ନାକ କାଟି ଦେଲେ ସାରା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 3, 2021

ନାକ କାଟି ଦେଲେ ସାରା!

ମୁମ୍ବାଇ: ପଟୌଦି ବଂଶର ଲାଡଲି ସାରା ଅଲ୍ଲି ଖାନ୍‌। ଖୁବ୍‌ କମ୍‌ ଦିନରେ ବଲିଉଡରେ ରହିଛି ତାଙ୍କର ବେଶ ଦବ୍‌ଦବା। ବଲିଉଡର ଏହି ଚୁଲବୁଲି ନାୟିକା ଏବେ ନାକ କାଟି ଦେଇଛନ୍ତି। ଏଥିପାଇଁ ସେ ସର୍ବସମ୍ମୁଖରେ ବାପା ସୈଫ ଅଲ୍ଲି ଖାନ୍‌ ଏବଂ ମା’ ଅମୃତାଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି।

ପ୍ରକୃତରେ ସାରା ଅଲ୍ଲି ଖାନ୍‌ ସୋଶାଲ ମିଡିଆରେ ବେଶ୍‌ ଆକ୍ଟିଭ। ସେ ପ୍ରାୟତଃ ନିଜର କିଛି ନା କିଛି ଫଟୋ ହେଉ ଅବା ଭିଡିଓ ସେଆର କରନ୍ତି। ଇନ୍‌ଷ୍ଟାଗ୍ରାମରେ ତାଙ୍କର ‘ନକ୍‌ ନକ୍‌’ ପୋଷ୍ଟ ବିଷୟରେ ପ୍ରାୟ ସମସ୍ତେ ଜାଣିଥିବେ। ଏହି ନକ୍‌ ନକ୍‌ ଗେମ୍‌ ଜରିଆରେ ସେ ଇନ୍‌ଷ୍ଟାଗ୍ରାମରେ ତାଙ୍କର ଫନି ଭିଡିଓ ସେଆର କରିଥା’ନ୍ତି। ଏହି କ୍ରମରେ ସାରା ମଙ୍ଗଳବାର ଦିନ ଏକ ନୂଆ ଭିଡିଓ ସେଆର କରିଛନ୍ତି।

ଏହି ଭିଡିଓରେ ସାରା ନିଜ ନାକ ଉପରେ ଏକ ପଟି ବାନ୍ଧିଥିବା ଦେଖିବାକୁ ମିଳିଛି। ପରେ ସେ ପଟି ହଟାଇ ସାରା ତାଙ୍କ ନାକରେ ଲାଗିଥିବା ଆଘାତକୁ ଦେଖାଉଛନ୍ତି। ଏହି ଭିଡିଓରେ ସାରା କହୁଛନ୍ତି ‘ନକ୍‌ ନକ୍‌ କୌନ୍‌ ହୈ ବାହାଁ? ନକ୍‌ ନକ୍‌ କୌନ୍‌? ମୋର ଲାଇକ୍ସ ନକ୍‌ ଆଉଟ୍‌।’ ଏଥିସହ ସେ କ୍ୟାପ୍‌ସନରେ ଲେଖିଛନ୍ତି ‘ସରି… ଅମ୍ମା ଅବା, ମୁଁ ନାକ କାଟି ଦେଲି।’ ସାରାଙ୍କ ଏହି ଭିଡିଓଟି ଏବେ ଭାଇରାଲ ହୋଇଛି। ଏହାକୁ ବର୍ତ୍ତମାନ ଯାଏଁ ୭ ଲକ୍ଷରୁ ଅଧିକ ଲାଇକ୍ସ ମିଳି ସାରିଲାଣି।

ସୂଚନା ମୁତାବକ ସାରାଙ୍କୁ ଶେଷ ଥର ପାଇଁ ଫିଲ୍ମ କୁଲି ନମ୍ବର-୧’ର ରିମେକ୍‌ରେ ଦେଖିବାକୁ ମିଳିଥିଲା। ଏବେ ସାରା ତାଙ୍କ ଅପ୍‌କମିଂ ଫିଲ୍ମ ‘ଅତରଙ୍ଗି ରେ..’ର ରିଲିଜ ଅପେକ୍ଷାରେ ଅଛନ୍ତି। ଏହି ଫିଲ୍ମରେ ସେ ଅକ୍ଷୟ କୁମାର ଏବଂ ସାଉଥ ସୁପରଷ୍ଟାର ଧନୁଷଙ୍କ ସହ ନଜର ଆସିବେ।

 

View this post on Instagram

 

A post shared by Sara Ali Khan (@saraalikhan95)

The post ନାକ କାଟି ଦେଲେ ସାରା! appeared first on Odisha Reporter.



from Odisha Reporter https://ift.tt/3loE7Me

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages