କାନ୍ଦାହାର ପରେ ଆଉ ଏକ ଅଞ୍ଚଳ କବଜା କଲା ତାଲିବାନ, କାବୁଲରୁ ସ୍ଥାନାନ୍ତର ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 13, 2021

କାନ୍ଦାହାର ପରେ ଆଉ ଏକ ଅଞ୍ଚଳ କବଜା କଲା ତାଲିବାନ, କାବୁଲରୁ ସ୍ଥାନାନ୍ତର ଆରମ୍ଭ

କାବୁଲ: ଆଫଗାନିସ୍ତାନ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ତାଲିବାନ ଗୋଟିଏ ପରେ ଗୋଟିଏ ଅଞ୍ଚଳ ନିଜ ନିୟନ୍ତ୍ରଣକୁ ନେଇ ନିଜର ହକୁମାତି ଆରମ୍ଭ କରିବାରେ ଲାଗିଛି। ଗୁରୁବାର ରାତିରେ ସଂପୂର୍ଣ୍ଣ କାନ୍ଦାହାରକୁ ଦଖଲ କରିଥିବା ତାଲିବାନ ଏବେ ଲଶ୍କର ଗାକୁ ନିଜ ନିୟନ୍ତ୍ରଣକୁ ନେଇଛି। ସେହିପରି ହେରାଟ ଏୟାରପୋର୍ଟକୁ ମଧ୍ୟ କବଜା କରିବାରେ ସଫଳ ହୋଇଛି ତାଲିବାନ। ଏବେ ସଂଗଠନର ଲକ୍ଷ୍ୟ କାବୁଲ। ଏହାକୁ ଦୃଷ୍ଟିରେ ରଖି କାବୁଲରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ଆଫଗାନିସ୍ତାନର ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ କହିଛନ୍ତି, ଦେଶର ମୁଖ୍ୟ ଦକ୍ଷିଣପୂର୍ବ ସହର ଲଶ୍କର ଗାକୁ ତାଲିବାନୀମାନେ କବଜା କରିନେଇଛନ୍ତି। ଏହାପୂର୍ବରୁ ତାଲିବାନ ଆତଙ୍କୀଙ୍କ ହମଲା ଯୋଗୁ ସୁରକ୍ଷାକର୍ମୀମାନେ ଦେଶର ତୃତୀୟ ବୃହତ୍ତମ ସହର ହେରାଟକୁ ଖାଲି କାରି ଦେଇଥିଲେ।

ତାଲିବାନ ସଦସ୍ୟମାନେ ହେରାଟ ଏୟାରପୋର୍ଟକୁ କବଜା କରିଛନ୍ତି। ଏୟାରପୋର୍ଟରେ ଥିବା ଅଧିକାରୀମାନେ ସେମାନଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେହିପରି ଗୁରୁବାର ରାତିରେ ତାଲିବାନ ମୁଜାହିଦ୍ଦିନମାନେ କାନ୍ଦାହାରର ସହିଦ ଛକରେ ପ୍ରବେଶ କରି ବିଜୟ ପତାକା ଉଡ଼ାଇଥିଲେ।

କାନ୍ଦାହାର ଓ ହେରାଟ ହେଉଛି ଆଫଗାନିସ୍ତାନର ଦ୍ୱିତୀୟ ଏବଂ ତୃତୀୟ ବୃହତ୍ତମ ସହର। ଏହାକୁ ଦଖଲ କରି ତାଲିବାନ ବଡ଼ ବିଜୟ ହାସଲ କରି ନେଇଛି। ବର୍ତ୍ତମାନ ସେମାନଙ୍କ ନଜର ରାଜଧାନୀ କାବୁଲ ଉପରେ ରହିଛି। କାବୁଲ ଠାରୁ ଦକ୍ଷିଣ ଦିଗରେ ଥିବା ଘଜିନକୁ ଆତଙ୍କବାଦୀମାନେ ଦଖଲ କରିସାରିଛନ୍ତି।

ତେଣୁ ସେମାନେ ଯେକୌଣସି ମୁହୂର୍ତ୍ତରେ କାବୁଲ ଦଖଲ କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। ଏବେ ବି ସରକାରଙ୍କ ଦଖଲରେ ଗୁରୁତ୍ୱପୂର୍ଣ୍ଣ ମଜାର-ଇ-ଶରିଫ ଓ ଜାଲାଲବାଦ ରହିଛି। ଏହି ଦୁଇ ଅଞ୍ଚଳ ପାକିସ୍ତାନ ସୀମାକୁ ଲାଗି ରହିଛି।

ଅନ୍ୟପକ୍ଷରେ ଦିନକୁ ଦିନ ସ୍ଥିତି ବିଗୁଡ଼ୁଥିବାରୁ କାବୁଲରେ ଥିବା ବିଭିନ୍ନ ରାଷ୍ଟ୍ର ପକ୍ଷରୁ ସେମାନଙ୍କ ଦୂତାବାସରୁ ଅଧିକାରୀମାନଙ୍କୁ ଅପସାରଣ କରାଯାଉଛି। ଆମେରିକା ଓ ବ୍ରିଟେନ ପକ୍ଷରୁ ସ୍ୱତନ୍ତ୍ର ବିମାନ ଯୋଗେ ସେମାନଙ୍କ ଦୂତାବାସରୁ ଅଧିକାରୀଙ୍କୁ ନେବା ପାଇଁ ବ୍ୟବସ୍ଥା କରାଯାଉଛି।

ଆମେରିକା ଦରକାର ପଡ଼ିଲେ ସୁରକ୍ଷାକର୍ମୀଙ୍କୁ ପଠାଇ ଦୂତାବାସରୁ ଅଧିକାରୀଙ୍କୁ ନେବାକୁ ପଛାଇବ ନାହିଁ। ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ୩ ହଜାର ସୁରକ୍ଷାକର୍ମୀ କାବୁଲରେ ମୁତୟନ କରାଯିବ। ସେମାନେ ତାଲିବାନଙ୍କ ଉପରେ କୌଣସି ପ୍ରକାରର ଆକ୍ରମଣ କରିବେ ନାହିଁ ବୋଲି ଆମେରିକା ଘୋଷଣା କରିଛି।

ବ୍ରିଟେନ ମଧ୍ୟ ୬୦୦ ଜଣ ସୁରକ୍ଷାକର୍ମୀଙ୍କୁ ପଠାଇ କାବୁଲରୁ ନିଜ ଦେଶର ଅଧିକାରୀମାନଙ୍କୁ ସ୍ୱଦେଶ ଫେରାଇ ନେବ ବୋଲି କହିଛି। ଭାରତ ସରକାର ମଧ୍ୟ ନିଜ ଦେଶର ନାଗରିକଙ୍କୁ ତୁରନ୍ତ ଆଫଗାନିସ୍ତାନ ଛାଡ଼ିବାକୁ କହିଛନ୍ତି।

The post କାନ୍ଦାହାର ପରେ ଆଉ ଏକ ଅଞ୍ଚଳ କବଜା କଲା ତାଲିବାନ, କାବୁଲରୁ ସ୍ଥାନାନ୍ତର ଆରମ୍ଭ appeared first on Odisha Reporter.



from Odisha Reporter https://ift.tt/3yIHIIV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages