ମୁମ୍ବାଇ: ନିକଟରେ ରିଲିଜ ଫିଲ୍ମ ‘ବେଲ ବଟମ୍’ର ଟ୍ରେଲର। ଏହି ଫିଲ୍ମରେ ଆକ୍ସନ ମାଷ୍ଟର ଅକ୍ଷୟ କୁମାର ଲିଡ୍ ରୋଲରେ ଥିଲେ ବି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛନ୍ତି ଇନ୍ଦିରା ଗାନ୍ଧୀ ଭୂମିକାରେ ନଜର ଆସିଥିବା ଲାରା ଦତ୍ତ।
‘ବେଲ ବଟମ୍’ ଫିଲ୍ମ ଟ୍ରେଲରରେ ଲାରା ଦତ୍ତଙ୍କ ଟ୍ରାନ୍ସଫର୍ମେସନ୍ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ଲାରାଙ୍କୁ ଚିହ୍ନିବା କଷ୍ଟକର ହୋଇପଡିଛି। ଲାରାଙ୍କ ଏହି ନୂଆ ଲୁକ୍ ଏବେ ଟ୍ୱିଟରରେ ଟ୍ରେଣ୍ଡ କରୁଥିବା ବେଳେ ଲାରାଙ୍କ ଇନ୍ଦିରା ଲୁକ୍ ଟ୍ରାନ୍ସର୍ଫମେସନ୍ର ଏକ ଭିଡିଓ ପୋଷ୍ଟ କରିଛନ୍ତି ଅକ୍ଷୟ କୁମାର।
ଅକ୍ଷୟ ନିଜ ଟ୍ୱିଟର ଆକାଉଣ୍ଟରେ ୪୬ ସେକେଣ୍ଡର ଏହି ଜବରଦସ୍ତ ଭିଡିଓ ସେଆର କରିଥିବା ବେଳେ ଏହାକୁ ଫ୍ୟାନ୍ସ ଖୁବ୍ ପସନ୍ଦ କରୁଛନ୍ତି। କିପରି ଏକ ରୋଲକୁ ଜୀବନ୍ତ ରୂପ ଦିଆଯାଏ ତାହା ଏଠାରେ ଦେଖାଯାଇଛି । ଲାରା ତୁମେ ‘ବେଲବଟମ୍’ରେ କମାଲ କରିଦେଲ ବୋଲି ଅକ୍ଷୟ କ୍ୟାପସନ୍ ଦେଇଛନ୍ତି।
ଏହା ଉପରେ ଫ୍ୟାନ୍ସ ବି ଖୁବ୍ କମେଣ୍ଟ ଦେଉଛନ୍ତି। ଜଣେ ୟୁଜର ଭିଡିଓକୁ ପସନ୍ଦ କରିଥିବା ବେଳେ ଏଥିରେ ଲାରାଙ୍କ ନାକ ଟିକେ ଲମ୍ବା ହୋଇଯାଇଥିବା ଲେଖିଛନ୍ତି। ସେହିପରି ଆଉ ଜଣେ ୟୁଜର ଲାରାଙ୍କ ନୂଆ ଲୁକ୍ ଦେଇଥିବା ମେକଅପ୍ ଆଟିଷ୍ଟଙ୍କୁ କଂଗ୍ରେସ ପଠାଇବାକୁ ଉପଦେଶ ଦେଇଛନ୍ତି, ଯାହାଦ୍ୱାରା ସେ ପ୍ରିୟଙ୍କା ଗାନ୍ଧୀଙ୍କୁ ଇନ୍ଦିରା ଲୁକ୍ ଦେଇପାରିବେ।
ନିଜ ନୂଆ ଲୁକ୍ ପାଇଁ ଲାରାଙ୍କ ନିକଟକୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ଏଥିପାଇଁ ବହୁତ ହୋମୱାର୍କ ତଥା ଇନ୍ଦିରା ଗାନ୍ଧୀଙ୍କ ସମ୍ପର୍କରେ ବହୁତ ରିସର୍ଚ୍ଚ କରିବାକୁ ପଡ଼ିଥିବା କହିଛନ୍ତି ଲାରା। ତାଙ୍କ ଚାଲି, ଠାଣି, କଥା କହିବା ଶୈଳୀ, ବସିବା ଢଙ୍ଗ ଜାଣିବା ପାଇଁ ବହୁ ବହି ପଢ଼ିଥିବା ବେଳେ ଭିଡିଓ ଦେଖି ଶିଖିଥିବା କହିଛନ୍ତି ଲାରା।
ଲାରାଙ୍କ ଲୁକ୍ ଫାଇନାଲ କରିବା ପାଇଁ ତାଙ୍କ ସହ ମେକଅପ୍ ଆଟିଷ୍ଟଙ୍କୁ ବି ଖୁବ୍ କସରତ କରିବାକୁ ପଡ଼ିଛି। ବହୁ ଥର ଲାରାଙ୍କ ଲୁକ୍ ଟେଷ୍ଟ କରିବାକୁ ପଡ଼ିଛି। ଘଣ୍ଟା ଘଣ୍ଟା ଧରି ତାଙ୍କୁ ମେକଅପ୍ ରୁମ୍ରେ ବସିବାକୁ ପଡ଼ିଛି। ଏପରିକି ଲୁକ୍ ଫାଇନାଲ ହେବା ପରେ ଶୁଟିଂ ପାଇଁ ଲାରାଙ୍କୁ ପ୍ରାୟ ୩-୪ ଘଣ୍ଟାର ମେକଅପ୍ ନେବାକୁ ପଡ଼ିଥିବା କହିଛନ୍ତି ଲାରା।
ଆସନ୍ତା ୧୯ ତାରିଖରେ ଏହି ଫିଲ୍ମ ବଡ଼ ପରଦାକୁ ଆସିବ । ଅଧିକାଂଶ ରାଜ୍ୟରେ ୫୦% ଦର୍ଶକଙ୍କୁ ନେଇ ଫିଲ୍ମ ଚାଲିବାକୁ ଅନୁମତି ଦିଆଯାଇଛି। ଏହାଦ୍ୱାରା ଫିଲ୍ମର ବକ୍ସ ଅଫିସ୍ ପ୍ରଦର୍ଶନ ଉପରେ ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା ଦେଖାଦେଇଛି। ଏଥିସହ ଫିଲ୍ମ ରିଲିଜକୁ ଆଉ କିଛି ଦିନ ବାକି ଥିବାରୁ ଏହା ମଧ୍ୟରେ ଅବସ୍ଥା ସୁଧୁରିଯିବ ବୋଲି ଆଶା ରଖିଛନ୍ତି ଅକ୍ଷୟ।
What bringing a character to life looks like…@LaraDutta you’ve nailed it and how in#BellBottom! Catch it on the big screen, also in 3D, on 19th Aug.@vashubhagnani @Vaaniofficial @humasqureshi @ranjit_tiwari @jackkybhagnani @honeybhagnani @poojafilms pic.twitter.com/2ElP6wsCLh
— Akshay Kumar (@akshaykumar) August 5, 2021
The post ଲାରାଙ୍କ ଇନ୍ଦିରା ଲୁକ୍; ମେକଅପ୍ ପାଇଁ ଲାଗୁଥିଲା ଘଣ୍ଟା ଘଣ୍ଟା, ଦେଖନ୍ତୁ ଭିଡିଓ appeared first on Odisha Reporter.
from Odisha Reporter https://ift.tt/3AaSNCA
No comments:
Post a Comment