ପୁଣେ: ମହାମାରୀ କରୋନା ପରେ ଏବେ ଡରାଇଲାଣି ଜିକା ଭାଇରାସ। ଦିନକୁ ଦିନ ଉଗ୍ର ହେଲାଣି ଏହି ଭାଇରସ। ମହାରାଷ୍ଟ୍ରରେ କରୋନା ପରେ ଜିକା ଭାଇରସ ଏବେ ଧୀରେ ଧୀରେ କାୟା ମେଲାଉଛି। ଏଠାରେ ବଢ଼ିବାକୁ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା। ପୁଣେରେ ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ପ୍ରଶାସନ ତତ୍ପର ହୋଇଉଠିଛି। ୭୯ଟି ଗାଁରେ ଜିକା ଭାଇରସ ଆଶଙ୍କା ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିପାଇଁ ପୂରା ହାଇଆଲର୍ଟରେ ରହିଛି ସ୍ୱାସ୍ଥ୍ୟ ବିଭାଗ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଗାଁଗୁଡିକରେ ଜରୁରୀକାଳୀନ ସେବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଯଦି ଆବଶ୍ୟକ ପଡେ ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘର ଘର ବୁଲି ପରୀକ୍ଷା କରାଯିବାକୁ ମଧ୍ୟ ବ୍ୟବସ୍ଥା ହୋଇଛି।
ଜିଲ୍ଲାପାଳ ଡାକ୍ତର ରାଜେଶ ଦେଶମୁଖ କହିଛନ୍ତି, ପୁଣେର ପ୍ରାୟ ୭୯ଟି ଗାଁରେ ଡେଙ୍ଗୁ ଏବଂ ଚିକୁନଗୁନିଆ ଭଳି ସଂକ୍ରାମକ ରୋଗ ବ୍ୟାପିବାରେ ଲାଗିଛି। ଗତ ୩ ବର୍ଷ ହେଲା ଏହି ସବୁ ଅଞ୍ଚଳରେ ଡେଙ୍ଗୁ ଏବଂ ଚିକୁନଗୁନିଆ ମାମଲା ବଢ଼ି ଚାଲିଛି।
ଜିକା ଭାଇରସ ବ୍ୟାପିବାକୁ ଆଶଙ୍କା ଥିବା ଜିଲ୍ଲାଗୁଡିକରେ ଅଧିକ ସତର୍କତା ଅବଲମ୍ବନ କରାଯାଇଛି। ସମ୍ବେଦନଶୀଳ ଭାବେ ଚିହ୍ନଟ ହୋଇଥିବା ୭୯ଗାଁରେ ସତର୍କ ସୂଚନା ଜାରି କରାଯାଇଛି। ଯଦି ଉକ୍ତ ଗାଁ ଗୁଡିକରୁ ଅଧିକ ସଂଖ୍ୟକ ଡେଙ୍ଗୁ ଏବଂ ଚିକୁନଗୁନିଆ ରୋଗୀ ଚିହ୍ନଟ ହୁଅନ୍ତି ତେବେ ସେଠାରେ ଜିକା ଭାଇରସ ନେଇ ରକ୍ତ ନମୂନା ପରୀକ୍ଷା କରାଯିବ।
ଏହା ସହିତ ସଂପୃକ୍ତ ଅଞ୍ଚଳଗୁଡିକରେ ସଫେଇ କାର୍ଯ୍ୟ ଏବଂ ସାନିଟାଇଜେସନ୍ ପ୍ରକ୍ରିୟା ଆରମ୍ଭ ହେବ। ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ, ମଶାଙ୍କ ଦ୍ୱାରା ହିଁ ଜିକା ଭାଇରସ ବ୍ୟାପିଥାଏ। ସେହିପରି ଡେଙ୍ଗୁ ଏବଂ ଚିକୁନଗୁନିଆ ମଧ୍ୟ ବ୍ୟାପିଥାଏ।
The post ଡରାରଇଲାଣି ଜିକା, ୭୯ ଗାଁରେ ସଂକ୍ରମଣ ଆଶଙ୍କା appeared first on Odisha Reporter.
from Odisha Reporter https://ift.tt/37zAJpH
No comments:
Post a Comment