ପଂଚାୟତ ନିର୍ବାଚନରେ ଭୋଟ୍ ହେରାଫେରି ପାଇଁ ସରକାର ଅସାଧୁ ଉଦ୍ୟମ କରିଛନ୍ତି : ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 21, 2021

ପଂଚାୟତ ନିର୍ବାଚନରେ ଭୋଟ୍ ହେରାଫେରି ପାଇଁ ସରକାର ଅସାଧୁ ଉଦ୍ୟମ କରିଛନ୍ତି : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନ ପ୍ରକ୍ରିୟାରେ ବୁଥସ୍ତରରେ ତତ୍କାଳ ଭୋଟ୍ ଗଣତି ବ୍ୟବସ୍ଥାରେ ଅବାଞ୍ଝିତ ପରିବର୍ତ୍ତନ କରି ରାଜ୍ୟ ସରକାର ପ୍ରଚଳିତ ଭୋଟ୍ ଗଣତି ପ୍ରକ୍ରିୟାକୁ ସନ୍ଦେହଘେରକୁ ଠେଲି ଦେଇଛନ୍ତି। ଏହା ରାଜ୍ୟରେ ପଂଚାୟତ ନିର୍ବାଚନରେ ଭୋଟ ହେରାଫେରି ଉଦ୍ୟମର ଆଭାସ ଦେଉଛି ଓ କପି କରି ପ୍ରଥମ ହେବାକୁ ବିଜେଡି ସରକାର ଏବେଠୁ ଲକ୍ଷ୍ୟ ରଖିଛି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି ରାଜ୍ୟ ଶାଖା ପଂଚାୟତିରାଜ ସମିତି ସଂଯୋଜକ ଶଙ୍କର୍ଷଣ ପରିଡ଼ା ଅଭିଯୋଗ କରିଛନ୍ତି ଯେ, କପି କରି ପଂଚାୟତ ନିର୍ବାଚନରେ ପ୍ରଥମ ହେବା ପାଇଁ ଭୋଟ୍ ହେରାଫେରି କରିବାକୁ ଏବେଠୁ ଅସାଧୁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ପଂଚାୟତ ନିର୍ବାଚନରେ ରାଜ୍ୟର ପ୍ରାୟ ୧ ଲକ୍ଷ ବୁଥ୍‌ର ୪ ଲକ୍ଷ ଭୋଟ ବାକ୍ସକୁ ବିଧିବଦ୍ଧ ଭାବେ ସୁରକ୍ଷା ଦେବା ପାଇଁ ବ୍ଲକସ୍ତରରେ ଆବଶ୍ୟକୀୟ ଷ୍ଟ୍ରଙ୍ଗରୁମ୍‌ର ବ୍ୟବସ୍ଥା ନାହିଁ କିମ୍ବା ଜିଲ୍ଲାସ୍ତରରେ ଏତେ ବିପୁଳ ସଂଖ୍ୟକ ଭୋଟବାକ୍ସ ପାଇଁ ଏ ଯାବତ ରାଜ୍ୟରେ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ବିଧାନସଭା ଓ ସଂସଦୀୟ ନିର୍ବାଚନ କ୍ଷେତ୍ରରେ ପ୍ରତି ପଂଚାୟତରେ ବୁଥ୍ ମାତ୍ର ୪ କିମ୍ବା ୫ ରେ ସୀମିତ ଥିଲାବେଳେ ପଂଚାୟତ ନିର୍ବାଚନରେ ଏହି ବୁଥ୍ ସଂଖ୍ୟା ପ୍ରାୟ ୧୫ରୁ ୩୦। ପୌର ନିର୍ବାଚନ ପରାଜୟ ଭୟରେ ପ୍ରାୟ ୩ ବର୍ଷ ଧରି ପୌର ନିର୍ବାଚନ ପ୍ରକ୍ରିୟାକୁ ବିଳମ୍ବିତ କରିଥିବା ରାଜ୍ୟ ସରକାର ପୁନଶ୍ଚ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ପରୋକ୍ଷଭାବେ ପ୍ରଭାବିତ କରି ପଂଚାୟତ ନିର୍ବାଚନ ପ୍ରକ୍ରିୟାକୁ ବିଳମ୍ବିତ କରିବାର ଅସାଧୁ ଉଦ୍ୟମ ଜାରି ରଖିଛନ୍ତି।

ସେ କହିଛନ୍ତି, ତ୍ରିସ୍ତରୀୟ ପଂଚାୟତ ବ୍ୟବସ୍ଥାରେ ୱାର୍ଡ ଏବଂ ପଂଚାୟତସ୍ତରରେ ଦଳୀୟ ନିର୍ବାଚନୀ ବ୍ୟବସ୍ଥା ନାହିଁ, ଏହା ନିର୍ଦଳୀୟ। ନିର୍ବାଚନୀ ପ୍ରକ୍ରିୟାର ଅଂଶ ବିଶେଷଭାବେ ଭୋଟ ବାକ୍ସ ପ୍ରାବଧାନ ଓ ଗଣତିର ଗଣିତକୁ ସହଜ ସରଳ ମାନସାଙ୍କ ପରିବର୍ତ୍ତେ ଜଟିଳ ଜ୍ୟାମିତିରେ ପରିଣତ କରି ତୃଣମୂଳ ଗଣତାନ୍ତ୍ରିକ ବିଧି ବିଧାନର ବ୍ୟାପକ ଉଲଂଘନ କରିବାକୁ ରାଜ୍ୟ ସରକାର ଅପଚେଷ୍ଟା କରୁଛନ୍ତି।

ଶ୍ରୀ ପରିଡ଼ା ଆହୁରି କହିଛନ୍ତି, ଶାସକ ବିଜେଡିର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଭାଷାରେ ରାଜ୍ୟ ସରକାର କପି କରି ଫାଷ୍ଟ ହେଉଛନ୍ତି । ତେଣୁ ସରକାର ଅଭ୍ୟାସଗତ ଭାବେ ପଂଚାୟତ ନିର୍ବାଚନରେ ମଧ୍ୟ କପି କରି ପ୍ରଥମ ହେବାପାଇଁ ଏବେ ଉଦ୍ୟମ କରିବାକୁ ପଛାଇନାହାନ୍ତି । ଲୋକସଭା ଓ ବିଧାନସଭା ଲୋକମାନଙ୍କ ସଭା ନୁହେଁ ଏହା ଲୋକ ପ୍ରତିନିଧିମାନଙ୍କର ସଭା । ଲୋକମାନଙ୍କୁ ପ୍ରତ୍ୟକ୍ଷ ଶାସନରେ ଭାଗିଦାରୀ କରିବା ନିମନ୍ତେ ୧୯୯୩ ମସିହାରେ ଭାରତୀୟ ସଂମ୍ବିଧାନ ସଂଶୋଧନ କାରାଯାଇ ଶକ୍ତିଶାଳୀ ତୃଣମୂଳ ସରକାର (ପଂଚାୟତ) ଗଠନ କରିବାର ପରିକଳ୍ପନାକୁ ସାମ୍ବିଧାନିକ ମର୍ଯ୍ୟାଦା ମିଳିଲା। ତଦନୁଯାୟୀ କେନ୍ଦ୍ର ଓ ରାଜ୍ୟ ସରକାର ଭଳି ତୃଣମୂଳ ସ୍ତରରେ ଅନ୍ୟ ଏକ କାର୍ଯ୍ୟନିର୍ବାହୀ ସରକାର ଗଠନ କରିବା ପାଇିଁ ସାମ୍ବିଧାନିକ ଆଇନ ପ୍ରଣୟନ କରାଗଲା । କ୍ଷମତାର୍ପିତ ଜନତା ଓ ଉତ୍ତରଦାୟୀ ତୃଣମୂଳ ସରକାରର ଗଠନ ବ୍ୟବସ୍ଥାକୁ ଭୁଲୁଣ୍ଠିତ କରିବାକୁ ରାଜ୍ୟ ସରକାର ଭୋଟ ହେରାଫେରିର ସଙ୍ଗୀନ ଷଡ଼ଯନ୍ତ୍ର ରଚିବା ସହିତ ବିଜେପିର କ୍ରମବର୍ଦ୍ଧିଷ୍ଣୁ ଜନମତ ସପକ୍ଷରେ ବିଜୟ ଲାଭ କରିବା ନିମନ୍ତେ ଗଳାବାଟ ଖୋଜୁଛନ୍ତି ।

ଓଡ଼ିଶାରେ ପଂଚାୟତିରାଜ ବ୍ୟବସ୍ଥା ଓ ନିର୍ବାଚନୀ ପ୍ରକ୍ରିୟା ଯାହା ୭୩ତମ ସଂମ୍ବିଧାନ ସଂଶୋଧନର ମାର୍ଗଦର୍ଶକ ଭାବେ ଉଭା ହୋଇଥିଲା, ତାକୁ ଏବେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମା ବଳରେ ବ୍ୟାପକ ପରିବର୍ତ୍ତନ କରାଇ ରାଜ୍ୟ ସରକାର ପ୍ରଚଳିତ ପଂଚାୟତିରାଜ ବିଧିବ୍ୟବସ୍ଥାକୁ ଭଣ୍ଡୁର କରିବାରେ ଲାଗି ପଡ଼ିଛନ୍ତି । ତେଣୁ ଓଡ଼ିଶା ସରକାରଙ୍କ ଏଭଳି ବେଆଇନ କାର୍ଯ୍ୟକୁ ପ୍ରଶୟ ନଦେବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କୁ ବିଜେପି ଅନୁରୋଧ କରିବା ସହ ବିଧି ଆଧାରିତ ନିର୍ବାଚନ କରିବାକୁ ଦାବି କରିଛି ବୋଲି ଶଙ୍କର୍ଷଣ ପରିଡ଼ା କହିଛନ୍ତି।

 

The post ପଂଚାୟତ ନିର୍ବାଚନରେ ଭୋଟ୍ ହେରାଫେରି ପାଇଁ ସରକାର ଅସାଧୁ ଉଦ୍ୟମ କରିଛନ୍ତି : ବିଜେପି appeared first on Odisha Reporter.



from Odisha Reporter https://ift.tt/3mn9nf1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages