ମୁମ୍ବାଇ: ଜବରଦଖଲ ଉଚ୍ଛେଦ କରିବାକୁ ଯାଇଥିବା ମ୍ୟୁନିସିପାଲିଟି ଅଧିକାରୀଙ୍କ ଉପରକୁ ହେଲା ସାଂଘାତିକ ଆକ୍ରମଣ। ଏପରିକି ରକ୍ତମୁଖା ହୋଇଯାଇଥିବା ଜଣେ ବେପାରୀ ମାରଣାସ୍ତ୍ରରେ ଜଣେ ମହିଳା ଅଧିକାରୀଙ୍କ ଆଙ୍ଗୁଠି କାଟି ଦେଇଥିବା ଜଣାଯାଇଛି। ଏଭଳି ଅଭାବନୀୟ ଘଟଣା ମୁମ୍ବାଇର ଠାଣେ ସହରର କାସର ବାଡ଼ିରେ ଘଟିଛି। ମହିଳା ଅଧିକାରୀଙ୍କ ୨ ଆଙ୍ଗୁଠି ଛିଣ୍ଡି ଯାଇଥିବା ବେଳେ ଅଭିଯୁକ୍ତଙ୍କୁ କାବୁ କରିନେଇଛି ପୁଲିସ୍।
ମିଳିଥିବା ସୂଚନା ଅନୁଯାୟୀ, ଜବରଦଖଲ ଉଚ୍ଛେଦ ନିମନ୍ତେ ପିଂପଲେ ଠାଣେ ମ୍ୟୁନିସିପାଲ କର୍ପୋରେସନର ଅତିରିକ୍ତ ମହାନଗର ପାଳିକା ଅଧିକାରୀ କଳ୍ପିତା ପିଂପଲେ ନିଜ ଟିମ୍ ସହ କାସର ବାଡ଼ିକୁ ଯାଇଥିଲେ। ଘଟଣାସ୍ଥଳରେ ପୁଲିସ୍ ମଧ୍ୟ ମୁତୟନ ହୋଇଥିଲା। ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ସେଠାରେ ଥିବା ଉଠା ଦୋକାନୀ ହିଂସାତ୍ମକ ହୋଇଯାଇଥିଲେ।
ମହିଳା ଅଧିକାରୀ କଳ୍ପିତା ପିଂପଲେ ଓ ଉଠା ଦୋକାନୀଙ୍କ ମଧ୍ୟରେ ଜୋରସୋର ଝଗଡ଼ା ହୋଇଥିଲା। ଏହି ସମୟରେ ଜଣେ ପରିବା ବେପାରୀ ମହିଳା ଅଧିକାରୀ ପିଂପଲେ ଓ ଓ ଅନ୍ୟମାନଙ୍କ ଉପରକୁ ମାରଣାସ୍ତ୍ରରେ ଆକ୍ରମଣ କରିଦେଲେ । ଏଥିରେ ପିଂପଲେଙ୍କ ୨ ଆଙ୍ଗୁଠି ଓ ତାଙ୍କ ବଡିଗାର୍ଡଙ୍କ ଗୋଟିଏ ଆଙ୍ଗୁଠି କଟି ଯାଇଛି।
ଏହାଦେଖି ଘଟଣାସ୍ଥଳରୁ ପରିବା ବେପାରୀଜଣକ ଫେରାର ହୋଇଗଲେ। ପୁଲିସ୍ ପିଂପଲେଙ୍କୁ ପ୍ରଥମେ ନିକଟସ୍ଥ ଆନନ-ଫାନନ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରୁ ତାଙ୍କୁ ଠାଣେସ୍ଥିତ ଜୁପିଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଫେରାର ଅଭିଯୁକ୍ତ ଅମରଜିତ ଯାଦବଙ୍କୁ ପୁଲିସ୍ ଗିରଫ କରିଥିବା ବେଳେ ତାଙ୍କ ଅପରାଧିକ ରେକର୍ଡ ଯାଞ୍ଚ କରୁଛି। ମହିଳା ଅଧିକାରୀଙ୍କ ଅବସ୍ଥା ସ୍ଥିର ଥିବା ବେଳେ ଆଙ୍ଗୁଠି ଯୋଡ଼ିବାକୁ ଅପରେସନ କରାଯିବ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।
ସ୍ଥାନୀୟ ଡିସିପି କହିଛନ୍ତି, ମହିଳା ଅଧିକାରୀଜଣକ ଜବରଦଖଲ ଉଚ୍ଛେଦ ନିମନ୍ତେ ନିଜ ଟିମ୍ ସହ କାସର ବଡବଲି ଅଞ୍ଚଳକୁ ଯାଇଥିଲେ। ସେହି ସମୟରେ ଉଠା ଦୋକାନୀଙ୍କ ସହ ମୁହାଁମୁହିଁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ମହିଳା ଅଧିକାରୀଙ୍କୁ ଆକ୍ରମଣ କରିଥିଲେ। ଘଟଣାର ତଦନ୍ତ ଚାଲିଛି।
The post ଜବରଦଖଲ ଉଚ୍ଛେଦ ପାଇଁ ଯାଇଥିଲେ ମହିଳା ଅଧିକାରୀ, ଆଙ୍ଗୁଠି କାଟି ଦେଲେ ବେପାରୀ appeared first on Odisha Reporter.
from Odisha Reporter https://ift.tt/3t44usK
No comments:
Post a Comment