ସଂସଦରେ କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ବୟାନ, ଓଡ଼ିଶାରେ କେନ୍ଦ୍ର ଯୋଜନାର ହୋଇଛି ହରିଲୁଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 3, 2021

ସଂସଦରେ କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ବୟାନ, ଓଡ଼ିଶାରେ କେନ୍ଦ୍ର ଯୋଜନାର ହୋଇଛି ହରିଲୁଟ

  • ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି
  • ଓଡ଼ିଶାରେ ୮୫% ପ୍ରତିଶତ ଅଯୋଗ୍ୟ ହିତାଧିକାରୀ: ମନ୍ତ୍ରୀ
  • କେନ୍ଦ୍ର ଯୋଜନାର ଲୋଗୋକୁ ଛୋଟ ରଖି ରାଜ୍ୟ ଯୋଜନାର ଲୋଗୋକୁ ବଡ଼ ରଖାଯାଇଛି
  • ତିନି ବର୍ଷ ହେବ ରାଜ୍ୟ ସରକାର ଆବାସ ଯୋଜନା ପାଇଁ ବ୍ୟୟବରାଦ କରି ନାହାନ୍ତି
  • ତୃଣମୂଳ ସ୍ତରରେ କେନ୍ଦ୍ରର ଏହି ଯୋଜନା ବୋଲି ଉଲ୍ଲେଖ କରାଯାଇ ନାହିଁ
  • ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଅଣ ତାରକା ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ
  • ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ସଂସଦରେ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କହିଛନ୍ତି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଛି ବଡ଼ ଧରଣର ଦୁର୍ନୀତି । ମୋଟ୍ ହିତାଧିକାରୀଙ୍କ ମଧ୍ୟରୁ ୮୫ ପ୍ରତିଶତ ଅଯୋଗ୍ୟ ଅଧିକାରୀ। ମୁଖ୍ୟତଃ ଓଡ଼ିଶାରେ ଏହି ଯୋଜନାକୁ ବ୍ୟକ୍ତିଗତ ଲାଭ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି। କେନ୍ଦ୍ର ସରକାରଙ୍କ ଏକ ଟିମ୍ ତଦନ୍ତ କରି ଯେଉଁ ରିପୋର୍ଟ ଦାଖଲ କରିଛନ୍ତି ସେହି ଆଧାରରେ ମନ୍ତ୍ରୀ ଏପରି ଉତ୍ତର ରଖିଛନ୍ତି।

ମନ୍ତ୍ରୀ କହିଛନ୍ତି, ଓଡ଼ିଶାର ୯ ଜଣ ସାଂସଦ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରିଥିଲେ। ଏହାପରେ ଏକ ଯୁଗ୍ମ ପ୍ରତିନିଧି ଦଳ ଗତ ଫେବୃଆରୀରେ ଓଡ଼ିଶା ଯାଇ ତଦନ୍ତ କରିଥିଲା। ଯେଉଁଥିରେ ଅନିୟମିତତା ହୋଇଥିବାର ମିଳିଛି ପ୍ରମାଣ । ଓଡ଼ିଶାରେ ୧୨.୯୫ ଲକ୍ଷ  ଲୋକ ଏହି ଯୋଜନାରେ ସାମିଲ୍ ହୋଇଛନ୍ତି। ଯେଉଁଥିରୁ ୮୫ ପ୍ରତିଶତ ହେଉଛନ୍ତି ସମ୍ପୂର୍ଣ୍ଣ ଅଯୋଗ୍ୟ। ବ୍ୟକ୍ତିଗତ ଲାଭ ପାଇଁ ଏହି ପାଣ୍ଠିର ଅପବ୍ୟବହାର ହୋଇଛି। ଯୋଜନାର ଲାଭ ଗୋଟିଏ ପରିବାରର ବିଭିନ୍ନ ସଦସ୍ୟ ପାଇଛନ୍ତି।

୨୦୧୮-୧୯ରେ ଯେଉଁ ହିତାଧିତାକାରୀଙ୍କ ଆବେଦନ ଖାରଜ ହୋଇଥିଲା ୨୦୧୯-୨୦ରେ ସେହି ଲୋକଙ୍କୁ ଏହି ଯୋଜନାରେ  ଲାଭ ମିଳିଛି। ସେହିପରି ଏହି ଯୋଜନା କେନ୍ଦ୍ର ସରକାରଙ୍କର। ହେଲେ ତୃଣମୂଳ ସ୍ତରରେ ଏହା କେନ୍ଦ୍ରର ଯୋଜନା ବୋଲି ଉଲ୍ଲେଖ କରାଯାଇ ନାହିଁ। ତିନି ବର୍ଷ ହେବ ଓଡ଼ିଶା ସରକାର ଏହି ଯୋଜନା ପାଇଁ କୌଣସି ବ୍ୟୟବରାଦ କରି ନାହାନ୍ତି।

ଫନି ବେଳେ ଅନେକ ଘର ନଷ୍ଟ ହୋଇଯାଇଥିଲା। ଏଥିପାଇଁ କେନ୍ଦ୍ର ସରକାର ୩.୮୯ ଲକ୍ଷ ଘର ପାଇଁ ସହାୟତା ରାଶି ମଞ୍ଜୁର କରିଥିଲେ। ହେଲେ ଏହି ସମୟରେ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହୋଇଛି। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କା ଘର ଯୋଜନାର ଲୋଗୋ ଲଗାଯାଇଛି। ତା ପୁଣି କେନ୍ଦ୍ର ଯୋଜନାର ଲୋଗୋ ଅପେକ୍ଷା ବଡ଼ ରହିଛି।

ଏବେ ରାଜ୍ୟ ସରକାର ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାଇଛି। କେନ୍ଦ୍ର ସରକାର ଏହା ଉପରେ ଅନୁଧ୍ୟାନ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଯେଉଁମାନେ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ଏଫଆଇଆର ରୁଜୁ କରିବାକୁ  ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଯେଉଁ ପ୍ରଶାସନିକ ଅଧିକାରୀଙ୍କ ନାକ ତଳେ ଏହି ଦୁର୍ନୀତି ହୋଇଛି ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବିରୋଧୀ ବିଜେପି ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ତଥା ଶାସକ ଦଳ ବିରୋଧରେ ଗର୍ଜିଥିଲା। ଏପରିକି ବିଭିନ୍ନ ପ୍ରମାଣ ଦେଖାଇ ଏହାର ତଦନ୍ତ ଦାବି ମଧ୍ୟ କରିଥିଲେ।

The post ସଂସଦରେ କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ବୟାନ, ଓଡ଼ିଶାରେ କେନ୍ଦ୍ର ଯୋଜନାର ହୋଇଛି ହରିଲୁଟ appeared first on Odisha Reporter.



from Odisha Reporter https://ift.tt/3A7YC3L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages