ସୁଟିଂ ସେଟ୍‌ରେ ଟଳି ପଡିଲେ ଫାଇଟ୍‌ ମାଷ୍ଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 10, 2021

ସୁଟିଂ ସେଟ୍‌ରେ ଟଳି ପଡିଲେ ଫାଇଟ୍‌ ମାଷ୍ଟର

ଚେନ୍ନାଇ: ସୁଟିଂ ସେଟ୍‌ରେ ଅଘଟଣ। ଟଳିପଡିଲେ ଫାଇଟ୍‌ ମାଷ୍ଟର। ଫାଇଟ୍‌ ସିନ୍‌ ଚାଲିଥିବା ବେଳେ ହଠାତ ଟଳି ପଡିଛନ୍ତି ଷ୍ଟଣ୍ଟମ୍ୟାନ୍‌ ବିବେକ। ଏହି ଘଟଣା ଏବେ ସମସ୍ତଙ୍କୁ ଶକ୍ତ ଝଟ୍‌କା ଦେଇଛି। ଦୁଃଖରେ ଭାଙ୍ଗି ପଡିଛି ପୂରା ଫିଲ୍ମ ଜଗତ। ଫିଲ୍ମର ସୁଟିଂ ତତ୍‌ତ୍କାଳ ବନ୍ଦ କରିଦିଆଯାଇଛି।

କନ୍ନଡ ଫିଲ୍ମ ‘ଲଭ୍‌ ୟୁ ରାଚୁ’ର ସୁଟିଂ ସେଟ୍‌ରେ ଏହି ଦୁଃଖଦ ଘଟଣା ଘଟିଛି। କର୍ଣ୍ଣାଟକର ବିଡାଡି ନିକଟ ଜୋଗେନାହଲ୍ଲୀରେ ଫାଇଟ୍‌ ସିନ୍‌ର ସୁଟିଂ ଚାଲିଥିଲା। ୩୫ ବର୍ଷୀୟ ଷ୍ଟଣ୍ଟମ୍ୟାନ୍‌ ତଥା ଫାଇଟ୍‌ ମାଷ୍ଟର ବିବେକ୍‌ ଷ୍ଟଣ୍ଟ ଦେଖାଉଥିଲେ। ଏହି ସମୟରେ ସେ ବିଦ୍ୟୁତ ତାର ସମ୍ପର୍କରେ ଆସିଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଷ୍ଟଣ୍ଟ ମ୍ୟାନ୍‌ମାନେ ବିଦ୍ୟୁତ ଆଘାତ ଲାଗିବା ଯୋଗୁଁ ଗୁରୁତର ହୋଇଛନ୍ତି। ସେମନାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେପଟେ ଏହି ମାମଲାରେ ଉକ୍ତ ଫିଲ୍ମ ନିର୍ଦ୍ଦେଶକ ଶଙ୍କର, ପ୍ରଯୋଜକ ଗୁରୁ ଦେଶପାଣ୍ଡେ ଏବଂ ଷ୍ଟଣ୍ଟ ନିର୍ଦ୍ଦେଶକ ବିନୋଦଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ଏହି ଘଟଣାକୁ ନେଇ ଫିଲ୍ମର ଲିଡ୍‌ ଅଭିନେତା କୃଷ୍ଣା ଅଜୟ କହିଛନ୍ତି, ‘ଗତ କିଛି ଦିନ ଧରି ଆମେ ସୁଟିଂ କରୁଥିଲୁ। କିନ୍ତୁ ପ୍ରକୃତରେ ସେଠାରେ କ’ଣ ଘଟିଥିଲା ମୁଁ ଭଲଭୋବେ ଜାଣିନାହିଁ, କାରଣ ମୁଁ ସୁଟିଂ ଯୋଗୁଁ ସେହି ସ୍ଥାନରୁ ଦୂରରେ ଥିଲି। ଏହି ମର୍ମନ୍ତୁଦ ଦୁର୍ଘଟଣା ସମସ୍ତଙ୍କୁ ଚକିତ କରିଦେଇଥିଲା। ସମସ୍ତେ ସ୍ତବ୍ଧ ହୋଇପଡିଥିଲେ।’

ସେ ଆହୁରି କହିଛନ୍ତି, ଷ୍ଟଣ୍ଟ ନିର୍ଦ୍ଦେଶକ ବିନୋଦ କାମରେ କିଏ ହସ୍ତକ୍ଷେପ କରିବା ପସନ୍ଦ କରନ୍ତି ନାହିଁ। ଏଥିପାଇଁ ତାଙ୍କୁ କୌଣସି ପରାମର୍ଶ ଦେବା ମଧ୍ୟ କଷ୍ଟକର। ଯେଉଁ ପର୍ଯ୍ୟନ୍ତ ବିବେକକୁ ନ୍ୟାୟ ମିଳିନାହିଁ ସେ ପର୍ଯ୍ୟନ୍ତ ମୁଁ ସୁଟିଂରେ ଭାଗ ନେବି ନାହିଁ ବୋଲି ସେ କହିଛନ୍ତି।

The post ସୁଟିଂ ସେଟ୍‌ରେ ଟଳି ପଡିଲେ ଫାଇଟ୍‌ ମାଷ୍ଟର appeared first on Odisha Reporter.



from Odisha Reporter https://ift.tt/3AtfUsu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages