୧୦୦ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 10, 2021

୧୦୦ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ

ବାରିପଦା(ମାଣିକ ଲାଲ ପାଣି): ୧୦୦ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଆଜି ସକାଳେ  ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ଘଟିଛି। ମୃତକଦ୍ୱୟ ହେଲେ ଡ୍ରାଇଭର ଇନୁସ୍‌ ଓ ତାଙ୍କ ସାଙ୍ଗ ଜୱଲ । ଗୁରୁତର ହେଉଛନ୍ତି ଟ୍ରକ୍‌ ହେଲପର ୱାସିମ୍‌ । ସମସ୍ତଙ୍କ ଘର ମହାରାଷ୍ଟ୍ରର ମାଲକାପୁରରେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ନାସିକରୁ ଏକ ପିଆଜ ବୋଝେଇ  ଟ୍ରକ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। ଆଜି ସକାଳେ ଟ୍ରକଟି ବାଙ୍ଗିରିପୋଷି ଘାଟି ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ୧୦୦ ଫୁଟ ତଳକୁ ଖସି ପଡ଼ିଥିଲା। ଏହି ସମୟରେ ଟ୍ରକ୍‌ରେ ଥିବା ହେଲପର ୱାସିମ୍‌ ତଳକୁ ଡେଇଁ ପଡ଼ି ଗୁରୁତର ହୋଇ ପଡ଼ିଛନ୍ତି। ହେଲେ ଘାଟି ତଳେ ଟ୍ରକକ୍‌ଟି ପଡ଼ିଥିବା ବେଳେ ଟ୍ରକ୍‌ ତଳେ ଚାପି ହୋଇ ଇନୁସ୍‌ ଓ ତାଙ୍କ ସାଙ୍ଗ ଜୱଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ଖବର ପାଇ ସ୍ଥାନୀୟ ଲୋକେ ଏବଂ ଦମକଳବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସେଠାରେ ଡାକ୍ତର ଇନୁସ୍‌ ଓ ଜୱଲଙ୍କୁ ମୃତ ଘୋଷଣା କରିଛନ୍ତି । କିଛି ସମୟ ରାସ୍ତା ଜାମ ପରେ ପୁଣି ଯାନବାହନ ଚଳପ୍ରଚଳ ସ୍ଵାଭାବିକ ହୋଇଛି ।

ଗତ କିଛି ଦିନ ତଳେ ମଧ୍ୟ ଘାଟି ରାସ୍ତାରେ ଏକ ଟ୍ରକ୍ ସିରିଜ ଦୁର୍ଘଟଣା କରି ସାତ ଗାଡ଼ିକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିଲେ ।

ସୂଚନାଯୋଗ୍ୟ, ପ୍ରତିଦିନ ବାଙ୍ଗିରିପୋଷି ଘାଟି ଦେଇ ଶହ ଶହ ମାଲ ବୋଝେଇ ଟ୍ରକ୍‌ ଯାତାୟତ କରିଥାଏ। ମାତ୍ର ଅଣ ଅସାରିଆ ରାସ୍ତା ଯୋଗୁଁ ବହୁ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ବହୁ ଜୀବନ ଯାଇଥାଏ।  ହେଲେ ଦୁର୍ଘଟଣା ରୋକିବାକୁ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

The post ୧୦୦ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ appeared first on Odisha Reporter.



from Odisha Reporter https://ift.tt/3ArvxjS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages