ଅଷ୍ଟ୍ରେଲିଆକୁ ଘାଇଲା କଲା ବାଂଲା ଟାଇଗର୍, ମାତ୍ର ୬୨ ରନରେ ଅଲଆଉଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 10, 2021

ଅଷ୍ଟ୍ରେଲିଆକୁ ଘାଇଲା କଲା ବାଂଲା ଟାଇଗର୍, ମାତ୍ର ୬୨ ରନରେ ଅଲଆଉଟ୍

ଢାକା: ପାଞ୍ଚଥର ଦିନିକିଆ ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆ ବାଂଲାଦେଶ ଗସ୍ତରେ କ୍ୟାରିୟରର ସବୁଠାରୁ ଲଜ୍ଜାଜନକ ପ୍ରଦର୍ଶନ କରିଛି। ସୋମବାର ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚରେ ବାଂଲାଦେଶ ଭ୍ରମଣକାରୀ ଅଷ୍ଟ୍ରେଲିଆ ଟିମକୁ ୬୦ ରନରେ ହରାଇ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୪-୧ରେ ନିଜ ନାଁରେ କରିଛି।

ମ୍ୟାଚରେ ଶାକିବ ଅଲ୍ ହାସନ୍ ଓ ମହମ୍ମଦ ସୈଫୁଦ୍ଦିନଙ୍କ ନେତୃତ୍ୱରେ ବୋଲରମାନେ ଦମଦାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନକୁ ଧୂଳିସାତ୍ କରିଥିଲେ। ଯାହା ଫଳରେ ମାତ୍ର ୧୨୩ ରନର ଲକ୍ଷ୍ୟର ପିଛା କରୁଥିବା କଙ୍ଗାରୁ ଟିମ୍ ୬୨ ରନରେ ଅଲଆଉଟ୍ ହୋଇଯାଇଛି। ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଅଷ୍ଟ୍ରେଲିଆର ଏହା ସର୍ବନିମ୍ନ ସ୍କୋର। ଏହା ପୂର୍ବରୁ ଅଷ୍ଟ୍ରେଲିଆର ସର୍ବନିମ୍ନ ସ୍କୋର ୭୯ ରନ୍ ଥିଲା, ଯାହା ଟିମ୍ ୨୦୦୫ରେ ଇଂଲଣ୍ଡ ବିପକ୍ଷରେ ହାସଲ କରିଥିଲା।

ବ୍ୟାଟ୍ସମ୍ୟାନଙ୍କ ପାଇଁ କଠିନ ପରିସ୍ଥିତିରେ ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୨୨ ରନ୍ କରିଥିଲା। ଦଳ ପ୪ରୁ ମହମ୍ମଦ ନଇମ୍ ସର୍ବାଧିକ ୨୩ ରନ୍ କରିଥିବା ବେଳେ କ୍ୟାପଟେନ୍ ମହମ୍ମଦୁଲ୍ଲା ୧୯, ସୌମ୍ୟ ସରକାର ୧୬ ଓ ମେହଦୀ ହାସନ୍ ୧୩ ରନ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ନେଥନ୍ ଏଲିସ୍ ଓ ଡାନିଏଲ୍ ଖ୍ରୀଷ୍ଟିଆନ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

ଜବାବରେ ଅଷ୍ଟ୍ରେଲିଆ ୧୩.୪ ଓଭରରେ ମାତ୍ର ୬୨ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏଥିସହ ଅଷ୍ଟ୍ରେଲିଆ ଟି-୨୦ କ୍ରିକେଟରେ ସବୁଠାରୁ କମ୍ ଓଭରରେ ଅଲଆଉଟ୍ ହେବାର ଅଲୋଡ଼ା ରେକର୍ଡ ନିଜ ନାଁରେ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ କ୍ୟାପଟେନ୍ ମାଥ୍ୟୁ ୱେଡ୍ ସର୍ବାଧିକ ୨୨ ଓ ବେନ୍ ମ୍ୟାକଡର୍ମୋଟ୍ ୧୭ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁପାରି ନଥିଲେ। ବାଂଲାଦେଶ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ସିରିଜ୍ ସାକିବ୍ ୯ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ। ସେହିପରି ମହମ୍ମଦ ସୈଫୁଦ୍ଦିନ ୩ଟି ଓ ନସୁମ୍ ଅହମ୍ମଦ ୨ଟି ୱିକେଟ୍ ହାସଲ କରିଥିଲେ।

ସାକିବ୍ ମଧ୍ୟ ଏହି ମ୍ୟାଚରେ ନିଜର ୧୦୦ତମ ଟି-୨୦ ୱିକେଟ୍ ପୂରଣ କରିଛନ୍ତି। ସାକିବଙ୍କ ନାଁରେ ଏବେ ୧୦୨ ୱିକେଟ୍ ହୋଇଛି। ତାଙ୍କ ଆଗରେ କେବଳ ଶ୍ରୀଲଙ୍କାର ଲସିଥ୍ ମାଲିଙ୍ଗା ଅଛନ୍ତି, ଯିଏ ଟି-୨୦ରେ ୧୦୭ ୱିକେଟ୍ ନେଇଛନ୍ତି।

The post ଅଷ୍ଟ୍ରେଲିଆକୁ ଘାଇଲା କଲା ବାଂଲା ଟାଇଗର୍, ମାତ୍ର ୬୨ ରନରେ ଅଲଆଉଟ୍ appeared first on Odisha Reporter.



from Odisha Reporter https://ift.tt/3jFA7Ex

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages