ମୁମ୍ବାଇ: ଭାଇଜାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଟାଇଗର-୩’ର ସୁଟିଂ ଋଷରେ ଆରମ୍ଭ ହୋଇଯାଇଛି। ଏହି ଫିଲ୍ମରେ ପୁଣି ଥରେ ଦବଙ୍ଗ ଖାନ୍ଙ୍କ ସହ କ୍ୟାଟ୍ରିନା କେଫ୍ ଯୋଡ଼ି ଦର୍ଶକ ଦେଖିବାକୁ ପାଇବେ।
ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବାର କିଛି ସମୟ ପରେ ସେଟ୍ରୁ ଭାଇଜାନ୍ଙ୍କ ଫାଷ୍ଟ ଲୁକ୍ ଭାଇରାଲ ହୋଇଛି। ସବୁବେଳେ କ୍ଲିନ୍ ସେଭ୍ରେ ରହୁଥିବା ଭାଇଜାନ୍ଙ୍କର ଏହି ଫିଲ୍ମରେ ରହିଛି ଭିନ୍ନ ଗେଟଅପ୍। ଋଷ ରାସ୍ତାରେ ଯାଉଥିବା ସଲମାନ ଏକ ଜିନ୍ସ, ଧଳା ଶାର୍ଟ ସହ ରେଡ କଲରର ଜ୍ୟାକେଟ୍କୁ ମ୍ୟାଚିଂ କରିଛନ୍ତି। ଏହାବାଦ ଲମ୍ବା ଲମ୍ବା ଲମ୍ବା ଚୁଟି ସାଙ୍ଗକୁ ବ୍ରାଉନ୍ କଲର ଦାଢ଼ିରେ ସଲମାନଙ୍କୁ ଚିହ୍ନିବା କଷ୍ଟକର ହୋଇ ପଡ଼ିଛି। ଏହି ଫଟୋ ଜଣେ ଫ୍ୟାନ୍ ନିଜ ଇନଷ୍ଟାଗ୍ରାମ୍ରେ ଅପଲୋଡ କରିବା ପରେ ଏହା ଖୁବ୍ ଭାଇରାଲ ହେବାରେ ଲାଗିଛି।
ଏହି ଫିଲ୍ମରେ ସଲମାନଙ୍କ ସହ ଚିକନି ଚମେଲି ଲିଡ ରୋଲ କରୁଥିବା ବେଳେ ତାଙ୍କ ଲୁକ୍ କିନ୍ତୁ ବାହାରକୁ ଆସି ନାହିଁ। ଋଷରେ ବି ସଲମାନଙ୍କ ଫ୍ୟାନ୍ସ ଫଲୋଇଙ୍ଗ ସଂଖ୍ୟା କିଛି କମ୍ ନୁହେଁ। ସେଠାରେ ବି ସଲମାନଙ୍କ ଏକ ଝଲକ ପାଇବା ଲାଗି ଫ୍ୟାନ୍ସଙ୍କ ଭିଡ ଦେଖିବାକୁ ମିଳିଛି।
ଏହି ଫଟୋକୁ ଲାଇକ୍ କରି ଜଣେ ଫ୍ୟାନ୍ କି ଲୁକ୍ ହୋଇଛି ଭାଇଜାନ ବୋଲି ଟ୍ୱିଟ୍ କରିଥିବା ବେଳେ ଆଉ ଜଣେ ଅପେକ୍ଷା କରି ହେବନି ବୋଲି ଟ୍ୱିଟ କରିଛନ୍ତି। ଏଥିସହ ୨୦୨୨ ଇଦ୍ରେ ଧମାକା କରିବେ ଭାଇ ବୋଲି ଅନ୍ୟ ଜଣେ ଟ୍ୱିଟ କରିଛନ୍ତି।
ଗତ ଶନିବାର ଉଭୟ ସଲମାନ ଓ କ୍ୟାଟ୍ରିନା ବ୍ଲାକ ଆଉଟଫିଟ୍ରେ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ ହୋଇଥିବା ବେଳେ ଉଭୟ ଋଷକୁ ଟାଇଗର-୩ର ସୁଟ୍ ପାଇଁ ଯାଉଥିଲେ। ଏହାପରେ ରବିବାର ସଲମାନଙ୍କ ଫାଷ୍ଟ ଲୁକ୍ ଭାଇରାଲ ହେବାରେ ଲାଗିଛି। ଏହି ଫିଲ୍ମରେ ସଲମାନ କ୍ୟାଟ୍ରିନାଙ୍କ ବାଦ୍ ମେନ୍ ଲିଡ୍ରେ ନଜର ଆସିବେ ସିରିଏଲ୍ କିସର ଇମ୍ରାନ ହାସମୀ। ସେ ଏହି ଫିଲ୍ମରେ ଭିଲିଆନ୍ ରୋଲ ପ୍ଲେ କରିବେ।
ସୂଚନାଯୋଗ୍ୟ, ଟାଇଗର ସିରିଜିର ଏହା ହେଉଛି ତୃତୀୟ ଫିଲ୍ମ। ପୂର୍ବରୁ ୨୦୧୨ ମସିହାରେ ‘ଏକ ଥା ଟାଇଗର’ ଆସିଥିବା ବେଳେ ‘ଟାଇଗର ଜିନ୍ଦା ହେ’ ୨୦୧୭ ମସିହାରେ ଆସିଥିଲା। ଉଭୟ ଫିଲ୍ମରେ ସଲମାନ-କ୍ୟାଟ୍ରିନାଙ୍କ ଯୋଡ଼ିକୁ ଦର୍ଶକ ପସନ୍ଦ କରିଥିବା ବେଳେ ଫିଲ୍ମ ସୁପରହିଟ୍ ହୋଇଥିଲା। ତେଣୁ ଏବେ ଏହି ଫିଲ୍ମ କ’ଣ କମାଲ ଦେଖାଉଛି ତାହା ଉପରେ ସମସ୍ତଙ୍କ ନଜର।
The post ‘ଟାଇଗର-୩’ ରେ ଭାଇଜାନଙ୍କ ଫାଷ୍ଟ ଲୁକ୍ ଭାଇରାଲ, ଚିହ୍ନିବା ମୁସ୍କିଲ appeared first on Odisha Reporter.
from Odisha Reporter https://ift.tt/3jaO8ey
No comments:
Post a Comment