ଦିନେ ଅନ୍ୟର ସାହାରା ପାଲଟିଥିଲେ, ଆଜି ସହାୟତା ଅପେକ୍ଷାରେ ୨ କରୋନା ଯୋଦ୍ଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 29, 2021

ଦିନେ ଅନ୍ୟର ସାହାରା ପାଲଟିଥିଲେ, ଆଜି ସହାୟତା ଅପେକ୍ଷାରେ ୨ କରୋନା ଯୋଦ୍ଧା

କେନ୍ଦ୍ରାପଡ଼ା/ନୟାଗଡ଼(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା କାଳରେ ସେମାନେ ଅନ୍ୟର ସାହାରା ପାଲଟିଥିଲେ। ସମସ୍ତେ ଘରେ ରହୁଥିବା ବେଳେ ସେମାନେ କିନ୍ତୁ ଘରୁ ଗୋଡ଼ କାଢ଼ିଥିଲେ । ନିଜ ଜୀବନକୁ ବାଜି ଲଗାଇ ଅନ୍ୟର ସେବା କରୁଥିଲେ। ହେଲେ ଅନ୍ୟ ମୁହଁରେ ହସ ଫୁଟାଇ ପାରିଥିବା ତଥା ସେମାନଙ୍କୁ ମରଣ ମୁହଁରୁ ଫେରାଇ ଆଣି ପାରିଥିବା ୨ କରୋନା ଯୋଦ୍ଧା ଏବ ଅସହାୟ । ସେମାନଙ୍କ ଆଖି ଲୁହ ଆଖିରେ ଶୁଖୁଛି। ଆହା ପଦେ କହିବାକୁ କେହି ନାହିଁ।  କେବଳ ସହାୟତା ପାଇଁ ମିଳୁଥିବା ଆଶ୍ୱାସନା, ପ୍ରତିଶ୍ରୁତିକୁ ଭରସା କରି ଜୀବନ ବଞ୍ଚୁଛନ୍ତି। ହେଲେ କେବେ ସହାୟତା ମିଳିବ, ଜୀବନ ସୁଧୁରିବ ତା’ର ଉତ୍ତର କାହା ପାଖରେ ନାହିଁ।

ଏପରି ୨ ଅସହାୟ କରୋନା ଯୋଦ୍ଧା ହେଲେ, କେନ୍ଦ୍ରାପଡ଼ା ଜିଲ୍ଲା କଂସାର ଗାଁର ଆଶାକର୍ମୀ ମାତାଜୀ ନାୟକ ଓ ନୟାଗଡ଼ ରଣପୁର ବ୍ଲକର ନର୍ସ ଶୁଭଶ୍ରୀ  ସ୍ୱାଇଁ  । ମୁଣ୍ଡ ଗୁଞ୍ଜିବା ଲାଗି ମାତାଜୀ ଘରଟିଏ ଆବଶ୍ୟକ କରୁଛନ୍ତି । ସେପଟେ ନୟାଗଡ଼ ରଣପୁର ବ୍ଲକର ନର୍ସ ଶୁଭଶ୍ରୀ ସ୍ୱାଇଁ କିଡନି ରୋଗରେ ପୀଡ଼ିତ ହୋଇଛନ୍ତି। ପୁଣି ଥରେ ଜୀବନ ଫେରିପାଇବାକୁ ଆବଶ୍ୟକ କରୁଛନ୍ତି ୧୫ ଲକ୍ଷ ଟଙ୍କା   ।

କେନ୍ଦ୍ରାପଡ଼ା କଂସାର ଗାଁର ଆଶା କର୍ମୀ ମାତାଜୀ ନାୟକଙ୍କର  ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ । ସ୍ୱାମୀ ଆରପାରିକୁ ଚାଲି ଯାଇଥିବା ବେଳେ ୨ ଝିଅ ବାହା ହୋଇ ନିଜ ଘରକୁ ଚାଲିଗଲେଣି। ଏବେ ମାତାଜୀ ନିଜ ଅବିବାହିତ ଝିଅ ସହ ଏକ ଜରାଜୀର୍ଣ୍ଣ ଘରେ ରହୁଛନ୍ତି । ଘରଟି ମାଟିରେ ମିଶିବାକୁ ବସିଥିବା ବେଳେ ମୁଣ୍ଡ ଉପରେ ଛପର ନାହିଁ  । ଆଉ ରୁଅ ବତା ଯେ କେତେବେଳେ ଖସି ପଡ଼ିବ, ତାର କିଛି ଠିକ୍ ଠିକଣା ନାହିଁ।  ଘର ଭିତରେ ଛିଡା ହେଲେ ସାରା ଆକାଶ ଦେଖାଯାଉଛି । ଘର ସଜାଡ଼ିବାକୁ ସାମର୍ଥ୍ୟ ନଥିବାରୁ ପର ଦୁଆରେ ମୁଣ୍ଡ ଗୁଞ୍ଜିଛନ୍ତି ମାତାଜୀ । ଖାଲି ଏତିକି ନୁହେଁ, ରୋଗୀ ନେଇ ଡାକ୍ତରଖାନା ଯିବାବେଳେ ପଡ଼ିଯାଇ ଗୋଡ଼ ଭାଙ୍ଗି ଯିବାରୁ ସେ ଅସହାୟ ହୋଇପଡ଼ିଛନ୍ତି ।

ମାତାଜୀ ନାୟକ

 

ଇନ୍ଦିରା ଆବାସ ପାଇଁ ସରପଞ୍ଚ, ବିଡିଓ, ଜିଲ୍ଲାପାଳଙ୍କୁ ଜଣାଇଛି। ହେଲେ କେହି ଶୁଣୁ ନାହାନ୍ତି ବୋଲି କ୍ଷୋଭର ସହ କହୁଛନ୍ତି ମାତାଜୀ । ମାତାଜୀଙ୍କୁ ଘର ଖଣ୍ଡିଏ ଯୋଗାଇଦେବାକୁ ପଡ଼ୋଶୀ ଦାବି କରିଛନ୍ତି । ତେବେ ତଦନ୍ତ କରି ଘର ଦେବାକୁ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ କେନ୍ଦ୍ରାପଡ଼ା ବିଡିଓ ଅଶ୍ୱୀନ କୁମାର ଦାସ କହିଛନ୍ତି, ଘଟଣାର ତଦନ୍ତ ପାଇଁ କର୍ମଚାରୀ ପଠାଇଛୁ। ରିପୋର୍ଟ ଆସିବା ପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଘର ଯୋଗାଇବା ବ୍ୟବସ୍ଥା କରିବୁ ।

ସେପଟେ ଆଉ ଜଣେ କରୋନା ଯୋଦ୍ଧା ହେଲେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଗୋପାଳପୁର ପଞ୍ଚାୟତ କୃଷ୍ଣପୁର ଗାଁର ନର୍ସ ଶୁଭଶ୍ରୀ ସ୍ୱାଇଁ । ଅତି କମ୍‌ ବୟସରୁ ତାଙ୍କ ଉପରେ ଲଦି ହୋଇ ପଡ଼ିଲାଣି ଦୁଃଖର ପାହାଡ଼ । ମହାମାରୀ କରୋନା କାଳରେ ଜୀବନକୁ ବାଜି ଲଗାଇ ସେବା କରୁ କରୁ ହଠାତ୍‌ ଶୁଭଶ୍ରୀ ଅସୁସ୍ଥ ହୋଇପଡ଼ିଥିଲେ । ଚିକିତ୍ସା ଲାଗି ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷା ପରେ ତାଙ୍କର ଦୁଇଟି କିଡନୀ ଖରାପ ଥିବା ଜଣାପଡ଼ିଥିଲାl ଏବେ ନିଜର ଚିକିତ୍ସା ଲାଗି ଅନ୍ୟକୁ ହାତ ପାତିଛନ୍ତି ଶୁଭଶ୍ରୀ ।

ମା’ଙ୍କ ସହ ନର୍ସ ଶୁଭଶ୍ରୀ ସ୍ୱାଇଁ

 

ଖୁବଶୀଘ୍ର ଗୋଟିଏ କିଡନୀ ପ୍ରତିରୋପଣ ନ କଲେ ଜୀବନପ୍ରତି ବିପଦ ଥିବାରୁ ଭାଙ୍ଗି ପଡ଼ିଛନ୍ତି ପୂରା ପରିବାର।  ଗୋଟିଏ ପଟେ କିଡନି ପ୍ରତିରୋପଣ ଲାଗି ୧୫ ଲକ୍ଷ ଟଙ୍କା ଆଉ ଏପଟେ ମାସକୁ ମେଡିସିନ୍ ଖର୍ଚ୍ଚ ୧୫ ହଜାର ଯୋଗାଡ଼ କରିବା ଦିନକୁ ଦିନ କଷ୍ଟକର ହୋଇପଡୁଛି।  ସରକାରୀ ଓ ବେସରକାରୀ ସୂତ୍ରରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକେ।  ଘରର ଆର୍ଥିକ ଅବସ୍ଥା ଭଲ ନାହିଁ। ଆର୍ଥିକ ସହାୟତା ମିଳିଲେ ମୁଁ ପୁଣି ଥରେ ଭଲ ହୋଇପାରନ୍ତି ବୋଲି କହିଛନ୍ତି  ଶୁଭଶ୍ରୀ ।

ଏନେଇ ନୟାଗଡ଼  ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତଙ୍କ ସହ ଯୋଗାଯୋଗ କରିବାରୁ  ଶୁଭଶ୍ରୀ ଯୋଗାଯୋଗ କଲେ ତାଙ୍କୁ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯିବ।  ଜିଲ୍ଲା ରେଡକ୍ରସ, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଚିକିତ୍ସା ନିମନ୍ତେ ତାଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

The post ଦିନେ ଅନ୍ୟର ସାହାରା ପାଲଟିଥିଲେ, ଆଜି ସହାୟତା ଅପେକ୍ଷାରେ ୨ କରୋନା ଯୋଦ୍ଧା appeared first on Odisha Reporter.



from Odisha Reporter https://ift.tt/3Bs1aKX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages