କରୋନା ଓ ଆତଙ୍କବାଦ ସମାନ, ଉଭୟଙ୍କୁ ବିନାଶ କରିବାକୁ ହେବ: ଜୟଶଙ୍କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 19, 2021

କରୋନା ଓ ଆତଙ୍କବାଦ ସମାନ, ଉଭୟଙ୍କୁ ବିନାଶ କରିବାକୁ ହେବ: ଜୟଶଙ୍କର

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ ନିଜ ଦଖଲକୁ ନେଇଛି। ହେଲେ ଆଫଗାନବାସୀ ତାଲିବାନ ଶାସନରେ ନରହି ଅନ୍ୟତ୍ର ପଳାଉଛନ୍ତି। ଆଫଗାନିସ୍ତାନରେ ଯେଉଁ ପରିସ୍ଥିତି ଉପୁଜିଛି ସେଥିପାଇଁ  ତାଲିବାନ ଉତ୍ତରଦାୟୀ ରହିବ। ହେଲେ ତାଲିବାନଙ୍କୁ ପରଦା ପଛରେ ଯେଉଁମାନେ ଆଫଗାନିସ୍ତାନ ଦଖଲ ପାଇଁ ସହଯୋଗ କରିଛନ୍ତି, ସେମାନଙ୍କୁ ପରୋକ୍ଷରେ ଚେତାବନୀ ଦେଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ବୈଠକରେ ସେ ପାକିସ୍ତାନ ଉଦ୍ଦେଶ୍ୟରେ କଡ଼ା ଚେତାବନୀ ଦେଇଛନ୍ତି।

ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି, ଆଫଗାନିସ୍ତାନରେ ଯାହା ଘଟୁଛି, ତାହା ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ। ସ୍ଥାନୀୟ ପରିସ୍ଥିତି ଏବଂ ଅନ୍ତର୍ଜାତୀୟ ସୁରକ୍ଷା ଉଭୟ ଚିନ୍ତାର ବିଷୟ। କିଛି ଲୋକ ଦୋଷ ଲୁଚାଇବାକୁ ଯାଇ ବିଭିନ୍ନ ପ୍ରକାରର ସ୍ପଷ୍ଟୀକରଣ ଦେବାକୁ ଚେଷ୍ଟା କରୁଛନ୍ତି। ଲଶ୍କର-ଏ-ତୋଇବା ଏବଂ ଜୈଶ ଭଳି ଆତଙ୍କବାଦୀ ସଂଗଠନ ଏହା ପଛରେ ରହିଛନ୍ତି। ତେଣୁ ୟୁଏନଏସସି ଏହି ପ୍ରସଙ୍ଗରେ ପୂରା ସ୍ଥିତିକୁ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି। କିଛି ଦେଶରେ ଏବେ ବି ଜାତିସଂଘ ଦ୍ୱାରା ଘୋଷିତ ହୋଇଥିବା ଆତଙ୍କବାଦୀ ଏବଂ ଆତଙ୍କବାଦୀ ସଂଗଠନ ଖୋଲାଖୋଲି ଭାବେ ସକ୍ରିୟ ରହିଛି ଏବଂ ସେଠାକାର ପ୍ରଶାସନର ସମର୍ଥନ ପାଉଛନ୍ତି। ସେ କହିଛନ୍ତି ଯେ କରୋନା ଏବଂ ଆତଙ୍କବାଦ ସମାନ ଏବଂ ଉଭୟଙ୍କୁ ବିନାଶ କରିବାକୁ ହେବ।

ପାକିସ୍ତାନର ନାଁ ନନେଇ ଜୟଶଙ୍କର କହିଛନ୍ତି, ଭାରତ ପାଖରେ ଆତଙ୍କବାଦକୁ ନେଇ ବଡ଼ ଅଭିଜ୍ଞତା ରହିଛି। କେବଳ ଭାରତ ନୁହେଁ, ଅନେକ ଦେଶ ସୀମା ପାର ଆତଙ୍କବାଦର ଶିକାର ହେଉଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରୁ ଆଫଗାନିସ୍ତାନ ଅନ୍ୟତମ। ଏଥିପାଇଁ ଜୈଶ-ଏ-ମହମ୍ମଦ ଏବଂ ଲଶ୍କର-ଏ-ତୋଇବା ଭଳି ସଂଗଠନ ଦାୟୀ। ଆତଙ୍କବାଦୀମାନେ ସବୁବେଳେ ଆତଙ୍କ ସୃଷ୍ଟି କରନ୍ତି। ସେମାନଙ୍କୁ ଅନ୍ୟ କୌଣସି ଦୃଷ୍ଟିରେ ଦେଖିବା ଠିକ୍ ହେବନି ବୋଲି ସେ କହିଛନ୍ତି।

ସେହିପରି ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ କୁହାଯାଇଥିଲା ଯେ ଆଫଗାନିସ୍ତାନରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବାରେ ପାକିସ୍ତାନର ହାତ ଅଛି। ଆଫଗାନିସ୍ତାନରେ ପାକିସ୍ତାନର ଏକ ନୂଆ ଆତଙ୍କବାଦୀ ଭିତ୍ତିଭୂମି ନିର୍ମାଣ କରାଯାଉଛି। ପାକିସ୍ତାନର ଆଇଏସଆଇ ଅଲ କାଏଦା, ଜୈଶ, ତାଲିବାନ ଏବଂ ଜମାତ ଭଳି ଆତଙ୍କୀ ସଂଗଠନକୁ ଏକତ୍ର କରିଛି। ତାଲିବାନକୁ ଲଶ୍କର ଏବଂ ଜୈଶ ଭଳି ସଂଗଠନ ମିଳିତ ଭାବେ ସହଯୋଗ କରୁଛନ୍ତି।

The post କରୋନା ଓ ଆତଙ୍କବାଦ ସମାନ, ଉଭୟଙ୍କୁ ବିନାଶ କରିବାକୁ ହେବ: ଜୟଶଙ୍କର appeared first on Odisha Reporter.



from Odisha Reporter https://ift.tt/3y25EWy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages