ବିଧାୟିକାଙ୍କ ଘରେ ପଶି ଆକ୍ରମଣ ଘଟଣା; ୬ ଅଟକ, ଗାଁ ପୁରୁଷ ଶୂନ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 6, 2021

ବିଧାୟିକାଙ୍କ ଘରେ ପଶି ଆକ୍ରମଣ ଘଟଣା; ୬ ଅଟକ, ଗାଁ ପୁରୁଷ ଶୂନ୍ୟ

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ଗତକାଲି ଦିନ ଦି’ପହରରେ ଖଲିକୋଟ୍‌ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଭଡ଼ା ଘରେ ପଶି ଲଙ୍କା କାଣ୍ଡ ଘଟାଇବା ଅଭିଯୋଗରେ ପୁଲିସ୍‌ ୬ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି । ସେପଟେ ଗିରଫ ଭୟରେ ବିଧାୟିକାଙ୍କ ନିଜ ଗାଁ କେଶପୁର ପୁରୁଷ ଶୂନ୍ୟ ହୋଇପଡିଛି।

ସୂଚନାରୁ ପ୍ରକାଶ, ବିଧାୟିକାଙ୍କ ସମର୍ଥକ ଓ ବିରୋଧୀଙ୍କ ଭିତରେ ପୂର୍ବରୁ ମତଭେଦ ଲାଗି ରହିଥିଲା। ପୂର୍ବରୁ ଦୁଇ ଗୋଷ୍ଠୀ ବହୁବାର ମୁହାଁମୁହିଁ ହୋଇଥିଲେ। ଯେଉଁଥିପାଇଁ ମାମଲା ଥାନାକୁ ଯାଇଥିଲା। ବୁଧବାର ମଧ୍ୟ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ସେହି ଘଟଣାକୁ ନେଇ ପୁଣି ଥରେ ଗୁରୁବାର ଲଙ୍କାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ଗତ କିଛି ବର୍ଷ ଧରି ଲାଗି ରହିଥିବା ରାଜନୈତିକ ଶତ୍ରୁତା ଗତକାଲି ଉଗ୍ରରୂପ ଧାରଣ କରିଥିଲା। ବିଧାୟିକାଙ୍କ ସମର୍ଥକ ଓ ବିରୋଧୀ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ହେବା ସହ ପରସ୍ପର ଉପରକୁ ଆକ୍ରମଣ କରିଥିଲେ।  ଯାହାଫଳରେ ଅପର ଗୋଷ୍ଠୀର କିଛି  ଦୁର୍ବୃତ୍ତ ବିଧାୟିକାଙ୍କ ଦୁଇ ସମର୍ଥକଙ୍କୁ  ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ।

ଏହାପରେ ବିଧାୟିକା ଘରେ ଥିବା ଭାବି ଦୁର୍ବୃତ୍ତମାନେ ତାଙ୍କୁ ସେଠାକୁ ଆକ୍ରମଣ କରିବାକୁ ଯାଇଥିଲେ। ମାତ୍ର  ଘରେ ତାଲା ପଡ଼ିଥିବା ଦେଖି  ବାହାରେ ଭଂଗାରୁଜା କରିଛନ୍ତି। ଏପରିକି ଘରେ ଲାଗିଥିବା କାଚ ଓ ୨ଟି ବାଇକ ଭାଙ୍ଗି ଦେଇଛନ୍ତି। ପରେ ଦୁର୍ବୃତ୍ତମାନେ ବିଧାୟିକାଙ୍କ ନିଜ ଗାଁ କେଶପୁର ପାଟଣାସାହିରେ ପହଞ୍ଚି ତାଙ୍କ ସମର୍ଥକଙ୍କ ଉପରେ ବୋମା ମାଡ଼ କରିଥିଲେ । ବିଧାୟକଙ୍କ ସମର୍ଥକଙ୍କ ଉପରକୁ ଏକାଧିକ ବୋମା ଫିଙ୍ଗା ଯାଇଥିବା ଜଣାପଡ଼ିଛି।

ବିଧାୟିକାଙ୍କ ଅନୁପସ୍ଥିତରେ ଦୃର୍ବୃତ୍ତମାନେ ତାଙ୍କ ଘର ଉପରକୁ ବୋମା ମାଡ଼ କରିବା ସହ ଢେଲା ମାଡ କରିଥିଲେ।  ଯାହାକୁ  ନେଇ ଗ୍ରାମରେ ଅଶାନ୍ତି ଲାଗି ରହିଥିବା ବେଳେ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ ଚଳାଇଛି। ଗ୍ରାମରେ ଏବେ ମଧ୍ୟ ଅଶାନ୍ତି ଲାଗି ରହିଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

The post ବିଧାୟିକାଙ୍କ ଘରେ ପଶି ଆକ୍ରମଣ ଘଟଣା; ୬ ଅଟକ, ଗାଁ ପୁରୁଷ ଶୂନ୍ୟ appeared first on Odisha Reporter.



from Odisha Reporter https://ift.tt/3fy9pwb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages