ସୁପ୍ରିମକୋର୍ଟର ନୂଆ ବିଚାରପତି ହେବେ ୩ ମହିଳାଙ୍କ ସହ ୯ ଜଣ , କେନ୍ଦ୍ର ମାରିଲା ମୋହର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 25, 2021

ସୁପ୍ରିମକୋର୍ଟର ନୂଆ ବିଚାରପତି ହେବେ ୩ ମହିଳାଙ୍କ ସହ ୯ ଜଣ , କେନ୍ଦ୍ର ମାରିଲା ମୋହର

ନୂଆଦିଲ୍ଲୀ: ପଦୋନ୍ନତି ପାଇ ସୁପ୍ରିମକୋର୍ଟର ବିଚାରପତି ହେବାକୁ ଯାଉଥିବା ୯ ଜଣ ନାଁ ଉପରେ ମାରିଛନ୍ତି କେନ୍ଦ୍ର ସରକାର। ଏହି ୯ ଜଣଙ୍କୁ ବିଚାରପତି ଭାବେ ପଦୋନ୍ନତି ଦେବାକୁ କିଛି ଦିନ ତଳେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ନେତୃତ୍ୱରେ ଗଠିତ କଲେଜିୟମ ସୁପାରିସ କରିଥିଲେ।

ଏହି ପ୍ରସ୍ତାବ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ଲାଭ କରିଛି। ଏବେ ଏହି ଅନୁମୋଦନ ପ୍ରସ୍ତାବ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ଯିବ। ସେ ମୋହର ମାରିବା ମାତ୍ରେ ପଦୋନ୍ନତି ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନୂଆ ବିଚାରପତିମାନେ ଶପଥ ପାଠ କରିବେ। ସବାଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସମ୍ଭବତଃ ପ୍ରଥମଥର ପାଇଁ ଏକକାଳୀନ ୯ ଜଣଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି ମିଳିବାକୁ ଯାଉଛି।

ସୁପ୍ରିମକୋର୍ଟ ସୁପାରିସ କରିଥିବା ୯ ଜଣ ବିଚାରପତିଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ସେହିପରି ସୁପ୍ରିମକୋର୍ଟ ବାର୍‌ର ଜଣେ ଆଇନଜୀବୀଙ୍କୁ ବି ପଦୋନ୍ନତି ପାଇଁ ସୁପାରିସ କରାଯାଇଥିଲା। ସୁପାରିସ ହୋଇଥିବା ୩ ମହିଳା ଜଜ୍‌ଙ୍କ ମଧ୍ୟରେ କର୍ଣ୍ଣାଟକା ହାଇକୋର୍ଟର ବିଚାରପତି ବିଭି ନାଗରତ୍ନାଙ୍କ ନାଁ ରହିଛି।

ସେ ସୁପ୍ରିମକୋର୍ଟକୁ ଏବେ ପଦୋନ୍ନତି ପାଇବାକୁ ଯାଉଛନ୍ତି। ଏହାପରେ ୨୦୨୭ରେ ସେ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବାର ମଧ୍ୟ ସମ୍ଭାବନା ରହିଛି। କାରଣ ବରିଷ୍ଠତା ଭିତ୍ତିରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ନିଯୁକ୍ତି ପାଆନ୍ତି। ୨୦୨୭ ବେଳକୁ ବରିଷ୍ଠତା ଦୃଷ୍ଟିକୋଣରୁ ଜଷ୍ଟିସ ନାଗରତ୍ନା ହିଁ ସର୍ବାଗେ ଥିବେ। ତେଣୁ ସେ ହିଁ ଦେଶର ପ୍ରଧାନ ବିଚାରପତି ନିଯୁକ୍ତ ହୋଇ ଭାରତୀୟ ନ୍ୟାୟପାଳିକାରେ ନୂଆ ଅଧ୍ୟାୟ ସୃଷ୍ଟି କରିବେ।

ଅନ୍ୟ ଦୁଇ ମହିଳା ବିଚାରପତି ହେଲେ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହିମା କୋହଲି ଓ ଗୁଜରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ ବେଲା ଏମ ତ୍ରିବେଦୀ।

ଏମାନଙ୍କ ବ୍ୟତୀତ କର୍ଣ୍ଣାଟକା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏଏସ୍‌ ଓକା, ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିକ୍ରମ ନାଥ, ସିକ୍କିମ୍ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଜେକେ ମାହେଶ୍ୱରୀ, କେରଳ ହାଇକୋର୍ଟର ବିଚାରପତି ସିଟି ରବିକୁମାର, ମାଡ୍ରାସ ହାଇକୋର୍ଟ ବିଚାରପତି ଜଷ୍ଟିସ ଏମଏମ ସୁନ୍ଦରେଶ ଓ ବରିଷ୍ଠ ଆଇନଜୀବୀ ପିଏସ ନରସିମା ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇବାକୁ ଯାଉଛନ୍ତି।

ସୁପ୍ରିମକୋର୍ଟରେ ସର୍ବାଧିକ ୩୪ ଜଣ ବିଚାରପତି ନିଯୁକ୍ତ ହୋଇପାରିବେ। ଏହି ୯ ଜଣ ବିଚାରପତିଙ୍କ ପଦୋନ୍ନତି ପରେ ସୁପ୍ରିମକୋର୍ଟରେ କେବଳ ଗୋଟିଏ ପଦ ଖାଲି ରହିବ।

The post ସୁପ୍ରିମକୋର୍ଟର ନୂଆ ବିଚାରପତି ହେବେ ୩ ମହିଳାଙ୍କ ସହ ୯ ଜଣ , କେନ୍ଦ୍ର ମାରିଲା ମୋହର appeared first on Odisha Reporter.



from Odisha Reporter https://ift.tt/3BcbtT5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages