ଦୁବାଇ: ବେଳେବେଳେ ବିଭିନ୍ନ ବିଜ୍ଞାପନର ପ୍ରମୋଶନ ପାଇଁ ଆଖି ଖୋସି ହେଲା ପରି ଷ୍ଟଣ୍ଡ ସିନ୍ କରାଯାଏ। କେତେବେଳେ ଆକ୍ଟର ଛାତରୁ ତ କେତେବେଳେ ପାଣିକୁ ଡିଏଁ। ଏହା ବେଶ୍ ରୋମାଞ୍ଚ ଭରା ହେଉଥିବା ବେଳେ ନିଜ ବ୍ରାଣ୍ଡ ପ୍ରମୋଶନ କରି କମ୍ପାନୀ ବି ବେଶ୍ ଖୁସି ହୋଇଥାନ୍ତି। କିନ୍ତୁ ଏକ ବ୍ରାଣ୍ଡ ପ୍ରମୋଶନ ପାଇଁ ଜଣେ ଯୁବତୀ ଭୂମିଠାରୁ ୮୨୮ ମିଟର ଉପରେ ଚଢ଼ିବାକୁ ପଛାଇ ନାହାନ୍ତି।
ଦୁବାଇସ୍ଥିତ ବୁର୍ଜ ଖଲିଫା ବିଶ୍ୱର ସବୁଠୁ ଲମ୍ବା ଓ ସୁଉଚ୍ଚ ଆପର୍ଟମେଣ୍ଟ ହୋଇଥିବା ବେଳେ ଏହା ଉପରେ ଛିଡ଼ା ହୋଇ ୟୁନାଇଟେଡ ଆରବ ଏମିରେଟସ୍ ପାଇଁ ବିଜ୍ଞାପନ କରିଥିବା ଯୁବତୀଜଣ ହେଉଛନ୍ତି ନିକଲୋ ସ୍ମିଥ୍- ଲଡଭିକ୍। ନିକଲୋ ଜଣେ ପ୍ରଫେସନାଲ ସ୍କାଏ ଡାଇଭିଂ ଇନଷ୍ଟ୍ରକକ୍ଟର ହୋଇଥିବା ବେଳେ ଏହି ବିଜ୍ଞାପନରେ ସେ ଏମିରେଟସ୍ ଫ୍ଲାଇଟ୍ର ଜଣେ କ୍ରିଉ ମେମ୍ବର ରୋଲ୍ ପ୍ଲେ କରିଛନ୍ତି।
ବିଜ୍ଞାପନ ଆରମ୍ଭ ହେବା ମାତ୍ରେ, ଏମିରେଟସ୍ ୟୁନିଫର୍ମରେ ଥିବା ନିକୋଲ ଦର୍ଶକଙ୍କୁ କିଛି ଲେଖା ଥିବା ଏକ ବୋର୍ଡ ଦେଖାଉଛନ୍ତି। ଯେଉଁଥିରେ ଏମିରେଟସ୍ରେ ୟୁଏଇ ଓ ୟୁକେକୁ ଉଡ଼ାଣ ଭରି ଜୀବନରେ ଖୁବ୍ ଭଲ ଅନୁଭବ ଆପଣାନ୍ତୁ ବୋଲି ଲେଖା ଅଛି।
View this post on Instagram
ଏହି ବିଜ୍ଞାପନରେ ନିକୋଲ ବୁର୍ଜ ଖଲିଫା ଆପାର୍ଟମେଣ୍ଟ ଉପରେ ଛିଡ଼ା ହୋଇଥିବା ବେଳେ କ୍ୟାମେରା ଲେନ୍ସରେ ଦୁବାଇର ଅପରୂପ ଦୃଶ୍ୟ ଦେଖିବାକୁ ମିଳିଛି। ୩୦ ସେକେଣ୍ଟର ଏହି ଭିଡିଓ ସୋଶାଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି।
ନିକୋଲ ଏହି ଆଡ୍କୁ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେଆର କରି ଏହା ଖୁବ୍ ରୋମାଞ୍ଚ ଓ ଦୁଃସାହସପୂର୍ଣ୍ଣ ଷ୍ଟଣ୍ଡ ଥିଲା ବୋଲି କହିଛନ୍ତି। ଏଥିସହ ଏପରି କ୍ରିଏଟିଭ ଆଇଡିଆ ପାଇଁ ଏମିରେଟସ୍ ଏୟାରଲାଇନ୍ସକୁ ଧନ୍ୟବାଦ ଜଣାଇଛନ୍ତି। ଏପରି ଏକ ଟିମ୍ର ପାର୍ଟ ହୋଇ ଅଦ୍ଭୁତପୂର୍ଣ୍ଣ ଅନୁଭବ ପାଇଥିବାରୁ ନିଜକୁ ଖୁବ୍ ଭାଗ୍ୟବାନ ମନେ କରିଛନ୍ତି ନିକୋଲ।
ନିକୋଲ ଜଣେ ପ୍ରଫେସନାଲ ସ୍କାଏ ଡାଇଭର ହୋଇଥିବା ବେଳେ ବିଶ୍ୱର ବିଭିନ୍ନ ସ୍ଥାନ ବୁଲି ବହୁ ଅନୁଭୂତି ସାଉଣ୍ଟିଛନ୍ତି। ଏଥିସହ ସେ ଜଣେ ଯୋଗ ଇନଷ୍ଟ୍ରକ୍ଟର ହୋଇଥିବା ବେଳେ ବହୁ ଦୁଃସାହସପୂର୍ଣ୍ଣ କାର୍ଯ୍ୟରେ ଅଂଶଗ୍ରହଣ କରିଥିବା ଜଣାଯାଇଛି। ଏପରି ଆଡ୍ ଦେଖି ସୋଶାଲ ମିଡିଆ ୟୁଜର ଆଶ୍ଚର୍ଯ୍ୟ ହେବା ସହ ଭିନ୍ନ ଭିନ୍ନ ମତ ପୋଷଣ କରିଛନ୍ତି।
ଏହାବାଦ ଏମିରେଟସ୍ ପକ୍ଷରୁ ମଧ୍ୟ ଆଡ ପଛର କାହାଣୀ, କିପରି ଏହାକୁ ବିଶ୍ୱର ଉଚ୍ଚ ସ୍ଥାନରୁ ବିନା କୌଣସି ସ୍ପେଶାଲ ଇଫେକ୍ଟରେ ଶୁଟ୍ କରାଗଲା ସେ ସମ୍ପର୍କୀତ ଏକ ଛୋଟ ଭିଡିଓ ଶେଆର କରାଯାଇଛି।
View this post on Instagram
The post ୮୨୮ ମିଟର ଉଚ୍ଚରେ ବିଜ୍ଞାପନ ଶୁଟ୍ appeared first on Odisha Reporter.
from Odisha Reporter https://ift.tt/3jHkSuF
No comments:
Post a Comment