ଟ୍ରେନ୍ ଧକ୍କାରେ ୩ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 29, 2021

ଟ୍ରେନ୍ ଧକ୍କାରେ ୩ ମୃତ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁରର ହଳଦିଆପଦର ଲେବୁଲ କ୍ରସିଂ ନିକଟରେ ଟ୍ରେନ୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଶ୍ରମିକ ଶ୍ରେଣୀର ବୋଲି ଜଣାପଡ଼ିଛି। ତେବେ ସେମାନଙ୍କ ପରିଚୟ ମିଳିପାରିନି। ଘଟଣାସ୍ଥଳରେ ଜିଆର୍‌ପି ପହଞ୍ଚି ତଦନ୍ତ କରୁଛି।

ଏହି ଶ୍ରମିକମାନଙ୍କୁ ବିଶାଖା-ଟାଟାନଗର ଏକ୍ସପ୍ରେସ ଧକ୍କା ଦେଇଥିବା ସୂଚନା ମିଳିଛି। ଶ୍ରମିକମାନେ ରେଳ ଲାଇନ ପାର ହେଉଥିବା ବେଳେ ଟ୍ରେନ୍‌ଟି ସେମାନଙ୍କୁ ଧକ୍କା ଦେଇଥିବା ଅନୁମାନ କରାଯାଉଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରାତି ପ୍ରାୟ ସାଢ଼େ ୧୧ଟାରୁ ୧୨ ମଧ୍ୟରେ ଏହି ଘଟଣା ଘଟିଛି। ସେହି ସମୟ କିଛି ଶ୍ରମିକ ଶ୍ରେଣୀର ଲୋକେ ରେଳ ଲାଇନ୍ କଡ଼େ କଡ଼େ ଚାଲି ଚାଲି ଯାଉଥିଲେ। ସେମାନେ ରେଳ ଲାଇନ୍ ପାର କରିବାକୁ ଉଦ୍ୟମ କଲା ବେଳେ ଏହି ଘଟଣା ଘଟିଥାଇ ପାରେ।

ଘଟଣା ସଂପର୍କରେ ସ୍ଥାନୀୟ ଲୋକେ ଜିଆର୍‌ପିକୁ ଖବର ଦେଇଥିଲେ। ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ସହିତ ଯାଉଥିବା ଅନ୍ୟ ଲୋକଙ୍କ ସଂପର୍କରେ କିଛି ଜଣାପଡ଼ିନାହିଁ।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

The post ଟ୍ରେନ୍ ଧକ୍କାରେ ୩ ମୃତ appeared first on Odisha Reporter.



from Odisha Reporter https://ift.tt/3zy6D28

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages