ନୂଆଦିଲ୍ଲୀ: କରୋନାରୁ ଆରୋଗ୍ୟ ହେବା ପରେ ଅନେକ ଲୋକ ପୋଷ୍ଟ କୋଭିଡ଼ ବା ଦୀର୍ଘକାଳୀନ କୋଭିଡରେ ଆକ୍ରାନ୍ତ ହେଉଛନ୍ତି। ଏପରି ସମସ୍ୟାକୁ ନେଇ ଅନେକ ଦେଶ ନିରବ ରହିଛନ୍ତି। ହେଲେ ଏହି ସଂଖ୍ୟା ଅତ୍ୟଧିକ ବଢ଼ିବାରେ ଲାଗିଛି। ଆମେରିକା, ଭାରତ ଏବଂ ବ୍ରିଟେନରେ ମୁଖ୍ୟତଃ ଏହି ସଂଖ୍ୟା ଅଧିକ ରହିଛି। ଏହି ପୋଷ୍ଟ କୋଭିଡ୍ ପାଇଁ ଅଧିକାଂଶ ଏବେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଅପରେସନ ହେଉଥିବାର ନଜିର ମଧ୍ୟ ରହିଛି। କରୋନାର ପ୍ରଥମ ସୃଷ୍ଟିସ୍ଥଳ କୁହାଯାଉଥିବା ଉହାନରେ ମଧ୍ୟ ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ ଏହି ପୋଷ୍ଟ କୋଭିଡରେ ଆକ୍ରାନ୍ତ ରହିଥିବା ଜଣାପଡ଼ିଛି।
ଆମେରିକାରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ ଏହି ଦୀର୍ଘକାଳୀନ କୋଭିଡରେ ଲକ୍ଷାଧିକ ଆକ୍ରାନ୍ତ ହୋଇଛନ୍ତି। ଆଉ ଆମେରିକା ସରକାର ଏହି ରୋଗକୁ ଶାରୀରିକ ଅକ୍ଷମତା ଶ୍ରେଣୀରେ ସାମିଲ୍ କରିଛନ୍ତି। ପ୍ରଥମ ଦେଶ ଭାବରେ ଆମେରିକା ଏପରି ପଦକ୍ଷେପ ନେଇଛି।
ପୋଷ୍ଟ କୋଭିଡ୍ କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ସପ୍ତାହକରୁ ଅଧିକ ସମୟ ଯାଏ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟାର ସମ୍ମୁଖୀନ ହେବାକୁ ବୁଝାଏ। ଯେଉଁଥିରେ ସ୍ୱାଦ ଏବଂ ଗନ୍ଧ ବାରି ନପାରିବା ପାଖରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ୟା ରହିଛି। ମୁଖ୍ୟ ଲକ୍ଷଣ ଗୁଡ଼ିକ ମଧ୍ୟରେ କେଶ ଝଡ଼ିବା, ମୁଣ୍ଡ ବିନ୍ଧିବା, ନିଃଶ୍ୱାସ ପ୍ରଶ୍ୱାସରେ ଜଟିଳତା, ଛାତିରେ ଯନ୍ତ୍ରଣା, ମାନସିକ ଚାପ, ଗଣ୍ଠି ଯନ୍ତ୍ରଣା, ଜ୍ୱର, ଏକାଗ୍ରତା ହରାଇବା, ସ୍ମୃତି ଶକ୍ତି କମିଯିବା, ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ ବଢ଼ିବା ଇତ୍ୟାଦି ରହିଛି।
ପୋଷ୍ଟ କୋଭିଡ୍ କାହିଁକି ହେଉଛି ଏହାର କୌଣସି ଗୋଟିଏ ଉତ୍ତର ନାହିଁ। ଏହାକୁ ନେଇ ବିଭିନ୍ନ ପ୍ରକାରର ମତ ରଖିଛନ୍ତି ବିଶେଷଜ୍ଞ ଯେଉଁଥିରେ ଗୋଟିଏ ଆକଳନ ଅନୁଯାୟୀ କୋଭିଡ ଚିକିତ୍ସା ବେଳେ କିଛି ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ ବଢ଼ିଯାଏ। ହେଲେ କରୋନା ଭୂତାଣୁକୁ ସମ୍ପୂର୍ଣ୍ଣ ରୂପେ ମାରି ନଥାଏ। ବରଂ ଶରୀର ଭିତରେ ଥିବା ଟିସୁକୁ ଏହି ଅଦୃଶ୍ୟ ଭୂତାଣୁ କ୍ଷତି ପହଞ୍ଚାଇବା ଆରମ୍ଭ କରେ। ସେହିପରି ଆଉ ଏକ ଆକଳନ ଅନୁଯାୟୀ ସଂକ୍ରମଣରୁ ସୁସ୍ଥ ହେବା ପରେ ମଧ୍ୟ କରୋନା ଶରୀରରେ ନିଷ୍କ୍ରିୟ ଭାବରେ ରହିଥାଏ। ଏହାପରେ ହର୍ପସ୍ ନାମକ ଭୂତାଣୁ ଜରିଆରେ ଶରୀରର ଅଙ୍ଗକୁ କ୍ଷତି ପହଞ୍ଚାଇଥାଏ। ହେଲେ ଏପର୍ଯ୍ୟନ୍ତ ଏ ନେଇ କୌଣସି ବିଜ୍ଞାନସମ୍ମତ ପ୍ରମାଣ ମିଳିନି।
ପୋଷ୍ଟ କୋଭିଡର ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ଏହା ମୁଖ୍ୟତଃ ବୟସ ଉପରେ ନିର୍ଭର କରେ। ୨୦ରୁ ୩୦ ବର୍ଷ ବୟସର ଏକ କିମ୍ବା ଦୁଇ ପ୍ରତିଶତ ଲୋକ ପୋଷ୍ଟ କୋଭିଡରେ ପୀଡିତ ଥିବାବେଳେ ୬୦ ବର୍ଷରୁ ଅତିକ୍ରମ କରିଥିବା ଲୋକଙ୍କ ମଧ୍ୟରେ ଏହା ପାଞ୍ଚ ପ୍ରତିଶତ ରହିଥିବା ଜଣାପଡିଛି।
ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କଙ୍କ ଏକ ରିପୋର୍ଟ ଅନୁଯାୟୀ, କରୋନା ସଂକ୍ରମଣ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୪୦ରୁ ୬୦ ପ୍ରତିଶତ ଭାରତୀୟ ସୁସ୍ଥ ହେବାର ୧୨ ସପ୍ତାହ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ୧୦-୧୫ ପ୍ରତିଶତ ଲୋକଙ୍କୁ ତିନିମାସ ପରେ ମଧ୍ୟ ଶାରୀରିକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା।
ଏମ୍ସର ଡାକ୍ତର ରାଜେଶ ମାଲହୋତ୍ରା କହିଛନ୍ତି ଯେ ପୋଷ୍ଟ କୋଭିଡର ଗୋଟିଏ ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ। ଶରୀରର ଅସୁବିଧା ଅନୁସାରେ ଚିକିତ୍ସା ହୁଏ। ପୋଷ୍ଟ କୋଭିଡରେ ସଂକ୍ରମିତ ବ୍ୟକ୍ତି ଆରମ୍ଭରୁ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସା କଲେ ଭଲ ହୋଇପାରିବେ।
ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଜଣେ ବିଶେଷଜ୍ଞ ଜାନେତ ଡିଆଜ କହିଛନ୍ତି, କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ୨୦୦ ପ୍ରକାରର ଲକ୍ଷଣ ଦେଖାଯାଉଛି।
ବ୍ରିଟେନର ଡାକ୍ତର ମାଇକେଲ ଫର୍ଟେଲ ମାନ୍ କହିଛନ୍ତି ଯେ କରୋନାରୁ ସୁସ୍ଥ ହେବା ପରେ ପୋଷ୍ଟ କୋଭିଡ ସମସ୍ୟାରେ ପୀଡିତ ପ୍ରତି ୨୦ ଜଣଙ୍କ ମଧ୍ୟରୁ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଆବଶ୍ୟକ। ଏହି ରୋଗୀଙ୍କ ପାଖରେ ହୃଦଘାତର ସମସ୍ୟା ମଧ୍ୟ ରହିଥିବା ଦେଖିବାକୁ ମିଳିଛି।
The post ‘ଦୀର୍ଘକାଳୀନ କୋଭିଡ଼’କୁ ଶାରୀରିକ ଅକ୍ଷମତା ଶ୍ରେଣୀରେ ସାମିଲ କଲା ଆମେରିକା appeared first on Odisha Reporter.
from Odisha Reporter https://ift.tt/3xuj0dA
No comments:
Post a Comment