ବଲାଙ୍ଗିର/କଣ୍ଟାବାଞ୍ଜି(ଓଡ଼ିଶା ରିପୋର୍ଟର): ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଣୟନ କରାଯାଇଥିବା ପ୍ରଧାନମନ୍ତ୍ରୀ କୃଷି ବୀମା ଯୋଜନା ଉପରେ ପଡ଼ିଲାଣି ନକଲି ଚାଷୀଙ୍କ ଆଖି। ଜମିରେ ଝାଳ ବୁହାଇ ଫସଲ ଅମଳ କରୁଥିବା ଚାଷୀ ଚାଷ ଉଜୁଡ଼ି ଗଲେ ମୁଣ୍ଡରେ ହାତ ଦେଉଥିବା ବେଳେ କେବଳ ବୀମା କରି ନକଲି ଚାଷୀ କିନ୍ତୁ ମାଲେମାଲ। ଜମି ଅସଲିକୁ ଚାଷୀ ନକଲି।
ଅସଲି ଚାଷୀ ଗରୀବ ହୋଇଥିବା ବେଳେ ନକଲି ଚାଷୀ ମାଲେମାଲ । ଚାଷୀଙ୍କ କୃଷି ବୀମାକୁ ନିଜ ନାଁରେ କରି ଏପରି ଲୁଟ୍ କରି ଚାଲିଛନ୍ତି ଦଲାଲ ଓ ଏଜେଣ୍ଟ । ଏପଟେ ବୀମା ଟଙ୍କାରୁ ବଂଚିତ ହେଉଥିବା ଅସଲି ଚାଷୀଙ୍କ ମୁଣ୍ଡରେ ପଡ଼ିଲାଣି ଚଡ଼କ । ଏପରି ସାଂଘାତିକ ଚଞ୍ଚକତା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ହୋଇଥିବା ନଜରକୁ ଆସିଛ ।
ଏନେଇ ବାରମ୍ବାର କୃଷି ବିଭାଗ ଓ ଜିଲ୍ଲା ପ୍ରଶାସନ ପାଖକୁ ଦୌଡି ଦୌଡି ନୟାନ୍ତ ହେବା ପରେ ଥାନାରେ ପହଁଚିଥିଲେ ଚାଷୀ । ଏହାପରେ ଜଣଙ୍କ ପରେ ଜଣେ ନକଲି ଚାଷୀ, ଦଲାଲ, ଏଜେଣ୍ଟଙ୍କୁ ମିଶାଇ ସମୁଦାୟ ୧୦ ଜଣଙ୍କୁ ଗିରଫ କରିଛି ପୁଲିସ୍ ।
ଏହି ନକଲି ଚାଷୀମାନେ ଅସଲି ଚାଷୀଙ୍କୁ ଚକମା ଦେଇ ସେମାନଙ୍କ କୃଷି ବୀମା ହଡପ କରିବା ଅଭିଯୋଗ ହେବା ପରେ ବେଳପଡା, କଣ୍ଟାବାଞ୍ଜି, ଖପ୍ରାଖୋଲ, ବଙ୍ଗମୁଣ୍ଡା ଅଂଚଳରୁ ଏଭଳି ୧୦ ଜଣ ଚାଷୀଙ୍କୁ ଗିରଫ କରିଛି ପୁଲିସ୍। ଗିରଫ ତାଲିକାରେ କେବଳ ଚାଷୀ ନାହାନ୍ତି, ବୀମା ଅର୍ଥ କାରସାଦିରେ ସଂପୃକ୍ତ କମନ୍ ସର୍ଭିସ ସେଣ୍ଟର ମାଲିକଙ୍କୁ ବି ଗିରଫ କରି କୋର୍ଟଚାଲାଣ କରିଛି କଂଟାବାଞ୍ଜି ପୁଲିସ୍ ।
ଗତ, ୨୫ ତାରିଖରେ ବୀମା କରିବାକୁ ଯାଇଥିଲି। ସେମାନେ କହିଲେ ତୁମର ହୋଇଯାଇଛି। ଏହା କିପରି ସମ୍ଭବ ହେଲା ଭାବି ଆମ ପାଦ ତଳୁ ମାଟି ଖସି ଯାଇଥିଲା ବୋଲି କର୍ଲାବାହାଲି ଅଞ୍ଚଳର ଚାଷୀ ବାଳକୃଷ୍ଣ ମେହେର କହିଛନ୍ତି।
ଦୀର୍ଘ ଦିନ ହେଲା ପ୍ରଧାନମନ୍ତ୍ରୀ କୃଷି ବୀମାରେ ଚଂଚକତା କରି ଚାଷୀଙ୍କ ଟଙ୍କା ହଡପ କରୁଛନ୍ତି ନକଲି ଚାଷୀ । ସରକାରଙ୍କଠାରୁ ଅନୁମତି ପାଇଥିବା ବୀମା କମ୍ପାନୀ କୃଷି ବୀମା ପାଇଁ ନୀତି ନିୟମ ଓ ସମୟ ଧାର୍ଯ୍ୟ କରିଥାଏ । ଉପଯୁକ୍ତ ଫର୍ମାଟରେ ନିଜ ନିଜ ଚାଷ ଜମିର କାଗଜପତ୍ର ଦେଇ ଚାଷୀମାନେ ସିଏସସି ସେଣ୍ଟରକୁ ଯାଇ କୃଷି ବୀମା କରିଥାନ୍ତି । ତେବେ ସିଏସସି ସେଣ୍ଟର ମାଲିକଙ୍କ ସହ କାରସାଦି କରି ଚାଷୀଙ୍କ କାଗଜପତ୍ରରେ ନକଲି ଚାଷୀମାନେ ନିଜ ନାଁରେ ବୀମା କରିଦିଅନ୍ତି । ଏପରିକ ଅସଲି ଚାଷୀଙ୍କ ନକଲି ଆଫିଡେଭିଟ୍ ଏବଂ ଦସ୍ତଖତ ବି ଅପଲୋଡ୍ କରିଥାନ୍ତି ନକଲି ଚାଷୀ ଅସଲି ଚାଷୀ ବୀମା କରିବାକୁ ପହଁଚିବା ପରେ ସାମ୍ନାକୁ ଆସିଥିଲା ସତ ।
ଆମେମାନେ ଯେତେବେଳେ ଯାଇଥିଲୁ ଇନସ୍ୟୁରାନ୍ସ କରିବାକୁ, ସେତେବେଳେ ପୂର୍ବରୁ ଆଉ କିଏ ଆମ ଜାଗାରେ ପ୍ରିମିୟମ କରିସାରିଛି ବୋଲି କହିଛନ୍ତି ଭକ୍ତଚରଣ ପଧାନ ନାମକ ଚାଷୀ।
ଏନେଇ ବଲାଙ୍ଗିର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବୈକୁଣ୍ଠ ଚରଣ ସାହୁ କହିଛନ୍ତି, ପ୍ଲଟ ନଂ, ଖାତା ନମ୍ନର ଦେଇ ନକଲି ଚାଷୀ ଇନ୍ୟୁରନାନ୍ସ କରି ଦେଉଛନ୍ତି। ଆଗକୁ ଏଥିପ୍ରତି କଡ଼ା ନଜର ଦିଆଯିବ।
The post ଜମି ଅସଲି ହେଲେ ଚାଷୀ ନକଲି appeared first on Odisha Reporter.
from Odisha Reporter https://ift.tt/3skNNZG
No comments:
Post a Comment