ଅଧା ଲୋକଙ୍କୁ ମିଳିନି ପାଇଖାନା, ହେଲେ ଲାଗିଛି ‘ବାହ୍ୟ ମଳମୁକ୍ତ ଗାଁ’ ଫଳକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 13, 2021

ଅଧା ଲୋକଙ୍କୁ ମିଳିନି ପାଇଖାନା, ହେଲେ ଲାଗିଛି ‘ବାହ୍ୟ ମଳମୁକ୍ତ ଗାଁ’ ଫଳକ

ଟାଙ୍ଗି(ଓଡ଼ିଶା ରିପୋର୍ଟର): ଗାଁ ମୁଣ୍ଡରେ ଲାଗିଛି ବାହ୍ୟ ମଳମୁକ୍ତ ଗ୍ରାମର ଫଳକ । ହେଲେ ବାହାରେ ମଳତ୍ୟାଗ କରୁଛନ୍ତି ଲୋକେ । ପାଇଖାନା ନିର୍ମାଣ ପାଇଁ ଅନେକଙ୍କ ଘରେ ସର୍ଭେ ହୋଇଛି , ହେଲେ ପାଇଖାନା ତିଆରି ହୋଇନି । ପୁଣି ଯେଉଁମାନଙ୍କର ପାଇଖାନା ନିର୍ମାଣ ହୋଇଛି ,ତାହା ନିମ୍ନମାନର ଓ ଅନୁପଯୋଗୀ । ଟାଙ୍କି ପାଇଁ ଆସିଥିବା ନନ୍ଦ ଏଯାବତ୍ ବାହାରେ ପଡିରହିଛି । ଏପରି ଚିତ୍ର କଟକ ଜିଲ୍ଲା କରି ପଂଚାୟତର ରଗଡି ସାହି ଗାଁରେ ଦେଖିବାକୁ ମିଳିଛି । ଏପରିକି ଶୌଚାଳୟ ଭିତରେ ନଡା ରଖାଯାଉଥିବା ବେଳେ କୁକୁଡା ବି ରହୁଛନ୍ତି ।

ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବା ଶୌଚାଳୟ।

ଲୁହା ପାଇପ୍ ବଦଳରେ ବାଉଁଶ ଲଗାଇ ପାଇଖାନା ଘର ଉପରେ ଆଜବେଷ୍ଟସ ପଡିଛି । ସେଥିଲାଗି ପାଇଖାନା ଭିତରେ ଲୋକେ କୁକୁଡା ଓ ନଡା ରଖୁଥିବା କହିଛନ୍ତି ।

୨୦୧୪ ମସିହାରୁ ବାହ୍ୟ ମଳମୁକ୍ତ ଗ୍ରାମ ଯୋଜନା ଆରମ୍ଭ ହୋଇଥିବା ବେଳେ ଏଯାବତ୍ ୫୦ ପ୍ରତିଶତ ହିତାଧିକାରୀ ଏହାର ସୁଫଳ ପାଇ ନଥିବା ଅଭିଯୋଗ ହୋଇଛି । ଏନେଇ ଅସାଧୁ ଠିକାଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗାଁଲୋକେ ଦାବି କରିଛନ୍ତି ।

ଅନ୍ୟପଟେ ଟାଙ୍ଗୀ ବିଡିଓ ବିନୋନ୍ଦ କୁମାର ସେନାପତି କହିଛନ୍ତି, ଲୋକମାନଙ୍କର ମଧ୍ୟ କିଛି ଭୁଲ ରହୁଛି । ସେମାନେ କାମ ଶେଷ ନ ହେବା ପୂର୍ବରୁ ଠିକାଦାରଙ୍କ କଥାରେ ପଡି ପାଇଖାନାରେ ନାମ ଫଳକ ଲେଖନ୍ତୁ ନାହିଁ କିମ୍ବା ଫଟୋ ନ ଉଠାନ୍ତୁ । ଏହାସହିତ ସେ କହିଛନ୍ତି, ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଉଚିତ୍ ପଦକ୍ଷେପ ନିଆଯିବ ।

The post ଅଧା ଲୋକଙ୍କୁ ମିଳିନି ପାଇଖାନା, ହେଲେ ଲାଗିଛି ‘ବାହ୍ୟ ମଳମୁକ୍ତ ଗାଁ’ ଫଳକ appeared first on Odisha Reporter.



from Odisha Reporter https://ift.tt/3ACBomH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages