ମୁମ୍ବାଇ: ରାଗ ଆଗରେ ଭୁଲିଗଲା ସବୁ କିଛି। ଏପରିକି ନିଜ ଜନ୍ମକଲା ମା’କୁ ବି ଚିହ୍ନିଲାନି। ଶେଷରେ ଅତି ନିର୍ମମ ଭାବେ ମା’ର ତଣ୍ଟି ଚିପି ହତ୍ୟା କଲା ଝିଅ। ଏଭଳି ଏକ ଅଘଟଣ ଘଟିଛି ମାୟାନଗରୀ ମୁମ୍ବାଇରେ।
ନଭି ମୁମ୍ବାଇର ଏୟାରୋଲି ଅଞ୍ଚଳରେ ଜଣେ ୧୫ ବର୍ଷୀୟ ନାବାଳିକା ନିଜ ମା’ର ତଣ୍ଟିଚିପି ହତ୍ୟା କରିଛି। ପ୍ରକୃତରେ ମା’ ଚାହୁଁଥିଲା ଯେ ତା’ ଝିଅ ପାଠ ପଢ଼ି ଡାକ୍ତର ହେଉ। ଏଥିପାଇଁ ସେ ପ୍ରତିଦିନ ଝିଅକୁ ପ୍ରବେଶିକା ପରୀକ୍ଷା ପାଇଁ ପଢ଼ିବାକୁ କହୁଥିଲା। NEET ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ କହୁଥିଲା।
ପ୍ରତିଦିନ ଏଭଳି ବାରମ୍ବାର ମା’ ଝିଅକୁ ପାଠ ପଢ଼ିବାକୁ କହୁଥିଲେ। ଏଥିରେ ବିରକ୍ତି ହୋଇ ମା’-ଝିଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ରାଗିଯାଇ ଅତି ନିର୍ମମଭାବେ ମା’କୁ କରାଟେ ଡ୍ରେସ୍ ବେଲ୍ଟରେ ତଣ୍ଟି ଚିପି ହତ୍ୟା କରିଥିଲା ଝିଅ। ବର୍ତ୍ତମାନ ପୁଲିସ ନାବାଳିକା ଝିଅ ବିରୋଧରେ ହତ୍ୟା ମାମଲା ରୁଜି କରି ଗିରଫ କରିଛି।
ପୁଲିସ ସୂଚନା ମୁତାବକ, ଗତ ଜୁଲାଇ ୩୦ରେ ଏହି ଘଟଣା ଘଟିଛି। ଶୈଲେସ ପୱାର ନାମକ ଜଣେ ବ୍ୟକ୍ତି ପୁଲିସକୁ ସୂଚନା ଦେଇଥିଲେ ଯେ, ଏୟାରୋଲିରେ ରହୁଥିବା ତାଙ୍କ ଭଉଣୀ ଶିଳ୍ପା ଯାଦବ ଘରର କବାଟ ଖୋଲୁ ନାହାନ୍ତି। ଏହାପରେ ପୁଲିସ ପହଞ୍ଚି ଘରର କବାଟ ଭାଙ୍ଗି ଖୋଲିଥିଲା।
କବାଟ ଖୋଲିବା ପରେ ଶୈଲେସଙ୍କ ୧୫ ବର୍ଷୀୟ ଭାଣିଜି ଏବଂ ୬ ବର୍ଷୀୟ ଭଣଜା ତଳେ ବସିଥିବା ଦେଖିବାକୁ ମିଳିଥିଲା, କିନ୍ତୁ ଶୋଇବା ଘରର କବାଟରେ ତାଲା ପଡ଼ିଥିଲା। ଏହାକୁ ଭାଙ୍ଗିବା ପରେ ଶିଳ୍ପା ଯାଦବ ତଳେ ପଡିଛନ୍ତି ଏବଂ ତାଙ୍କ ବେକରେ ଏକ କରାଟେ ଡ୍ରେସ ବେଲ୍ଟ ଗୁଡ଼ାଇ ହୋଇରହିଥିବା ଦେଖି ମିଳିଥିଲା। ଏହା ପରେ ପୁଲିସ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ପଚରାଉଚରା ପରେ ୧୫ ବର୍ଷୀୟ ଝିଅ ମା’ ଶିଳ୍ପା ଯାଦବଙ୍କୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଛି।
The post ପରୀକ୍ଷା ପାଇଁ ମା’ର ତଣ୍ଟି ଚିପିଦେଲା ଝିଅ appeared first on Odisha Reporter.
from Odisha Reporter https://ift.tt/3jGdgbV
No comments:
Post a Comment