ଘରେ ପ୍ରସ୍ତୁତ କରନ୍ତୁ କ୍ରିପ୍ସି ସୋୟା ପନିର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 30, 2021

ଘରେ ପ୍ରସ୍ତୁତ କରନ୍ତୁ କ୍ରିପ୍ସି ସୋୟା ପନିର

ଆବଶ୍ୟକ ସାମଗ୍ରୀ: ସୋୟା ବଡ଼ି, ମଇଦା, କର୍ଣ୍ଣଫ୍ଲୋର, ଲଙ୍କାଗୁଣ୍ଡ, ଲୁଣ, ଗୋଲମରିଚ ଗୁଣ୍ଡ, କଟା ପନିର, ଗାଜର କୋରା, କଟା କ୍ୟାପସିକମ୍, ସିଝା ଆଳୁ, କଟା ପିଆଜ, କଞ୍ଚା ଲଙ୍କା ଓ ଧନିଆ ପତ୍ର, କଟା ରସୁଣ, ଅଦା ପେଷ୍ଟ, ବେସନ, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ ଓ ଗରମ ମସଲା।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସୋୟା ବଡ଼ିକୁ ପାଣିରେ ଭିଜାଇ ଭଲ ଭାବରେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ପରେ ଏକ ପାତ୍ରରେ କର୍ଣ୍ଣଫ୍ଲୋର ନିଅନ୍ତୁ। ସେଥିରେ ମଇଦା, ଲଙ୍କାଗୁଣ୍ଡ,ଲୁଣ, ଗୋଲମରିଚ ଗୁଣ୍ଡ ଓ ପାଣି ମିଶାଇ ଆଣ ପ୍ରସ୍ତୁତ କରନ୍ତୁ।

ଏହାପରେ ଗ୍ରାଇଣ୍ଡିଂ କରିଥିବା ସୋୟା ବଡିରେ କଟା ପନିର, ଗାଜର କୋରା, କ୍ୟାପସିକମ୍, ଶିଝା ଆଳୁ, କଟା ପିଆଜ, କଞ୍ଚା ଲଙ୍କା ଓ ଧନିଆ ପତ୍ର ପକାଇ ଭଲ ଭାବରେ ଗୋଳାନ୍ତୁ। ପରେ ସେଥିରେ କଟା ରସୁଣ, ଅଦା ପେଷ୍ଟ, ବେସନ, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଗରମ ମସଲା ଓ ଆବଶ୍ୟକ ଅନୁସାରେ ଲୁଣ ପକାଇ ଭଲ ଭାବରେ ଚକଟି ଦିଅନ୍ତୁ।

ଏହା ପରେ ସୋୟା ବଡି ମସଲା ଚକଟାକୁ ବରା ଆକାରରେ କରି ଏକ ପାତ୍ରରେ ରଖନ୍ତୁ। ତା’ପରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସୋୟା ବଡି ମସଲା ଚକଟା ବରାକୁ କର୍ଣ୍ଣଫ୍ଲୋର ଆଣରେ ବୁଡ଼ାଇ  ଅଳ୍ପ ଆଞ୍ଚରେ ଛାଣନ୍ତୁ।  ଟିକେ ନାଲି ଦେଖାଯିବା ପରେ ଏହାକୁ ଏକ ପାତ୍ରରେ କାଢ଼ି ଦିଅନ୍ତୁ। ଏହାକୁ ଆପଣ ଚଟଣି ସହ ଖାଇପାରିବେ।

The post ଘରେ ପ୍ରସ୍ତୁତ କରନ୍ତୁ କ୍ରିପ୍ସି ସୋୟା ପନିର appeared first on Odisha Reporter.



from Odisha Reporter https://ift.tt/2Wx65LS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages