କଟକ (ଓଡ଼ିଶା ରିପୋର୍ଟର): ଆଇନା ସବୁ ବେଳେ ସତ କୁହେ, ଆଉ ଏବେ ସବୁ ନିର୍ଦ୍ଦେଶ ବି ମାନିବ। ଶୁଣିବାକୁ ଅଜବ ଲାଗିଲେ ବି ସତ। ଫ୍ୟାନ୍ ଚାଲିବ, ବଲ୍ବ ଜଳିବ, ଟିଭି ଅନ୍-ଅଫ୍ ବି ହେବ। ଖାଲି ସେତିକି ନୁହେଁ ପାଣିପାଗ ସମ୍ପର୍କରେ ସୂଚନା, ଗୀତ ଚଲାଇବା ଭଳି ବିଭିନ୍ନ କାମ ଆପଣଙ୍କ ଭଏସ୍ କମାଣ୍ଡରେ ହୋଇପାରିବ। ଏଭଳି ଏକ ସ୍ମାର୍ଟ ମିରର୍ ତିଆରି କରିଛନ୍ତି କଟକ ବୋଷ ଇଞ୍ଜିନିୟରିଂ ସ୍କୁଲର ଛାତ୍ର ସ୍ୱାଧୀନ ଦାସ।
ମିରର ଆଗରେ ଛି଼ଡ଼ା ହୋଇ ଯାହା ଭଏସ କମାଣ୍ଡ ଦିଆଯାଉଛି ଠିକ୍ ସେହିଭଳି କାମ କରୁଛି ଏହି ସ୍ମାର୍ଟ ମିରର। ସବୁବେଳେ ସତ କହୁଥିବା ମିରର ଏବେ ସବୁ ନିର୍ଦ୍ଦେଶ ବି ମାନୁଛି। ଲାଇନ୍ ଅନ କହିଲେ ଲାଇଟ୍ ଜଳୁଛି। କେବଳ ସେତିକି ନୁହେଁ ଏସି ସମେତ ଟିଭି ଅନ୍-ଅଫ୍ ବି ହେଉଛି। ଭଏସ୍ କମାଣ୍ଡ ଜରିଆରେ ପାଣିପାଗ ସମ୍ପର୍କିତ ସୂଚନା, ଗୀତ ଚଲାଇବା ଭଳି ବିଭିନ୍ନ କାମ ହୋଇପାରୁଛି।
ଲକଡାଉନ୍ ସମୟରେ ଘରେ ଏଭଳି ସ୍ମାଟ୍ ମିରର୍ ତିଆରି କରିବାକୁ ଇଚ୍ଛା କରିଥିଲେ ସ୍ୱାଧୀନ। କିଛି ସହଯୋଗୀଙ୍କୁ ନେଇ ନୂଆ କରିବାର ଜୋସ୍ ତାଙ୍କୁ ସ୍ମାର୍ଟ ମିରର୍ ପାଇଁ ପ୍ରେରଣା ଦେଇଥିଲା। ପ୍ଲାଏ ବୋର୍ଡ, ବଦ୍ୟୁତ ଉପକରଣ ଜରିଆରେ ଏହାକୁ ସ୍ମାର୍ଟ କମାଣ୍ଡ ସିଷ୍ଟମ୍ ତିଆରି କରାଯାଇଛି। ଏହା ଆଗରେ ଏକ ମିରର୍କୁ ଲଗାଯାଇଛି।
ଏହି ସ୍ମାର୍ଟ ମିରର୍କୁ ତିଆରି କରିବା ପାଇଁ ସ୍ୱାଧୀନଙ୍କୁ ୪ ମାସର ସମୟ ଲାଗିଛି। ଏଥିସହ ତାଙ୍କର ୨୦ ହଜାର ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଛି। ଘରେ ଥିବା ଛୋଟ ପିଲା ଓ ବୟସ୍କଙ୍କ ପାଇଁ ଏହା ବେଶ ସହାୟକ ହୋଇପାରିବ। ସରକାରୀ ସହାୟତା ମିଳିଲେ ଆଗକୁ ଅଧିକ କ୍ରିୟାଶୀଳ କରାଯାଇପାରିବ ବୋଲି ସ୍ୱାଧୀନ କହିଛନ୍ତି।
The post ଏଥର ସବୁ କଥା ମାନିବ ମିରର୍ appeared first on Odisha Reporter.
from Odisha Reporter https://ift.tt/2WiR7Jh
No comments:
Post a Comment