କଂଗ୍ରେସ ନେତା ଓ ପାର୍ଟି ସହ ଜଡ଼ିତ ୩୦ ଟ୍ୱିଟର ଆକାଉଣ୍ଟ ଅଚଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 12, 2021

କଂଗ୍ରେସ ନେତା ଓ ପାର୍ଟି ସହ ଜଡ଼ିତ ୩୦ ଟ୍ୱିଟର ଆକାଉଣ୍ଟ ଅଚଳ

ନୂଆଦିଲ୍ଲୀ: କଂଗ୍ରେସ ଉପରେ ଟ୍ୱିଟରର ଡିଜିଟାଲ ଷ୍ଟ୍ରାଇକ ଜାରି ରହିଛି। ଜଣଙ୍କ ପରେ ଜଣେ କଂଗ୍ରେସ ନେତା ଓ ପାର୍ଟି ସହ ଜଡ଼ିତ ଅଫିସିଆଲ ଟ୍ୱିଟର ଆକାଉଣ୍ଟଗୁଡ଼ିକୁ ଏହି ମାଇକ୍ରୋବ୍ଲଗିଂ ସଂସ୍ଥା ଅଚଳ କରିବାରେ ଲାଗିଛି। ଇତି ମଧ୍ୟରେ ଟ୍ୱିଟର ପକ୍ଷରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ସହ ୨୩ ଜଣ ଦଳୀୟ ନେତାଙ୍କ ଟ୍ୱିଟର ଆକାଉଣ୍ଟକୁ ଅଚଳ କରିଦିଆଯାଇଛି। ସେହିପରି ଦଳର ୭ଟି ଅଫିସିଆଲ ଟ୍ୱିଟର ଆକାଉଣ୍ଟ ବି ଲକଡ୍‌ ହୋଇଛି। ଏହି ସବୁ ଆକାଉଣ୍ଟରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କଂଗ୍ରେସ ନେତା କିମ୍ବା ପାର୍ଟି କୌଣସି ପ୍ରକାରର ଟ୍ୱିଟ କରିପାରିବ ନାହିଁ।

ରାହୁଲ ଗାନ୍ଧିଙ୍କ ବ୍ୟତୀତ କେସି ଭେନୁଗୋପାଳ, ରଣଦୀପ ସୂର୍ଯ୍ୟେୱାଲା ଓ ସୋଶାଲ ମିଡିଆ ମୁଖ୍ୟ ରୋହନ ଗୁପ୍ତାଙ୍କ ଭଳି ବରିଷ୍ଠ ନେତାମାନଙ୍କ ଟ୍ୱିଟର ଆକାଉଣ୍ଟ ସସପେଣ୍ଡ ହୋଇଛି। କଂଗ୍ରେସ ପାର୍ଟିର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ସହ ମୁମ୍ବାଇ, ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ, ଡାମନ ଆଣ୍ଡ ଡ୍ୟୁ ଏବଂ ତାମିଲନାଡୁ ୟୁନିଟର ଆକାଉଣ୍ଟକୁ ମଧ୍ୟ ଅଚଳ କରିଦିଆଯାଇଛି।

ଏହାକୁ ନେଇ ବିବାଦ ଜାରି ରହିଥିବା ବେଳେ ଟ୍ୱିଟରର ଜଣେ ମୁଖପାତ୍ର କହିଛନ୍ତି, ଏହି ସବୁ ଆକାଉଣ୍ଟଗୁଡ଼ିକ କମ୍ପାନୀ ପ୍ରଣୟନ କରିଥିବା ନିୟମକୁ ଉଲ୍ଲଙ୍ଘନ କରିଛନ୍ତି। ଏହି କାରଣରୁ ସେମାନଙ୍କ ଆକାଉଣ୍ଟକୁ ଅସ୍ଥାୟୀ ଭାବେ ସସପେଣ୍ଡ କରାଯାଇଛି। ନିୟମ ସମସ୍ତଙ୍କ ପାଇଁ ସମାନ। ଆପତ୍ତିଜନକ ଫଟୋ ପୋଷ୍ଟ କରିବା ଘଟଣାରେ କମ୍ପାନୀ ଏମିତି ଅନେକ ଆକାଉଣ୍ଟକୁ ପୂର୍ବରୁ ମଧ୍ୟ ସସପେଣ୍ଡ କରିଥିଲା। ଏବେ ମଧ୍ୟ କମ୍ପାନୀ ତା’ର ପଲିସିରେ କାଏମ ରହିଛି ବୋଲି ମୁଖପାତ୍ର ଜଣଙ୍କ କହିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ଫେସବୁକ ଓ ଇନଷ୍ଟାଗ୍ରାମରେ ଏହି ଘଟଣାକୁ ନେଇ ବିଜେପି ଉପରେ ବର୍ଷିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଚାପରେ ଟ୍ୱିଟର କଂଗ୍ରେସ ନେତାଙ୍କ ଆକାଉଣ୍ଟକୁ ସସପେଣ୍ଡ କରିଥିବା ଦଳ ଅଭିଯୋଗ କରିଛି। ସେହିପରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରତିବାଦ ସ୍ୱରୂପ ଭାଇ ରାହୁଲ ଗାନ୍ଧିଙ୍କ ଫଟୋକୁ ନିଜର ଟ୍ୱିଟ ଆକାଉଣ୍ଟର ଫ୍ରୋଫାଇଲରେ ରଖିଛନ୍ତି। ସେ କହିଛନ୍ତି, ଟ୍ୱିଟର ନିଜସ୍ୱ ପଲିସି ଲାଗୁ କରୁଛି ନା ମୋଦି ସରକାରଙ୍କର? ବିଜେପି ସରକାରଙ୍କ କଥାରେ ଟ୍ୱିଟର ଗଣତନ୍ତ୍ରକୁ ଦଳି ଦେବାକୁ ଚେଷ୍ଟା କରୁଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, କିଛି ଦିନ ତଳେ ଦିଲ୍ଲୀର ନଙ୍ଗାଲ ଗାଁରେ ଜଣେ ୯ ବର୍ଷୀୟ ଝିଅକୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ସେହିପରି ହତ୍ୟା ପରେ ପୀଡ଼ିତାଙ୍କ ଶବକୁ ଅଭିଯୁକ୍ତମାନେ ଜୋରଜବରଦସ୍ତି ସତ୍କାର କରିଦେଇଥିବା ମଧ୍ୟ ତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ରାଜଧାନୀ ଦିଲ୍ଲୀରେ ଏପରି ଘଟଣା ଘଟିବାରୁ ଏହାକୁ ନେଇ ରାଜନୀତିକ ବୟାନବାଜୀ ଆରମ୍ଭ ହୋଇଯାଇଥିଲା।

ଏସବୁ ଭିତରେ ରାହୁଲ ଗାନ୍ଧି ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଇଥିଲେ। ସେ ପରିବାର ଲୋକଙ୍କ ସହ ଆଲୋଚନା କରୁଥିବା ବେଳର ଫଟୋକୁ ପରବର୍ତ୍ତୀ ଅବସ୍ଥାରେ ଟ୍ୱିଟ କରିଥିଲେ। ଉକ୍ତ ଫଟୋ ଦ୍ୱାରା ପୀଡ଼ିତାଙ୍କ ପରିଚୟ ପ୍ରଘଟ ହୋଇଥିଲା। ତେଣୁ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏନସିପିସିଆର ଟ୍ୱିଟରକୁ କହିଥିଲେ। ଏହାପରେ ଟ୍ୱିଟର ଉକ୍ତ ଟ୍ୱିଟକୁ ହଟାଇବା ସହ ରାହୁଲ ଗାନ୍ଧିଙ୍କ ଆକାଉଣ୍ଟକୁ ଅସ୍ଥାୟୀ ରୂପେ ସସପେଣ୍ଡ କରିଥିଲା। ହେଲେ ଏବେ କଂଗ୍ରେସ ସହ ଜଡ଼ିତ ଗୋଟିଏ ପରେ ଗୋଟିଏ ଆକାଉଣ୍ଟକୁ ଅଚଳ କରିବାରେ ଲାଗିଛି।

The post କଂଗ୍ରେସ ନେତା ଓ ପାର୍ଟି ସହ ଜଡ଼ିତ ୩୦ ଟ୍ୱିଟର ଆକାଉଣ୍ଟ ଅଚଳ appeared first on Odisha Reporter.



from Odisha Reporter https://ift.tt/3AFp992

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages