ଭିଡିଓ ଭାଇରାଲ ପରେ ବିଦା ହେଲେ ଆମେରିକା ଲେଫ୍ଟନାଣ୍ଟ କର୍ଣ୍ଣେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 29, 2021

ଭିଡିଓ ଭାଇରାଲ ପରେ ବିଦା ହେଲେ ଆମେରିକା ଲେଫ୍ଟନାଣ୍ଟ କର୍ଣ୍ଣେଲ

କାବୁଲ: କାବୁଲ ବିମାନବନ୍ଦର ବିସ୍ଫୋରଣକୁ ନେଇ ବଡ ବୟାନ ଦେଲେ ଆମେରିକା ସେନା କର୍ତ୍ତୃପକ୍ଷ। ସେନାର ନେତୃତ୍ୱକୁ କଲେ ଭର୍ତ୍ସନା। ଭିଡିଓ ଜାରି କରି ଆମେରିକା ସେନାର ଖୋଲିଲେ ଅସଲ ମୁଖା। ସେନାର ଦାୟିତ୍ୱହୀନତାକୁ ସେ ବଖାଣିଛନ୍ତି। ଏଥିସହ ଆମେରିକା ସାମରିକ ନେତୃତ୍ୱକୁ ତୀବ୍ର ନିନ୍ଦା କରିଛନ୍ତି।

ଲେଫ୍ଟନାଣ୍ଟ କର୍ଣ୍ଣେଲ ଷ୍ଟୁଆର୍ଟ ସ୍କେଲର ସାମରିକ ନେତୃତ୍ୱକୁ ସାର୍ବଜନୀନ ରୂପେ କାବୁଲ ବିମାନବନ୍ଦର ବିସ୍ଫୋରଣ ଘଟଣାର ଦାୟିତ୍ୱ ନେବାକୁ ଦାବି କରିଛନ୍ତି। ଏହି ଭିଡିଓ ଏବେ ଭାଇରାଲ ହୋଇଛି। ଭିଡିଓ ଭାଇରାଲ ହେବା ପରେ ଶୁକ୍ରବାର ଏହି ମେରାଇନ୍ କର୍ପସ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କୁ ଡ୍ୟୁଟିରୁ ବିଦା କରାଯାଇଛି।

କାବୁଲ ବିମାନବନ୍ଦରରେ ଗୁରୁବାର ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ଏଥିରେ ୧୬୯ ଆଫଗାନ ନାଗିରକଙ୍କ ବ୍ୟତୀତ ୧୩ ଜଣ ଆମେରିକା ସେନା ସହିଦ ହୋଇଥିଲେ। ଏହି ଘଟଣା ପରେ ଷ୍ଟୁଆର୍ଟ ସ୍କେଲର ନିଜ ଫେସ୍‌ବୁକ୍‌ରେ ଏକ ଭିଡିଓ ଜାରି କରିଥିଲେ। ଏହି ଆକ୍ରମଣ ପଛରେ ଆଇଏସ୍‌ଆଇଏସ୍‌-କେ ନିଜକୁ ଦାୟୀ କରିଛି। କିନ୍ତୁ ସ୍କେଲର ତାଙ୍କ ବରିଷ୍ଠ ଅଧିକାରୀଙ୍କୁ ଆକ୍ରମଣର ଉତ୍ତରଦାୟୀ ବୋଲି ଦାବି କରିଛନ୍ତି।

ଭିଡିଓରେ ଆମେରିକା ଲେଫ୍ଟନାଣ୍ଟ କର୍ଣ୍ଣେଲ କହିଛନ୍ତ, ଏଆଇଟିବି କମାଣ୍ଡ ଦ୍ୱାରା ପ୍ରଦାନ କରାଯାଇଥିବା ସୁଯୋଗକୁ ମୁଁ ପ୍ରଶଂସା କରେ। ମୋ କମାଣ୍ଡ ଅଧିକାରୀ ଯାହା କରୁଛନ୍ତି, ମୁଁ ମଧ୍ୟ ତାଙ୍କ ସ୍ଥାନରେ ଥିଲେ ତାହା ହିଁ କରିଥାନ୍ତି। ‘

ଆଫଗାନିସ୍ତାନରୁ ଯେଉଁ ଭଳି ଆମେରିକାର ପ୍ରତ୍ୟାହାର କରାଯାଇଥିଲା ସେଥିପାଇଁ ସ୍କେଲର ସାମରିକ ଅଧିକାରୀମାନଙ୍କୁ ଭର୍ତ୍ସନା କରିଛନ୍ତି। ଗତ କିଛି ସପ୍ତାହ ମଧ୍ୟରେ ହୋଇଥିବା ବିଶୃଙ୍ଖଳା ଘଟଣା ପାଇଁ ସେନାକୁ ଉତ୍ତରଦାୟିତ୍ୱ ନେବାକୁ ସେ କହିଛନ୍ତି।

ଭିଡିଓରେ ଷ୍ଟୁଆର୍ଟ ସେନା ବର୍ଦିରେ ନଜର ଆସିଛନ୍ତି। ଆପଣଙ୍କ ମଧ୍ୟରୁ ନିଜ ରାଙ୍କକୁ ଟେବୁଲ ଉପରେ ରଖି କିଏ କହିପାରିବ କି,ଯେ ବହିଷ୍କାର ପ୍ରକ୍ରିୟା ପୂର୍ବରୁ ବଗରାମ ଏୟାରଫିଲ୍ଡ ଛାଡିବା କଳ୍ପନା ବ୍ୟର୍ଥ ଥିଲା? କିଏ କହିପାରିବ କି ଯେ, ଆମେ କାବୁଲରେ ସବୁ ଗଡବଡ କରିଦେଲୁ ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି, ସମ୍ଭବତଃ ବିସ୍ଫୋରଣରେ ସମସ୍ତ ଲୋକ ଅଯଥାରେ ପ୍ରାଣ ହରାଇଲେ। ୧୭ ବର୍ଷ ହେଲା ଯୁଦ୍ଧ ଲଢ଼ୁଛି। ମୋର ବରିଷ୍ଠ ଅଧିକାରୀଙ୍କୁ ଏହା କହିବା ପାଇଁ ମୁଁ ମୋର ସବୁ କିଛି ହରାଇବାକୁ ପ୍ରସ୍ତୁତ ଅଛି।

ସୂଚନା ମୁତାବକ, ଆଫଗାନିସ୍ତାନ ଏବେ ତାଲିବାନ ଦଖଲରେ ରହିଛି। ଏହାପରେ ଆମେରିକା ସେଠାରୁ ତା’ର ସୁରକ୍ଷା ଅଧିକାରୀ ଏବଂ ନାଗରିକଙ୍କୁ ସ୍ୱେଦଶ ଫେରାଇ ଆଣିବା ପାଇଁ ଲାଗିପଡିଛି। ଏଥିପାଇଁ କାବୁଲ ବିମାନ ବନ୍ଦରରେ ୬ ହଜାର ଆମେରିକା ସୈନ୍ୟ ମୁତୟନ ହୋଇଛନ୍ତି। ସେପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ୩୧ ତାରିଖ ମଧ୍ୟରେ ଆମେରିକା ତା’ର ସମସ୍ତ ସୈନ୍ୟ ପ୍ରତ୍ୟାହାର କରିବ ବୋଲି ସମୟ ଧାର୍ଯ୍ୟ କରିଛନ୍ତି।

The post ଭିଡିଓ ଭାଇରାଲ ପରେ ବିଦା ହେଲେ ଆମେରିକା ଲେଫ୍ଟନାଣ୍ଟ କର୍ଣ୍ଣେଲ appeared first on Odisha Reporter.



from Odisha Reporter https://ift.tt/38jkwp0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages