୁଅନ୍ତି ଆଉ ଶବ ସତ୍କାରରେ ସହଯୋଗ କରନ୍ତି । ମୂଲ ଲାଗି ପେଟ ପୋଷୁଥିବା ପଦ୍ମନାଭ ନିଜ ପରିବାରଠୁ ଦୁରରେ ରହି ଏହି ମଶାଣିକୁ ହିଁ ନିଜର ଶେଷ ସ୍ଥାନ ବୋଲି କୁହନ୍ତି  । ସେଥିପାଇଁ ସେ ସ୍ଥାନୀୟ ଅଞ୍ଚଳରେ ମଶାଣି ମଣିଷ ଭାବେ ପରିଚିତ

ଦୁନିଆରେ କିଛି ନାହିଁ । ମଶାଣି ହିଁ ଶେଷ ସ୍ଥାନ । ଯିଏ ମଲେ ପୋଡ଼ିବାକୁ ଆସେ। ଜାତି ଅଜାତି ଭାବେନି। ଏହାକୁ ସଫାସୁତୁରା ରଖେ। ରାତି ପାହିଲେ ଏଇଠି ବୋଲି କହିଛନ୍ତି ପଦ୍ମନାଭ

ଏ ସମ୍ପର୍କରେ ପିତାମ୍ବର ନାମକ ସ୍ଥାନୀୟ ଲୋକ କହିଛନ୍ତି , ପଦ୍ମନାଭ  ନିସ୍ୱାର୍ଥପର ଭାବେ, ବିନା ପାରିଶ୍ରମିକରେ ସେ ଏଠାରେ ଶବଦାହ କରନ୍ତି। ଯେତେବେଳେ ଟିକେ ଫାଙ୍କା ସମୟ ପାଆନ୍ତି ଏଠାରେ ବିଭିନ୍ନ କାମରେ ନିୟୋଜିତ ହୁଅନ୍ତି।

The post ମଶାଣି ମଣିଷ ପଦ୍ମନାଭ, ୩୦ ବର୍ଷ ହେଲା ଶ୍ମଶାନ ପାଲଟିଛି ଠିକଣା appeared first on Odisha Reporter.



from Odisha Reporter https://ift.tt/3myOeyp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages