କାବୁଲ: ପଞ୍ଜଶିରକୁ ବଳପୂର୍ବକ ଦଖଲ କରିବାକୁ ଚାହୁଁଥିବା ତାଲିବାନ ଏବେ ପଛଘୁଞ୍ଚା ଦେଇଛି। ପଞ୍ଜଶିରକୁ ବନ୍ଧୁକ ମୁନରେ ଦଖଲ କରିବା ସମ୍ଭବ ନୁହେଁ ବୋଲି ତାଲିବାନ ବୁଝିବା ପରେ ଏବେ ବୁଝାମଣା କରିବା ମୁଡ୍କୁ ଆସିଛି। ଏଥିପାଇଁ ପଞ୍ଜଶିରରେ ଥିବା ବିରୋଧୀ ଗୋଷ୍ଠୀଙ୍କ ତାଲିବାନର ୪୦ ଜଣିଆ ପ୍ରତିନିଧି ମଣ୍ଡଳ ଆଲୋଚନା କରିଛନ୍ତି। ଆଲୋଚନା ଦ୍ୱାରା ସବୁ ବିବାଦର ସମାଧାନ ପାଇଁ ସଂଗଠନ ଲକ୍ଷ୍ୟ ରଖିଛି। ତେବେ ଆଲୋଚନାର ନିର୍ଯାସ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।
ତାଲିବାନ ବିରୋଧୀ ଗ୍ରୁପ୍ ଟ୍ୱିଟ କରିଛି ଯେ “ବର୍ତ୍ତମାନ ସେମାନ(ତାଲିବାନୀ)ଙ୍କ ଆଗରେ ଦୁଇଟି ରାସ୍ତା ରହିଛି। ସେମାନେ ଖୋରସାନ ଲୋକଙ୍କ ମୂଲ୍ୟବୋଧକୁ ଗ୍ରହଣ କରନ୍ତୁ ନଚେତ ବିଦ୍ରୋହ ଘୋଷଣା କରନ୍ତୁ।” ଏହାର ଅର୍ଥ ତାଲିବାନ ଯଦି ସେମାନଙ୍କ କଥାରେ ରାଜି ନ ହେବ, ତା’ହେଲେ ଲଢ଼େଇ କରିବାକୁ ସେମାନେ ପ୍ରସ୍ତୁତ ରହିଛନ୍ତି।
ସେହିପରି ନିଜକୁ ଆଫଗାନର କାମଚଳା ରାଷ୍ଟ୍ରପତି ଭାବେ ଘୋଷଣା କରିଥିବା ଅମରୁଲ୍ଲା ସାଲେହ ମଧ୍ୟ ପଞ୍ଜଶିରରେ ରହିଛନ୍ତି। ସେ ତାଲିବାନ ବିରୋଧୀ ଗ୍ରୁପ୍ ସହ ହାତ ମିଳାଇଛନ୍ତି। କେବଳ ଅର୍ଥପୂର୍ଣ୍ଣ ବୁଝାମଣାକୁ ହିଁ ଗ୍ରହଣ କରାଯିବ। ଯଦି ବୁଝାମଣା ଫେଲ ମାରିଲା, ତା’ହେଲେ ପ୍ରତିରୋଧ କରୁଥିବା ଫୋର୍ସ ସବୁ ପ୍ରକାରର ପରିସ୍ଥିତିର ସମ୍ମୁଖୀନ ହେବାକୁ ରାଜି ଥିବା ସେ କହିଛନ୍ତି।
ତାଲିବାନ ବିରୋଧୀ ଗ୍ରୁପ୍ର ନେତୃତ୍ୱ ନେଉଥିବା ଅହମଦ ମାସୁଦ ମଧ୍ୟ ଆଲୋଚନା ଦ୍ୱାରା ବିବାଦର ସମାଧାନ କରିବା ସକ୍ଷରେ ରହିଛନ୍ତି। କିନ୍ତୁ ତାଲିବାନ ଯଦି ସେମାନଙ୍କ ସର୍ତ୍ତରେ ରାଜି ନ ହେବ, ତା’ହେଲେ ଯୁଦ୍ଧ କରିବାକୁ ତାଙ୍କ ସମର୍ଥକ ପଛାଇବେ ନାହିଁ ବୋଲି ସେ ଘୋଷଣା କରିଛନ୍ତି।
ଅନ୍ୟପକ୍ଷରେ ରବିବାର ଠାରୁ ତାଲିବାନର ଶହଶହ ସଦସ୍ୟ ପଞ୍ଜଶିର ଦଖଲ କରିବାକୁ ଅଭିଯାନ ଆରମ୍ଭ କରିଛନ୍ତି। ସେମାନେ ପଞ୍ଜଶିର ଓ ଏହାର ଆଖପାଖ ଅଞ୍ଚଳକୁ ଘେରାଉ କରି ରହିଛନ୍ତି। ସେହିପରି ଘାଟିରେ ଥିବା ଲୋକଙ୍କ ପାଇଁ ଯାଉଥିବା ଖାଦ୍ୟ ଓ ତୈଳ ଉପରେ ରୋକ ଲଗାଇ ଦେଇଛନ୍ତି। ତେଣୁ ସେଠାରେ ଧୀରେଧୀରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।
ଅନ୍ଦରାବ ଉପତ୍ୟକାକୁ ମଧ୍ୟ ତାଲିବାନ ଖାଦ୍ୟ ଯୋଗାଣ ବନ୍ଦ କରିଦେଇଛି। ଏକଥା ଖୋଦ ଅମରୁଲ୍ଲା ସାଲେହ ଟ୍ୱିଟ କରି ସୂଚନା ଦେଇଥିଲେ।
The post ବୁଝାମଣା ମୁଡରେ ତାଲିବାନ, ପଞ୍ଜଶିରରେ ବିରୋଧୀ ଗୋଷ୍ଠୀଙ୍କ ସହ ଆଲୋଚନା appeared first on Odisha Reporter.
from Odisha Reporter https://ift.tt/3mvzj8r
No comments:
Post a Comment