ମୁମ୍ବାଇ: ପୁଣି ହାତକୁ ଦି ହାତ ହେଲେ ସାଉଥ ସୁପରଷ୍ଟାର ପ୍ରକାଶ ରାଜ। ସେ ପୁଣି ଥରେ ନେଲେ ସାତ ଫେରା। ବୈଦିକ ରିତିନୀତି ଅନୁଯାୟୀ ତାଙ୍କ ବିବାହ ସରିଛି। ଏନଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି।
ପୂର୍ବରୁ ପ୍ରକାଶ ରାଜ ପୋନି ବର୍ମାଙ୍କୁ ବିବାହ କରିଥିଲେ। ଦୀର୍ଘ ୧୧ ବର୍ଷ ଧରି ଏ ଦୁହେଁ ଏକାଠି ରହିଥିଲେ। ଗତକାଲି ବିବାହ ବାର୍ଷିକୀ ଅବସରରେ ପ୍ରକାଶ ରାଜ ପୁଣି ଥରେ ବିବାହ କରିଛନ୍ତି। ହେଲେ ସେ କୌଣସି ଅନ୍ୟ ଯୁବତୀଙ୍କୁ ନୁହେଁ ପୂର୍ବରୁ ତାଙ୍କ ପତ୍ନୀ ଥିବା ପୋନି ବର୍ମାଙ୍କ ସହ ହିଁ ନେଇଛନ୍ତି ସାତ ଫେରା।
ପ୍ରକାଶ ରାଜ ତାଙ୍କ ବିବାହର ଫଟୋ ଇନ୍ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। ଫଟୋରେ ପ୍ରକାଶ ବର ସାଜିଥିବା ବେଳେ ପୋନି ମଧ୍ୟ ନବବଧୂ ଗେଟ୍ଅପ୍ରେ ଅଛନ୍ତି। ଏହାକୁ ପୋଷ୍ଟ କରି ସେ ଲେଖିଛନ୍ତି, ‘ଆମେ ଆଜି ପୁଣି ଥରେ ବିବାହ କରିନେଲୁ…କାରଣ ଆମର ପୁଅ ବେଦାନ୍ତ ଆମ ବିବାହ ଦେଖିବାକୁ ଚାହୁଁଥିଲା।’
ଏଥିସହ ପ୍ରକାଶ ନିଜ ପତ୍ନୀ ପୋନିଙ୍କୁ ଧନ୍ୟବାଦ ଦେଇଛନ୍ତି। ‘ମୋର ପତ୍ନୀ ହେବା ସହ ଜଣେ ଭଲ ବନ୍ଧୁ ହୋଇ ମୋ ଜୀବନର ସାଥୀ ସାଜିଥିବା ଯୋଗୁଁ ଧନ୍ୟବାଦ ବୋଲି ପ୍ରକାଶ ରାଜ ଲେଖିଛନ୍ତି।’
ସୂଚନା ମୁତାବକ, ୪୫ ବର୍ଷ ବୟସରେ ପ୍ରକାଶ ରାଜ ନିଜର ନୂଆ ଜୀବନୀ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେ ୨୦୧୦ରେ ନିଜର ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ପୋନିଙ୍କୁ ବିବାହ କରିଥିଲେ। ଏହା ତାଙ୍କର ଦ୍ୱିତୀୟ ବିବାହ ଥିଲେ। ସେ ୨୦୦୯ରେ ତାଙ୍କ ପ୍ରଥମ ପତ୍ନୀ ଲଳିତା କୁମାରୀଙ୍କୁ ଛାଡପତ୍ର ଦେଇଥିଲେ।
ସାଉଥର ନାମିଦାମୀ ଅଭିନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରକାଶ ରାଜ। ସେ ନିଜ କ୍ୟାରିଅରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ଏଥିସହ ତାଙ୍କର ଦମଦାର ଅଭିନୟ ବଳରେ ସେ ଜାତୀୟ ପୁରସ୍କାର ମଧ୍ୟ ଜିତିଛନ୍ତି। ଆଗକୁ ସେ ମଣିରତ୍ନମଙ୍କ ଫିଲ୍ମ ‘ପୋନ୍ନିୟନ ସେଲବନ’ରେ ନଜର ଆସିବେ। ଏଥିସହ କେଜିଏଫ୍ ଚାପ୍ଟର-୨ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ।
View this post on Instagram
View this post on Instagram
The post ପୁଣି ବିବାହ କଲେ ପ୍ରକାଶ ରାଜ appeared first on Odisha Reporter.
from Odisha Reporter https://ift.tt/2XP6nxD
No comments:
Post a Comment