କଟକଣା ସହ ଖୋଲିଲା ୩ ଜିଲ୍ଲାର ଧର୍ମାନୁଷ୍ଠାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 3, 2021

କଟକଣା ସହ ଖୋଲିଲା ୩ ଜିଲ୍ଲାର ଧର୍ମାନୁଷ୍ଠାନ

କଟକ(ଓଡ଼ିଶା ରିପୋର୍ଟର): କରୋନା଼ର କୋପ ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ଧର୍ମାନୁଷ୍ଠାନ ଆଜିଠୁ ଖୋଲିଛି। ଅଳ୍ପ କେତେକ ହାତଗଣତି ମନ୍ଦିରକୁ ଛାଡ଼ି ଦେଲେ କଟକ, କେନ୍ଦ୍ରାପଡ଼ା ଓ କୋରାପୁଟ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ  କୋଭିଡ କଟକଣା  ଖୋଲିବାକୁ ଅନୁମତି ଦେଇଛି ପ୍ରଶାସନ ।

କଟକ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିଥିବା ବେଳେ ସିଏମ୍‌ସି ଅଞ୍ଚଳରେ ଥିବା ଧର୍ମାନୁଷ୍ଠାନ ଖୋଲିବ କି ନାହିଁ, ସେ ସମ୍ପର୍କରେ କଟକ ମହାନଗର ନିଗମ ନିଷ୍ପତ୍ତି ନେବ । ସେହିପରି ଧବଳେଶ୍ୱର ମନ୍ଦିର ଖୋଲିବ ନାହିଁ ବୋଲି ସ୍ପଷ୍ଟ କରିଛି ଜିଲ୍ଲା ପ୍ରଶାସନ।

ଯାଜପୁର ଜିଲ୍ଲାର ଆରାଧ୍ୟ ଦେବୀ ବିରଜା ମନ୍ଦିର ମଧ୍ୟ ଆଜିଠାରୁ ଭକ୍ତଙ୍କ ପାଇଁ ଖୋଲିଛି । ସେପଟେ କେନ୍ଦ୍ରାପଡ଼ାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି । ମନ୍ଦିରରେ ପ୍ରବେଶ ପାଇଁ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ।

୧୦ ବର୍ଷରୁ କମ୍ ପିଲା, ଗର୍ଭବତୀ ଓ ୬୦ରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ମନ୍ଦିରରେ ପ୍ରବେଶ ମନା । ମନ୍ଦିରରେ ନିୟମିତ ସାନିଟାଇଜେସନ ଓ କୋଭିଡ୍ କଟକଣା ପାଳନ ଉପରେ ଗୁରୁତ୍ୱ ଦିଆଯିବାକୁ ଏସ୍ଓପିରେ କୁହାଯାଇଛି । ଏଥିସହ ପୂଜକମାନଙ୍କର ନିୟମିତ ବ୍ୟବଧାନରେ କୋଭିଡ୍ ପରୀକ୍ଷା କରାଯିବ । ଏହାବାଦ ଗୁପ୍ତେଶ୍ୱର ମନ୍ଦିରକୁ ଛାଡ଼ି କୋରାପୁଟ ଜିଲ୍ଲାର ସବୁ ମନ୍ଦିର ଖୋଲିବାକୁ ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ।

ଅପରପକ୍ଷେ, ପୁରୀ ଜିଲ୍ଲାର ସବୁ ମନ୍ଦିର ଖୋଲିଥିବା ବେଳେ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର କେବେ ଖୋଲିବ ସେ ନେଇ ଆଜି ଏକ ବୈଠକ  ଅନୁଷ୍ଠିତ ହେବ। । ସକାଳ ୧୧ଟାରେ ଭିଡିଓ କନ୍‌ଫରେନ୍ସିଂରେ ଏହି ବୈଠକ ହେବ।  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ।   ଶ୍ରୀମନ୍ଦିର ଖୋଲିବ କି ନାହିଁ  ଯଦି ଖୋଲିବ, ଭକ୍ତଙ୍କ ଦର୍ଶନ ନିମନ୍ତେ କିପରି ବ୍ୟବସ୍ଥା କରାଯିବ ସେ ସମ୍ପର୍କରେ ଘୋଷଣା କରାଯିବ।

The post କଟକଣା ସହ ଖୋଲିଲା ୩ ଜିଲ୍ଲାର ଧର୍ମାନୁଷ୍ଠାନ appeared first on Odisha Reporter.



from Odisha Reporter https://ift.tt/3yqgpme

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages