ନୂଆଦିଲ୍ଲୀ: ତାଲିବାନୀଙ୍କ ଭୟରେ ଏବେ ଆଫଗାନିସ୍ତାନରେ ରହୁଥିବା ଲୋକ ଭାରତ ସମେତ ବିଭିନ୍ନ ଦେଶକୁ ପଳାଇ ଆସୁଛନ୍ତି। ଏହାରି ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ କହିଛନ୍ତି ଯେ ଆଫଗାନିସ୍ତାନରୁ ଫେରୁଥିବା ଲୋକଙ୍କୁ ମାଗଣାରେ ପୋଲିଓ ଟିକା ପ୍ରଦାନ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି।
ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ୍ କରି ଟିକା ନେବାର ଏକ ଫୋଟ ଶେୟାର କରି କହିଛନ୍ତି, ଯେଉଁଥିରେ ଆଫଗାନିସ୍ତାନରୁ ଭାରତକୁ ଫେରୁଥିବା ଲୋକମାନେ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଟିକା ନେଉଥିବା ଦେଖିବାକୁ ମିଳିଛି। ଆଫଗାନିସ୍ତାନ ଏବଂ ପାକିସ୍ଥାନ ହେଉଛି ବିଶ୍ୱର ଏକମାତ୍ର ଦେଶ ଯେଉଁଠାରେ ପୋଲିଓ ‘ଏଣ୍ଡେମିକ୍ ରୋଗ’ ଶ୍ରେଣୀରେ ରହିଛି। ଏହାର ଅର୍ଥ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଏବଂ ବର୍ଗଙ୍କ ପାଖରେ ଉପଲବ୍ଧ ହେଉଥିବା ରୋଗ।
ତେଣୁ ଲୋକଙ୍କୁ ସୁରକ୍ଷିତ ରଖିବାକୁ ଯାଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ ଆଫଗାନିସ୍ତାନରୁ ଫେରୁଥିବା ଲୋକଙ୍କୁ ବଣୁଆ ବା ଓ୍ୱାଇଲ୍ଡ ପୋଲିଓ ଜୀବାଣୁ ପ୍ରତି ସତର୍କତା ରହିବାର ଆବଶ୍ୟକତା ରହିଛି। ତେଣୁ ଭାରତ ସରକାର ଆଫଗାନିସ୍ତାନରୁ ଆସୁଥିବା ଲୋକଙ୍କୁ ମାଗଣାରେ ପୋଲିଓ ଟିକା ଦେଉଛନ୍ତି। ଏମାନଙ୍କୁ ପୋଲିଓର OPV ଏବଂ FIPV ଲଗାଯାଉଛି ବୋଲି ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି।
We have decided to vaccinate Afghanistan returnees with free Polio Vaccine – OPV & fIPV, as a preventive measure against Wild Polio Virus
Congratulations to the Health Team for their efforts to ensure public health
Take a look at the vaccine drive at Delhi International Airport pic.twitter.com/jPVF1lVmRu
— Mansukh Mandaviya (@mansukhmandviya) August 22, 2021
ସୂଚନାଯୋଗ୍ୟ, ଆଫଗାନିସ୍ତାନ ଏବେ ତାଲିବାନ କବାଜରେ ରହିଛି। ଅନେକ ଲୋକ ଏବେ ଭାରତ ଏବଂ ଅନ୍ୟାନ୍ୟ ଦେଶ ମୁହାଁ ହୋଇଛନ୍ତି। ରବିବାର ୧୦୭ ଜଣ ଭାରତୀୟଙ୍କ ସମେତ ୧୬୮ ଜଣଙ୍କୁ ବାୟୁସେନା କାବୁଲରୁ ସ୍ଥାନାନ୍ତର କରିଛି। ଏହା ପୂର୍ବରୁ ଅନେକ ଲୋକଙ୍କୁ ଭାରତ ଆଫଗାନିସ୍ତାନରୁ ସ୍ଥାନାନ୍ତରିତ କରିଥିବା ସୂଚନା ରହିଛି।
The post ଆଫଗାନିସ୍ତାନରୁ ଭାରତ ଆସୁଥିବା ଲୋକଙ୍କୁ ଦିଆଯାଉଛି ପୋଲିଓ ଟିକା appeared first on Odisha Reporter.
from Odisha Reporter https://ift.tt/382vkHR
No comments:
Post a Comment